ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ମାସ ଶେଷରେ ପରୀକ୍ଷା ନେବେ ପାଣ୍ଡିଆନ

0

ପରିବର୍ତନ ଓ ସମ୍ଭାବନା ସଚିବ ଭାବେ ନୂଆ ନିଯୁକ୍ତି
ନବୀନଙ୍କ ମନ୍ତ୍ରର ସୁରକ୍ଷା ଦାୟିତ୍ୱ ପାଣ୍ଡିଆନ ନେଲେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ରାଜନୀତି ପାଇଁ ସବୁଠାରୁ ବଡ ଗୋଟିଚାଳନା କରିଛନ୍ତି । ଦୀର୍ଘ ଦିନ ଧରି ତାଙ୍କର ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ୱ ତୁଲାଇ ଆସୁଥିବା ଭି କାର୍ତ୍ତିକେୟନ ପାଣ୍ଡିଆନ୍‍ଙ୍କ ଉପରେ ତାଙ୍କର ଆସ୍ଥା ଓ ବିଶ୍ୱାସର ସଙ୍କେତ ଦେଇଛନ୍ତି ନବୀନ ।
ସଂଗଠିତ ଭାବେ ତଥା ସ୍ୱଚ୍ଛତାର ସହିତ ବୈଷୟିକ ସହାୟତା ନେଇ ଯଦି କୌଣସି କାର୍ଯ୍ୟ ନିର୍ଦିଷ୍ଟ ସମୟ ଭିତ୍ତିରେ କରାଯାଏ, ତେବେ ତାହା ବଡ ପରିବର୍ତନ ଆଣିଥାଏ । ଏହି ମନ୍ତ୍ର ପାଠ ଦ୍ୱାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟକୁ ନୂଆ ଦିଶା ଦେଖାଇବେ ବୋଲି ସଙ୍କେତ ଦେଇଥିଲେ । ଆଜି ଏହି ମନ୍ତ୍ରର ସୁରକ୍ଷାର ଚାବିଟି ସେ ଶ୍ରୀ ପାଣ୍ଡିଆନଙ୍କ ହାତରେ ସମର୍ପିଛନ୍ତି । ଏହି କ୍ରମରେ ଆଜି ସରକାର ଶ୍ରୀ ପାଣ୍ଡିଆନଙ୍କୁ ପରିବର୍ତନ ଓ ସମ୍ଭାବନା (୫ଟି) ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ସେ ଅତିରିକ୍ତ ଭାବେ ଏହି ଦାୟିତ୍ୱ ତୁଲାଇବେ ।
ସବୁଠାରୁ ବଡ଼ କଥା ହେଲା, ପ୍ରତିମାସ ଚତୁର୍ଥ ଶନିବାର ଏବେ ପାଣ୍ଡିଆନ୍‍ଙ୍କ ଦିନହେବ । ସେହିଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି କାର୍ଯ୍ୟକାରିତା ନେଇ ସଚିବମାନଙ୍କର ହିସାବ ନିକାସ କରିବେ ବୋଲି କହିଥିଲେ । ଏବେ ଏହି ଦାୟିତ୍ୱଟି ପାଣ୍ଡିଆନ ହିଁ ତୁଲାଇବେ । ଏହାଦ୍ୱାରା ସମସ୍ତ ବିଭାଗ ଓ ସମସ୍ତ ଯୋଜନା ଉପରେ ତାଙ୍କର ନିୟନ୍ତ୍ରଣ ରହିବ ।
ମୁଖ୍ୟଶାସନ ସଚିବ ପରିବର୍ତନ ପୂର୍ବରୁ ନବୀନଙ୍କର ଏଭଳି ସଙ୍କେତ ରାଜ୍ୟ ରାଜନୀତି ପାଇଁ ଅନେକ ଗୁରୁତ୍ୱ ବହନ କରେ ।

Leave A Reply

Your email address will not be published.