ପ୍ରମୁଖ ଖବର

ଜବତ ହେଲା ଦୁର୍ଘଟଣାଘଟାଇଥିବା ଥର୍
ରାଜଧାନୀରେ ବଧୂହତ୍ୟା ଅଭି​‌ଯୋଗ, ସ୍ଵାମୀ ଗିରଫ
ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁ ଗିରଫ
୩ ଦିନିଆ ଓଡିଶା ଗସ୍ତରେ ଆସିବେ ମୋହନ ଭାଗବତ
ଚନ୍ଦ୍ରଭାଗାରେ ଗାଧୋଇବା ବେଳେ ଅଘଟଣ, ସମୁଦ୍ରରେ ବୁଡି ୩ ମୃତ
ଶହୀଦ ଲକ୍ଷ୍ମଣ ନାୟକ ହସ୍ପିଟାଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱରର ବିକାଶ ଆମର ଲକ୍ଷ୍ୟ: ସୁଲୋଚନା

0

ଭୁବନେଶ୍ୱର ମହାନଗର ନିଗମର ମେୟର ଭାବେ ଶପଥ ନେଇଛନ୍ତି ସୁଲୋଚନା ଦାସ । ପ୍ରଥମ ମହିଳା ମେୟର ଭାବେ ସେ ଶପଥ ଗ୍ରହଣ କରିଛନ୍ତି । ମେୟରଙ୍କ ସହିତ ଭୁବନେଶ୍ୱର ମହାନଗର ନିଗମର ୬୭ କର୍ପୋରେଟର ମଧ୍ୟ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସୁଲୋଚନା ଲିଙ୍ଗରାଜ ମନ୍ଦିର ଯାଇ ଭଗବାନଙ୍କୁ ଦର୍ଶନ କରିଥିଲେ । ମେୟର ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

କହିଛନ୍ତି ସମସ୍ତେ ମିଳିମିଶି କାମ କରିବା । ଭୁବନେଶ୍ୱରର ବିକାଶ ଆମର ଲକ୍ଷ୍ୟ । ଭୁବନେଶ୍ୱରର ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦିଆଯିବ । ଲୋକଙ୍କ ଘର ଦୁଆର ମୁହଁରେ ସେବା ପହଞ୍ଚାଇବାକୁ ଚେଷ୍ଟା କରାଯିବ । ସ୍ମାର୍ଟ ସିଟିରେ ନମ୍ବର ୱାନ ଯେଭଳି ବଜାୟ ରହିବ ସେଭଳି କାମ କରିବା । ଭୁବନେଶ୍ୱରରେ ଅନେକ ଐତିହାସିକ କୀର୍ତ୍ତିରାଜି ଅଛି, ସେଗୁଡିକର କିଭଳି ରକ୍ଷଣାବେକ୍ଷଣ କରିହେବ ସେ ନେଇ କାମ କରାଯିବ ବୋଲି ସୁଲୋଚନା ଦାସ କହିଛନ୍ତି । ସେହିଭଳି ଭୁବନେଶ୍ୱରର ଡେପୁଟି ମେୟର ଭାବେ ବିଜେଡି ପ୍ରାର୍ଥୀ ହେଲେ ମଞ୍ଜୁଲତା କହଁର । ବିଜେଡିର ସଂଖ୍ୟା ଗରିଷ୍ଠତା ଥିବାରୁ ମଞ୍ଜୁଲତା ବିଏମସି ଡେପୁଟି ମେୟର ହେବା ନିଶ୍ଚିତ । ୨୨ ନମ୍ବର ୱାର୍ଡ କର୍ପୋରେଟର ଭାବେ ସେ ଚଳିତ ଥର ପୌର ନିର୍ବାଚନରେ ବିଜୟୀ ହୋଇଛନ୍ତି ।

Leave A Reply

Your email address will not be published.