ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ଭୁବନେଶ୍ୱରର ବିକାଶ ଆମର ଲକ୍ଷ୍ୟ: ସୁଲୋଚନା

0

ଭୁବନେଶ୍ୱର ମହାନଗର ନିଗମର ମେୟର ଭାବେ ଶପଥ ନେଇଛନ୍ତି ସୁଲୋଚନା ଦାସ । ପ୍ରଥମ ମହିଳା ମେୟର ଭାବେ ସେ ଶପଥ ଗ୍ରହଣ କରିଛନ୍ତି । ମେୟରଙ୍କ ସହିତ ଭୁବନେଶ୍ୱର ମହାନଗର ନିଗମର ୬୭ କର୍ପୋରେଟର ମଧ୍ୟ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସୁଲୋଚନା ଲିଙ୍ଗରାଜ ମନ୍ଦିର ଯାଇ ଭଗବାନଙ୍କୁ ଦର୍ଶନ କରିଥିଲେ । ମେୟର ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

କହିଛନ୍ତି ସମସ୍ତେ ମିଳିମିଶି କାମ କରିବା । ଭୁବନେଶ୍ୱରର ବିକାଶ ଆମର ଲକ୍ଷ୍ୟ । ଭୁବନେଶ୍ୱରର ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦିଆଯିବ । ଲୋକଙ୍କ ଘର ଦୁଆର ମୁହଁରେ ସେବା ପହଞ୍ଚାଇବାକୁ ଚେଷ୍ଟା କରାଯିବ । ସ୍ମାର୍ଟ ସିଟିରେ ନମ୍ବର ୱାନ ଯେଭଳି ବଜାୟ ରହିବ ସେଭଳି କାମ କରିବା । ଭୁବନେଶ୍ୱରରେ ଅନେକ ଐତିହାସିକ କୀର୍ତ୍ତିରାଜି ଅଛି, ସେଗୁଡିକର କିଭଳି ରକ୍ଷଣାବେକ୍ଷଣ କରିହେବ ସେ ନେଇ କାମ କରାଯିବ ବୋଲି ସୁଲୋଚନା ଦାସ କହିଛନ୍ତି । ସେହିଭଳି ଭୁବନେଶ୍ୱରର ଡେପୁଟି ମେୟର ଭାବେ ବିଜେଡି ପ୍ରାର୍ଥୀ ହେଲେ ମଞ୍ଜୁଲତା କହଁର । ବିଜେଡିର ସଂଖ୍ୟା ଗରିଷ୍ଠତା ଥିବାରୁ ମଞ୍ଜୁଲତା ବିଏମସି ଡେପୁଟି ମେୟର ହେବା ନିଶ୍ଚିତ । ୨୨ ନମ୍ବର ୱାର୍ଡ କର୍ପୋରେଟର ଭାବେ ସେ ଚଳିତ ଥର ପୌର ନିର୍ବାଚନରେ ବିଜୟୀ ହୋଇଛନ୍ତି ।

Leave A Reply

Your email address will not be published.