ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ହରଭଜନଙ୍କ ହୃଦୟ ବଡ଼, ଦାନ କରିଦେଲେ ଦରମା

0

କ୍ରିକେଟ ପଡିଆରୁ ରାଜ୍ୟସଭା ସାଂସଦ ହୋଇଥିବା ହରଭଜନ ସିଂହ ରାଜନୀତିରେ ଉଦାହରଣ ସାଜିଛନ୍ତି । ଆଜି ହରଭଜନ ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟସଭା ସାଂସଦ ଭାବେ ତାଙ୍କ ଯେତିକି ଦରମା ମିଳିବ, ସେ ସମସ୍ତ ଟଙ୍କା ଦେଶର ଗରିବ ଚାଷୀଙ୍କ ଝିଅଙ୍କ ପାଠପଢା ଓ କଲ୍ୟାଣ ପାଇଁ ଦେବେ ବୋଲି କହିଛନ୍ତି । ହରଭଜନ ସିଂହଙ୍କ ଏହି ଘୋଷଣା ପରେ ତାଙ୍କୁ ସବୁ ମହଲରେ ପ୍ରଶଂସା କରାଯାଉଛି । ଏହା ସହ ସେ କହିଛନ୍ତି, ଦେଶର କ୍ରୀଡାକୁ ପ୍ରୋତ୍ସାହିତ କରିବା ସହ ଜଣେ ଲୋକପ୍ରତିନିଧି ଭାବେ ଦେଶ ଓ ଦେଶବାସୀଙ୍କ ପ୍ରତି ତାଙ୍କର କର୍ତ୍ତବ୍ୟ ସୂଚାରୁ ରୂପେ ସଂପାଦନ କରିବେ ।

ପଞ୍ଜାବରେ କଂଗ୍ରେସକୁ ପରାଜିତ କରି କ୍ଷମତାକୁ ଆସିଥିଲା ଆପ୍ । ଏହା ପରେ ଆପ୍ ତରଫରୁ ୫ଟି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଦିଆଯାଇଥିଲା । ସେପଟେ ଆପ୍‌ର ସମସ୍ତ ପ୍ରାର୍ଥୀ ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ୨୦୨୧ ଡିସେମ୍ବର ମାସରେ ହରଭଜନ ସିଂହ କ୍ରିକେଟର ସମସ୍ତ ଫର୍ମାଟକୁ ଅଲବିଦା କହିଥିଲେ। । ଏହା ପରେ ସେ ରାଜନୀତିରେ ପ୍ରବେଶ କରିବେ ବୋଲି ସଙ୍କେତ ଦେଇଥିଲେ। ହରଭଜନଙ୍କ କ୍ୟାରିୟର ବାବଦରେ କହିଲେ ,ସେ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ୧୦୩ଟି ଟେଷ୍ଟ ଖେଳି ୪୧୭ ୱିକେଟ ହାସଲ କରିବା ସହ ୨୩୬ଟି ଏକଦିବସୀୟ ମ୍ୟାଚ ଖେଳି ୨୬୯ ୱିକେଟ ହାସଲ କରିଛନ୍ତି ।

Leave A Reply

Your email address will not be published.