ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଋଷକୁ ବଡ଼ ଝଟକା, ବିସ୍ଫୋରଣରେ ଯୁଦ୍ଧ ଜାହାଜ ଧ୍ୱଂସ

0

ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ଋଷ ବଡ଼ ଝଟକା ଲାଗିଛି। କୁହାଯାଉଛି, ବ୍ଲାକ ସିରେ ଋଷର ଏକ ମିସାଇଲ କ୍ରୁଜ ଧ୍ୱଂସ ହୋଇାଇଛି। ଏହା ପରେ ମିସାଇଲ କ୍ରୁଜର ମୋସ୍କାଭାର କ୍ରୁ ମେମ୍ବର୍ସଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଉଛି ଯେ, ଯୁଦ୍ଧପୋତରେ ନିଆଁ ଲାଗିବା କାରଣରୁ ଏହି ବିସ୍ଫୋରଣ ହୋଇଛି। କିନ୍ତୁ ଏଯାଏଁ ଅଗ୍ନିକାଣ୍ଡର କାରଣ ଜଣାପଡିନି। ୧୯୭୯ରେ ଏହି ମିସାଇଲ ଲଞ୍ଚ ହୋଇଥିଲା। ଏଥିରେ ୧୬ଟି ଆଣ୍ଟିସିପ୍‌ ମିସାଇଲ, ବହୁ ଏୟାର ଡିଫେନନ୍ସ ମିସାଇଲ ଓ ବନ୍ଧୁକ ଥିଲା। ସେପଟେ ୟୁକ୍ରେନ ଅଧିକାରୀ ବୁଧବାର ସନ୍ଧ୍ୟାରେ ଦାବି କରିଛନ୍ତି ଯେ, ଓଡେଶାରେ ଥିବା ସେମାନଙ୍କ ଆଣ୍ଟି ସିପ୍ ମିସାଇଲ ମୋସ୍କାଭାରେ ଦୁଇ ଥର ମାଡ଼ ହୋଇଥିଲା। ଓଡେଶା ପ୍ରଶାସନ ପକ୍ଷରୁ ମଧ୍ୟ ଏହା ଦାବି କରାଯାଇଛି।ତେବେ ୟୁକ୍ରେନ ଅଧିକାରୀ ନିଜ ଦାବିକୁ ନେଇ କୌଣସି ପ୍ରମାଣ ଦେଇନାହାନ୍ତି।

ୟୁକ୍ରେନ ଉପରେ ଋଷ ଫେବୃଆରୀରେ ଆକ୍ରମଣ କରିଥିଲା। ଋଷ ଆକ୍ରମଣରେ କିଭ୍ ,ମାରୟୁପୋଲ, ଖାରକିଭ୍‌,ପରି ଅନେକ ସହର ପୁରା ଧ୍ୱଂସବିଧ୍ୱସ୍ତ ହୋଇଯାଇଛି।। ଋଷ ସେନାଙ୍କୁ ମଧ୍ୟ ଲଗାତର ଜବାବ ଦେଉଥିବା ୟୁକ୍ରେନ ଦାବି କରିଛି। ଜବାବ ଆକ୍ରମଣରେ ଋଷର ୧୫ ହଜାରରୁ ଅଧିକ ସେନାଙ୍କ ମୃତ୍ୟୁ ହୋଇଥିବା ୟୁକ୍ରେନ କହିଛି ।

Leave A Reply

Your email address will not be published.