ତୈଳ ଦରରେ ଲାଗୁନି ବ୍ରେକ । ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଲଗାତର ଭାବେ ଆଠ ଦିନରେ ସପ୍ତମ ଥର ପାଇଁ ତୈଳ ଦର ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ଦର ୧୦୦ ଟପିଛି । ଆଜି ସକାଳୁ ଦିଲ୍ଲୀରେ ପେଟ୍ରୋଲ ଦର ୮୦ ପଇସା ଓ ଡିଜେଲ ଲିଟର ପିଛା ୭୦ ପଇସା ମହଙ୍ଗା ହୋଇଛି । ଓଡିଶାରେ ମଧ୍ୟ ପେଟ୍ରୋଲ ୧୦୭ ଟଙ୍କା ଟପିଥିବା ବେଳେ ଡିଜେଲ ୯୬ ଟଙ୍କା ଉପରେ ରହିଛି । ମାର୍ଚ୍ଚ ୨୨ ତାରିଖରୁ କ୍ରମାଗତ ଭାବେ ଦେଶରେ ତୈଳ ଦର ବୃଦ୍ଧି ପାଉଛି । ୫ ରାଜ୍ୟର ବିଧାନସଭା ନିର୍ବାଚନ ପରେ ତୈଳ ଦର ଲଗାତର ବଢିବାରେ ଲାଗିଛି । ଅଧିକାଂଶ ସ୍ଥାନରେ ପେଟ୍ରୋଲ ଦର ୧୦୦ ଟପିଥିବା ବେଳେ କିଛି ସ୍ଥାନରେ ୧୧୪ ଟଙ୍କା ଟପିଛି । ମଧ୍ୟପ୍ରଦେଶ ବାଲାଘାଟରେ ପେଟ୍ରୋଲ ଦର ୧୧୪ ଟଙ୍କା ୭୮ ପଇସା ରହିଛି । ଅନ୍ତର୍ଜାତୀୟ ବଜାରେ ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୩୦ ଡଲାରରୁ ୧୦୩ ଡଲାରକୁ ଖସିଆସିଛି । କିନ୍ତୁ ଏହା ମଧ୍ୟରେ ଜାତୀୟ ବଜାରେ ପେଟ୍ରୋଲ ଓ ଡିଜେଲର ଦର ଏକ ଲମ୍ବା ଡିଆଁ ମାରିଛି। ଆସନ୍ତୁ ଜାଣିବା କେଉଁଠି କେତେ ତୈଳ ଦର?
ସ୍ଥାନ ପେଟ୍ରୋଲ ଡିଜେଲ
ଦିଲ୍ଲୀ ୧୦୦.୨୧ ୯୧.୪୭
ମୁମ୍ବାଇ ୧୧୫.୦୪ ୯୯.୨୫
କୋଲକାତା ୧୦୯.୬୮ ୯୪.୬୨
ଚେନ୍ନାଇ ୧୦୫.୯୪ ୯୬.୦୦
ପ୍ରମୁଖ ଖବର
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍ରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍