ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

‘ପିସିସି ସଭାପତି ପରିବର୍ତ୍ତନ ଯେତେ ଶୀଘ୍ର ହେବ ସେତେ ଭଲ’

0

ଓଡିଶା କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ପ୍ରସଙ୍ଗ ଜୋର ଧରିଥିବା ବେଳେ ପିସିସି ପରିବର୍ତ୍ତନ ନେଇ ମୁହଁ ଖୋଲିଛନ୍ତି ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନ କହିଛନ୍ତି, ପିସିସି ପରିବର୍ତ୍ତନ ହେଉ । କଂଗ୍ରେସରେ ବହୁ ଯୋଗ୍ୟ ଲୋକ ସଭାପତି ପଦ ପାଇଁ ଅଛନ୍ତି । ଦୁଇ ତିନି ବର୍ଷରେ ପିସିସି ପରିବର୍ତ୍ତନ ହୁଏ,ଏହା କିଛି ନୂଆ କଥା ନୁହେଁ ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଗଣମାଧ୍ୟମ ସାମନାରେ କହିଛନ୍ତି ଯେ, ସେ ବହୁତ ଆଗରୁ ଇସ୍ତଫା ଦେଇସାରିଛନ୍ତି । ଇସ୍ତଫା ପତ୍ର ସାର୍ବଜନୀନ କରିବାର ଆବଶ୍ୟକ ନାହିଁ । ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପାର । ଏବେ ଏଆଇସିସି ହାତରେ ନିଷ୍ପତ୍ତି। ତେବେ ଯେତେଶୀଘ୍ର ଏ ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ ଦଳ ପାଇଁ ସେତେ ଭଲ ହେବ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ରାଜ୍ୟରେ ପୌର ଓ ପଞ୍ଚାୟତ ନିର୍ବାଚନରେ କଂଗ୍ରେସରେ ଶୋଚନୀୟ ପରାସ୍ତ ପରେ ପିସିସି ପରିବର୍ତ୍ତନ ହେବାକୁ ନେଇ ଚାଲିଛି ଆକଳନ । ଖୁବ ଶୀଘ୍ର ପିସିସି ସଭାପତି ବଦଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେପଟେ ବିଧାୟକ ସୁର ରାଉତରାୟ କହିଛନ୍ତି, ପିସିସି ସଭାପତି ପାଇଁ ୧୩/୧୪ ଜଣଙ୍କ ନାଁ ଚର୍ଚ୍ଚା ହେଉଛି । କିଏ ବରିଷ୍ଠଙ୍କୁ ପିସିସି ସଭାପତି କରିବାକୁ ଚାହୁଁଥିବା ବେଳେ କିଏ କଂଗ୍ରେସ ଧାୟକଙ୍କ ମଧ୍ୟରୁ ତ ଆଉ କିଏ ଯୁବ ଗୋଷ୍ଠୀଙ୍କୁ ଦାୟିତ୍ୱ ଦେବାକୁ କହୁଛନ୍ତି । ତେବେ ମୋ ମତରେ ଜଣେ ଷ୍ଟ୍ରଙ୍ଗମ୍ୟାନଙ୍କୁ ସଙ୍ଗଠନ ଦାୟିତ୍ୱ ଦିଆଯାଉ ବୋଲି ସୁର ରାଉତରାୟ କହିଛନ୍ତି ।

Leave A Reply

Your email address will not be published.