ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

୩୭୦ ଆସନରେ ଲଢ଼ିବ କି କଂଗ୍ରେସ

0

ନୂଆଦିଲ୍ଲୀ: ରାଜନୀତି ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି। ଏହି ଖବର ଆଜି କଂଗ୍ରେସ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଶନିବାର ଅର୍ଥାତ୍ ଆଜି ଦଳର ସଭାପତି ସୋନିଆ ଗାନ୍ଧୀଙ୍କ ବାସଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଦଳର ହାଇକମାଣ୍ଡ ଏମିତି ଏକ ପ୍ରସ୍ତାବ ଦେଇଛନ୍ତି। ୨୦୨୪ ନିର୍ବାଚନରେ କଂଗ୍ରେସର ରଣନୀତି କଣ ହେବା ଦରକାର,ସେ ନେଇ ପ୍ରଶାନ୍ତ ଆଜି ଏକ ବିସ୍ତୃତ ଉପସ୍ଥାପନା ଦଳର ଶୀର୍ଷ ନେତୃତ୍ବ ସାମ୍ନାରେ କରିଥିଲେ।

ଏହି ଖବରକୁ ଆଧାର କରି କିଛି ଗଣମାଧ୍ୟମ ପୂର୍ବାନୁମାନ କରୁଛନ୍ତି ଯେ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗଦେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ଦଳ ତାଙ୍କୁ ପରାମର୍ଶଦାତା ଭାବେ ବ୍ୟବହାର କରିବାକୁ ଚାହୁଁନାହିଁ। ବରଂ ତାଙ୍କୁ ଦଳରେ ଯୋଗଦେବା ଲାଗି ଏବଂ ସେ ଜଣେ କଂଗ୍ରେସ ନେତାଭାବେ କାର୍ଯ୍ୟ କରନ୍ତୁ, ଏକଥା ହାଇକମାଣ୍ଡ ସୋନିଆ ଗାନ୍ଧୀ ଚାହୁଁଛନ୍ତି। ୨୦୨୪ ନିର୍ବାଚନକୁ ନେଇ ପ୍ରଶାନ୍ତ ଯେଉଁ ରୋଡ୍ ମ୍ୟାପ୍ ବା ନକ୍ସା ଆଜି ସୋନିଆଙ୍କ ସାମ୍ନାରେ ରଖିଛନ୍ତି, ସେଥିରେ ଏହାକୁ ଅନ୍ତର୍ଭୁକ୍ତ କରିବା ଲାଗି ତାଙ୍କୁ ପ୍ରସ୍ତାବ ଦିଆଯାଇଛି ଏବଂ ତଦନୁଯାୟୀ ସାଂଗଠନିକସ୍ତରରେ ବଡ ଧରଣର ଅଦଳବଦଳ କରାଯିବ ବୋଲି ଗୋଟିଏ ଖବର ଆସୁଛି।

ପ୍ରଶାନ୍ତ ଆଜି କଂଗ୍ରେସ ପାଇଁ ଯେଉଁ ସଞ୍ଜୀବନୀ ମନ୍ତ୍ର ଫୁଙ୍କିଛନ୍ତି, ସେଥିରେ ଦୁଇ ଚାରିଟି ଦିଗ ଅତ୍ୟନ୍ତ ଉଲ୍ଲେଖନୀୟ ରହିଛି। ଯେମିତିକି କଂଗ୍ରେସ ଯେଉଁ ସବୁ ରାଜ୍ୟରେ ଶକ୍ତିଶାଳୀ ଥିଲା, ସେସବୁ ସ୍ଥାନ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ଲାଗି କୁହାଯାଇଛି। ପ୍ରଶାନ୍ତ କହିଛନ୍ତି ଯେ ସାଂଗଠନିକ ପୁନର୍ବିନ୍ୟାସ ସହିତ ପୂରା ବ୍ୟବସ୍ଥାରେ ପରିବର୍ତ୍ତନ ଆବଶ୍ୟକ ରହିଛି। ଥରେ ଏଥିରେ ସୁଧାର ଆସିଗଲେ, କଂଗ୍ରେସ ଆଗକୁ ବଢ଼ିବ।

ପ୍ରଶାନ୍ତ ଅନ୍ୟ ଗୋଟିଏ ଦିଗ ଉପରେ ଗୁରୁତ୍ବ ଦେଇଛନ୍ତି। ତାହା ହେଲା, କଂଗ୍ରେସ ସବୁ ଲୋକସଭା ଆସନରେ ଲଢ଼ି ମର୍ଯ୍ୟାଦା ହାନି କରିବା ପରିବର୍ତ୍ତନ ସର୍ବାଧିକ ୩୭୦ ଆସନରେ ନିଜକୁ ସୀମିତ ରଖୁ। ଏସବୁ ଆସନରୁ କିଭଳି ସଂଖ୍ୟାଧିକ ଆସନରେ ଦଳ ଭଲ କରିବ, ତା ଉପରେ ପଦକ୍ଷେପ ନିଆଯାଉ। ଅନ୍ୟ ଆସନରେ ଦଳ ମେଣ୍ଟ ସହିତ ଯିବା ଉଚିତ୍।

ଏହି କ୍ରମରେ ପ୍ରଶାନ୍ତ ସ୍ପଷ୍ଟ କରିଛନ୍ତି ଯେ ଉତ୍ତର ପ୍ରଦେଶ, ବିହାର ଏବଂ ଓଡ଼ିଶା ଭଳି ରାଜ୍ୟରେ କଂଗ୍ରେସ ଏକାକୀ ଲଢ଼ିବା ବୁଦ୍ଧିମାନର କାର୍ଯ୍ୟ। ସେମିତି ହେଲେ ଦଳ ଏଠାରେ ବଢ଼ିବ ଓ ସେ ସୁଯୋଗ ରହିଛି। ସେହିଭଳି ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ରରେ କଂଗ୍ରେସ ମିଳିତ ଭାବେ ଲଢ଼ିବା ଉପରେ ଜୋର ଦେଉ। କଂଗ୍ରେସ ହାଇକମାଣ୍ଡ ସମୁଦାୟ ଚିତ୍ର ଦେଖିବା ପରେ ନିଷ୍ପତ୍ତି ହୋଇଛି ଯେ କିଛି ନେତାଙ୍କୁ ନେଇ ଗୋଟିଏ ସ୍ବତନ୍ତ୍ର କମିଟି ଗଠନ ହେବ, ଯିଏ ଏହା ଉପରେ ଅଧିକ ତର୍ଜମା କରିବେ। ତା’ ପରେ କଂଗ୍ରେସ ଏ ଦିଗରେ ଆଗକୁ ବଢ଼ିପାରେ।

Leave A Reply

Your email address will not be published.