ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଇମ୍ରାନଙ୍କ ପଦ ଗଲା, ଏବେ ସାହବାଜଙ୍କ ଉପରେ ଆଖି

0

ନୂଆଦିଲ୍ଲୀ: ଏକ ନାଟକୀୟ ଘଟଣାକ୍ରମରେ ପାକିସ୍ତାନ ରାଷ୍ଟ୍ରପତି ଇମ୍ରାନ ଖାଁ ସରକାରର ପତନ ଘଟିଛି। ଅନାସ୍ଥା ଭୋଟରେ ପରାଜୟ ବରଣ କରିବା ପରେ ସେ କ୍ଷମତାଚ୍ୟୁତ ହୋଇଛନ୍ତି। ଇମ୍ରାନ୍ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ, ଯିଏ ଏଭଳି ବହିଷ୍କୃତ ହୋଇଛନ୍ତି। ଏଥିସହିତ ପାକିସ୍ତାନ ପୁଣିଥରେ ଅଶାନ୍ତ ହୋଇ ଉଠିଛି।

ଇମ୍ରାନ କ୍ଷମତାରେ ରହିବା ଲାଗି ଶେଷ ମୁହୂର୍ତ ଯାଏ ସଂଘର୍ଷ କରିଥିଲେ। ମାତ୍ର ଭାଗ୍ୟ ତାଙ୍କ ସାଥିରେ ଯାଇନାହିଁ। ରାତିରେ ସଂସଦର ବୈଠକ ବସିଥିଲା ଏବଂ ଅନାସ୍ଥା ପୂର୍ବରୁ ଉଭୟ ବାଚସ୍ପତି ଏବଂ ଉପ ବାଚସ୍ପତି ଇସ୍ତଫା ଦେବା ପରେ ଇମ୍ରାନଙ୍କ ପାଇଁ ଅଡୁଆ ବଢ଼ିଯାଇଥିଲା। ପରେ ଜଣେ ଅସ୍ଥାୟୀ ବାଚସ୍ପତିଙ୍କ ମାଧ୍ୟମରେ ଭୋଟ ଗ୍ରହଣ କରାଯାଇଥିଲେ ହେଁ, ଏହା ପୂର୍ବରୁ ଇମ୍ରାନଙ୍କ ସମର୍ଥକମାନେ କକ୍ଷତ୍ୟାଗ କରିସାରିଥିଲେ। ଇମ୍ରାନଙ୍କୁ ୧୭୪ ଜଣ ବିରୋଧ କରି ମତ ଦେଇଥିଲେ।

ସକାଳ ସାଢେ ଦଶଟାରେ ସଂସଦର ସ୍ବତନ୍ତ୍ର ବୈଠକରେ ମତଦାନ ଲାଗି ସମୟ ଧାର୍ଯ୍ୟ ହୋଇଥିଲା। ହେଲେ ରାତି ୧୨ଟାରେ ଏଥିଲାଗି କ୍ଷେତ୍ର ପ୍ରସ୍ତୁତ ହୋଇପାରିଥିଲା। ଏହା ପୂର୍ବରୁ ରାତି ଏଗାରଟାରେ ସୁପ୍ରିମକୋର୍ଟ ଅନାସ୍ଥା ଉପରେ ପୁନଃ ବିଚାର ଆବେଦନ ଶୁଣିବାକୁ ହୋଇଥିଲା। କୋର୍ଟ କିନ୍ତୁ ନିଜ ରାୟରେ ଅଟଳ ରହିଥିଲେ। ଫଳରେ ଇମ୍ରାନଙ୍କ ପାଇଁ ସବୁ ରାସ୍ତା ବନ୍ଦ ହୋଇଯାଇଥିଲା।

ଇମ୍ରାନ ତୁରନ୍ତ ନିଜ ପ୍ରଧାନମନ୍ତ୍ରୀ ଆବାସ ଛାଡିଥିଲେ ହେଁ ତାଙ୍କୁ ପାକିସ୍ତାନ ଛାଡିବା ଉପରେ କଟକଣା ଲାଗୁ କରିବାକୁ ବିରୋଧୀ ଦାବି କରିଛନ୍ତି। ଇମ୍ରାନଙ୍କ ସମର୍ଥକମାନେ ଏବେ ରାଜରାସ୍ତାରେ ଆନ୍ଦୋଳନ ଚଳାଇଛନ୍ତି। ସେହବାଜ ସରିଫ୍ ନୂଆ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି। ତେବେ ସାହବାଜଙ୍କୁ ପ୍ରଧାନମନ୍ତ୍ରୀ ନ କରିବା ଲାଗି ଇମ୍ରାନ ଦାବି ରଖି ଆସୁଥିଲେ।

Leave A Reply

Your email address will not be published.