ହାଇଦ୍ରାବାଦରେ ଏକ ବଡ଼ ଅଘଟଣ ଘଟିଛି । ବୋୟାଗୁଡା ଅଞ୍ଚଳରେ ଏକ ଗୋଦାମରେ ନିଆଁ ଲାଗିବା ଫଳରେ ୮ ଜଣ ଜୀବନ୍ତ ଜଳିଯାଇଛନ୍ତି । ମୃତ ଶ୍ରମିକ ମାନେ ସମସ୍ତ ବିହାରର ବାସିନ୍ଦା । ଏବଂ ସେମାନେ ଏହି ଗୋଦାମରେ କାମ କରୁଥିଲେ । ତେବେ ନିଆଁ ଲାଗିବାର କାରଣ ଜଣାପଡିନଥିବା ବେଳେ ପୁଲିସ
ତଦନ୍ତ ଆରମ୍ଭ କରିଛି । ହାଇଦ୍ରାବାଦ ସେଣ୍ଟ୍ରାଲ ଜୋନ ଡିସିପି କହିଛନ୍ତି, ୮ ଜଣଙ୍କ ମୃତଦେହ ବାହାରକୁ ବାହାର କରାଯାଇଛି । ମୃତଦେହକୁ ହସ୍ପିଟାଲ ନିଆଯାଇଛି । ସେଠାରେ ଶବ ବ୍ୟବଚ୍ଚେଦ କରାଯିବ । ଏବେ ନିଆଁକୁ ନିୟନ୍ତ୍ରଣ କରାଯାଇଛି । ନିଆଁ କେମିତି ଲାଗିଲା ତାର ଯାଞ୍ଚ କରାଯିବ ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି ।
ପ୍ରମୁଖ ଖବର
ଏସ୍ଆଇ ପରୀକ୍ଷା ଘୋଟାଲା: ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ
ଆଇପିଏସ୍ ଅଧିକାରୀ ଆତ୍ମହତ୍ୟା ମାମଲା, ଘରୁ ମିଳିଲା ୮ ପୃଷ୍ଠାର ସୁଇସାଇଡ୍ ନୋଟ
ରସାୟନ ବିଜ୍ଞାନରେ ନୋବେଲ ପାଇଁ ୩ ବୈଜ୍ଞାନିକଙ୍କ ନାମ ଘୋଷଣା
ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ, ୩ ଶ୍ରମିକ ମୃତ
ଭିଜିଲାନ୍ସ ଜାଲରେ ଓଏଏସ୍ ଅଧିକାରୀ