ପ୍ରମୁଖ ଖବର

ଘୋଷଣା ହେଲା ୨୦୨୩-୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର; ‘ପୁଷ୍କରା’, ‘ମାଇଁ ସୁଇଟ୍ ହାଉସ୍‌ ୱାଇଫ୍‌’ ଓ ‘ଆଶ୍ରମ’ ଶ୍ରେଷ୍ଠ ଚଳଚ୍ଚିତ୍ର
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ତଦନ୍ତ ସରିଲା, ଆଜି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇପାରେ କମିଟି
ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ମାଗଣା ସ୍କୁଲ୍ ବ୍ୟାଗ୍
ରଥଯାତ୍ରାରେ ପିପିଲି ଟୋଲ୍‌ ଫି’ ଛାଡ଼, ଚଳାଚଳ କରିବ ହଜାରେ ବସ୍‌
ବିଜେଡିରେ ସାମିଲ ହେଲେ ସୁଜାତା ଆର୍ କାର୍ତ୍ତିକେୟନ

ତୈଳ ଦରରେ ଲାଗୁନି ଲଗାମ୍‌, ୧୩ ଦିନରେ ବଢିଲାଣି ୧୧ ଥର

0

ଉପରମୁହାଁ ହୋଇ ଚାଲିଛି ତୈଳ ଦର । ମାର୍ଚ୍ଚ ୨୨ରୁ ଆଜିଯାଏଁ ୧୩ ଦିନରେ ୧୧ ଥର ବଢିଲାଣି ଦର । ୧୩ ଦିନରେ ପେଟ୍ରୋଲ ୮ ଟଙ୍କା ମହଙ୍ଗା ହୋଇଛି । ଆଜି ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ମହଙ୍ଗା ହୋଇଛି । ମୁମ୍ବାଇରେ ମଧ୍ୟରେ ପେଟ୍ରୋଲ ପ୍ରତି ଲିଟର ୧୧୮ ଟଙ୍କାରେ ପହଁଞ୍ଚି ସାରିଛି । ଏବଂ ଡିଜେଲ ୧୦୨ ଟଙ୍କାରେ ବିକ୍ରି ହେଉଛି । ଓଡିଶାରେ ମଧ୍ୟ ପେଟ୍ରୋଲ ଦର ୧୧୦ ଟଙ୍କା ୭୬ ପଇସା ଥିବା ବେଳେ ଡିଜେଲ ୧୦୦ ଟଙ୍କା ୫୧ ପଇସାରେ ପହଞ୍ଚି ସାରିଛିା ୧୩୭ ଦିନରେ ତୈଳ ଦର ସ୍ଥିର ରହିବା ପରେ ମାର୍ଚ୍ଚ ୨୨ରୁ ଲଗାତର ବଢିବା ଆରମ୍ଭ ହୋଇଛି । ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ତୈଳ ଦରରେ ନିଆଁ ଲାଗିଛି । ୫ ରାଜ୍ୟରେ ନିର୍ବାଚନ ଥିବାରୁ ନଭେମ୍ବର ୪ରୁ ତୈଳ ଦର ସ୍ଥିର ରହିଥିଲା । ଏପରିକି ଅଶୋଧିତ ତେଲ ଦର ୮୪ ଡଲାରରୁ ବୃଦ୍ଧି ପାଇ ଶହେ ଡଲାର ଅତିକ୍ରମ କରିଥିଲେ ମଧ୍ୟ ଦର ବଢାଯାଇନଥିଲା । ତେବେ ୟୁକ୍ରେନ-ଋଷ ଯୁଦ୍ଧ ଯୋଗୁଁ ମଧ୍ୟ ତେଲ ଦର ବୃଦ୍ଧି ପାଉଥିବା ସରକାରଙ୍କ ପକ୍ଷରୁ କୁହାଯାଉଛି । ସେହିପରି ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୨୮୦ ଟଙ୍କା ବଢିଛି । ଯାହା ସାଧାରଣ ଲୋକଙ୍କ ପକେଟ ଖର୍ଚ୍ଚ ଉପରେ ପ୍ରଭାବ ପଡୁଛି । ଆସନ୍ତୁ ଜାଣିବା କେଉଁଠି କେତେ ତୈଳ ଦର?
ସ୍ଥାନ ପେଟ୍ରୋଲ ଡିଜେଲ
ଦିଲ୍ଲୀ ୧୦୩.୪୧ ୯୪.୬୭
ମୁମ୍ବାଇ ୧୧୮.୪୧ ୧୦୨.୬୪
କୋଲକାତା ୧୧୩.୦୩ ୯୭.୮୨
ଚେନ୍ନାଇ ୧୦୮.୯୬ ୯୯.୦୪

Leave A Reply

Your email address will not be published.