କୁବେର ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀ ଗିରଫ । ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କ ଘରୁ ଜବତ ହୋଇଥିଲା ନଗଦ ୨ କୋଟି ଟଙ୍କା । ଦ୍ୱିତୀୟ ପତ୍ନୀଙ୍କ ଭଉଣୀ ସାଲିଆ ସାହି ବସ୍ତି ଘରୁ ୧ କୋଟି ୪୧ ଲକ୍ଷ ଜବତ ହୋଇଛି । ଯନ୍ତ୍ରୀଙ୍କ ବେଆଇନ ସମ୍ପତ୍ତି ଲୁଚାଇବାରେ ସହଯୋଗ କରିଥିବାରୁ ଗିରଫ କରାଯାଇଛି । ଗତକାଲି କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ତାଙ୍କୁ ୩ ଦିନିଆ ରିମାଣ୍ଡରେ ଅଣାଯାଇଛି । ଏଯାଏଁ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରିସାରିଲାଣି ଭିଜିଲାନ୍ସ । ଏହା ସହ ବହୁ ସୁନା ଗହଣା ମଧ୍ୟ ଜବତ କରାଯାଇଛି ।ଏଯାଏ ମୋଟ ତାଙ୍କ ପାଖରୁ ୩ କୋଟି ୪୧ ଲକ୍ଷ ୬୭ ହଜାର ୨୮୦ ଟଙ୍କା ଜବତ କରାଯାଇଛି । ୧୯୯୫ ମସିହାରେ କାର୍ତ୍ତିକେଶ୍ୱର ରାଉଳ କ୍ଷୁଦ୍ର ଜଳସେଚନ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ କାମ କରୁଥିଲେ । ଏହା ପରେ ୨୦୧୩ରେ ସହକାରୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇଲେ । ।ତେବେ ଏତେ ଟଙ୍କା କାର୍ତ୍ତିକେଶ୍ୱର କେଉଁଠୁ ଆଣିଲେ ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି ।
ପ୍ରମୁଖ ଖବର
ଆଇଇଡି ବୋମା ବିସ୍ଫୋରଣରେ ଯବାନ ଶହୀଦ, ଦୁଇ ଗୁରୁତର
ଓଲଟିଲା ଯାତ୍ରୀବାହୀ ବସ୍ : କଣ୍ଡକ୍ଟର ମୃତ, ୧୫ ଆହତ
ବିଜେପିରେ ମିଶିଲେ ଜୟ ଢୋଲକିଆ
ଓଡ଼ିଶାରେ ବଡ ମାଛ ମାର୍କେଟ ସହ ଧନ-ଧାନ୍ୟ କୃଷି ଯୋଜନା ଶୁଭାରମ୍ଭ କଲେ ମୋଦି