ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ଲୋକପ୍ରିୟତା ହରାଇଲା କେମିତି?

0

ପୁରୀରେ ଅସନ୍ତୋଷ ବଢୁଛି, ବିଜେପି ଏହାକୁ ପ୍ରସଙ୍ଗ କରି ଆଗକୁ ବଢୁଛି

ଅନ୍ୟ ରାଜନୈତିିକ ଦଳ, ସାମାଜିକ ସଂଗଠନ ଧୀରେ ଧୀରେ ଏକାଠି ହେଉଛନ୍ତି

ବିଜେଡିି ଓ ପ୍ରଶାସନ ଏହାକୁ ପ୍ରତିହତ କରିବାର ସାମର୍ଥ୍ୟ ହରାଇସାରିଲେଣି

ନବୀନଙ୍କର ଏହା ସ୍ବପ୍ନର ପ୍ରକଳ୍ପ ଥିଲା, ଏତେବଡ ପ୍ରକଳ୍ପକୁ ବିଗାଡିଲା କିଏ?

ଭୁବନେଶ୍ବର: ପୁରୀରେ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ସଂକ୍ରାନ୍ତ ରାଜ୍ୟ ସରକାରଙ୍କ ସ୍ବପ୍ନର ପ୍ରକଳ୍ପକୁ ଭାରତୀୟ ଜନତା ପାର୍ଟି ଧୀରେ ଧୀରେ ଘେରୁଛି। ଏହି ପ୍ରସଙ୍ଗକୁ ଦଳ ସଂସଦରେ ପହଞ୍ଚାଇ ସାରିଥିଲା। ଆଶା କରାଯାଉଥିଲା, ସେଥିରେ ହିଁ ପୂର୍ଣ୍ଣଛେଦ ପଡିବ। ମାତ୍ର ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ନାମରେ ସୋସିଆଲ ମିଡ଼ିଆରେ ଯେଉଁ ଆନ୍ଦୋଳନ ଚାଲିଛି; ସେଥିରେ ବିଜେପି ନେତାମାନେ ସାମିଲ ହେଉଥିବା ଜଣାପଡିଛି। ଏଥିସହିତ ପ୍ରସଙ୍ଗଟି ନୂଆ ରୂପ ନେଇଛି। ଏପ୍ରିଲ ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ସାମାଜିକ ଗଣମାଧ୍ୟମରେ ଚାଲିଥିବା ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନରେ ଯୁବ ପିଢି ଅଧିକରୁ ଅଧିକ ଯୋଡି ହେଉଛନ୍ତି।

ଏହି ପ୍ରସଙ୍ଗଟି ଯେତିକି ଗମ୍ଭୀର, ତା ଠାରୁ ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଲା, ଏହି ପ୍ରସଙ୍ଗଟିକୁ ବଳ କେଉଁଠୁ ମିଳୁଛି? ପୁରୀ ଜିଲ୍ଲାରେ ବିଜେଡିର ଦୁଇଜଣ ମନ୍ତ୍ରୀ ଅଛନ୍ତି। ଜଣେ ହେଉଛନ୍ତି ସମୀର ଦାଶ ଏବଂ ଅନ୍ୟଜଣେ ହେଉଛନ୍ତି ତୁଷାରକାନ୍ତି ବେହେରା। କେବଳ ସେତିକି ନୁହେଁ, ପୁରୀ ଓ ବ୍ରହ୍ମଗିରିକୁ ବାଦ୍ ଦେଲେ ଅନ୍ୟ ସବୁ ଆସନରେ ବିଜେଡି ବିଧାୟକ ଅଛନ୍ତି, ସାଂସଦ ବି ବିଜେଡିର। ବ୍ରହ୍ମଗିରିରୁ ନିର୍ବାଚନ ହାରିଥିଲେ ହେଁ ବିଜେଡିର ସେଠାକାର ନେତା ସଂଜୟ ଦାସବର୍ମାଙ୍କୁ ରାଜ୍ୟ ସରକାର ଯୋଜନା ବୋର୍ଡ ଅଧ୍ୟକ୍ଷ କରିଛନ୍ତି। ପୁରୀରେ ମହେଶ୍ବର ମହାନ୍ତି ନିଷ୍ପ୍ରଭ ହୋଇଥିଲେ ହେଁ ସେଠାରେ ଶୁଭାଶିଷ ଖୁଣ୍ଟିଆଙ୍କ ଭଳି ଜଣେ ଯୁବ ନେତାଙ୍କୁ ଦଳ ମଙ୍ଗ ଧରାଇଛି। ସବୁଠାରୁ ବଡ କଥା ହେଉଛି, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କିମ୍ବା ବ୍ରହ୍ମଗିରି ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ବିଜେଡି ବିରୋଧରେ ଏତେ ବେଶୀ ଉଗ୍ର ନାହାନ୍ତି।

ଏତେ ସବୁ ପରେ ଏହି ପ୍ରସଙ୍ଗଟିକୁ କେଉଁ ଅଜଣା ସୂତ୍ରରୁ ବଳ ମିଳିଲା, ତାହା ରାଜନୈତିକ ପର୍ଯ୍ୟବେକ୍ଷକ ମହଲକୁ ଆନ୍ଦୋଳିତ କରୁଛି। ମିଳୁଥିବା ସୂଚନା ଅନୁସାରେ, ପୁରୀ ଜିଲ୍ଲା ସହିତ ଶ୍ରୀମନ୍ଦିର ସବୁବେଳେ ଯୋଡି ହୋଇରହିଥାଏ। ଭିନ୍ନ ଭିନ୍ନ କାରଣରୁ ଏଠାରେ ଭୋଟର ଟିକେ ସମ୍ବେଦନଶୀଳ। ଏବେ କିନ୍ତୁ ଜଣାପଡିଲାଣି ଯେ ଭୋଟରଙ୍କୁ କେହି ବିଗାଡି ଦେଇଛି। ବିଜେଡି ନେତାମାନଙ୍କର ଗୋଟିଏ ବଡ ଭୂମିକା ମଧ୍ୟ ଏଥିରେ ଲୁଚି ରହିଛି। ବିଜେଡିର ଅନ୍ତଃକନ୍ଦଳ ଏଭଳି ସ୍ଥଳକୁ ଚାଲିଯାଇଛି ଯେ ସମସ୍ତେ ନିଜ ସୁରକ୍ଷା ଏବଂ ଭବିଷ୍ୟତକୁ ନେଇ ବ୍ୟସ୍ତ। ଦଳର ସୁରକ୍ଷା ବା ସରକାରଙ୍କ କାର୍ଯ୍ୟକ୍ରମର ସୁରକ୍ଷା ପ୍ରସଙ୍ଗକୁ କେହି ଗୁରୁତ୍ବ ଦେବା ସ୍ଥିତିରେ ନାହାନ୍ତି।

ଆହୁରି ଗୋଟିଏ ବଡ କଥା ହେଲା, ଶ୍ରୀମନ୍ଦିର ଦର୍ଶନ ପ୍ରକ୍ରିୟାରେ ପୁରୀ ଜିଲ୍ଲା ଲୋକଙ୍କ ବାଟଓଗାଳିବା ଏହାର ଗୋଟିଏ ବଡ କାରଣ। ଶ୍ରୀମନ୍ଦିରରେ ଆଦୌ ଭିଡ଼ ନଥିଲେ ହେଁ, ପୁରୀ ଜିଲ୍ଲା ପ୍ରଶାସନ ଧାଡି ଦର୍ଶନ କରାଇବା ଦ୍ବାରା ସ୍ଥାନୀୟ ଭକ୍ତ, ଯେଉଁମାନେ ପ୍ରତ୍ୟହ ଶ୍ରୀମନ୍ଦିର ଯାଇ ଫେରିବା ପରେ ଖାଦ୍ୟ ଗ୍ରହଣ କରିଥାନ୍ତି, ସେମାନେ ଢେର୍ ପ୍ରଭାବିତ ହେଉଛନ୍ତି। ସେହିଭଳି ଅବଢା ନେବା କ୍ଷେତ୍ରରେ ମଧ୍ୟ ପୂରା ପୁରୀ ଜିଲ୍ଲାର ଲୋକଙ୍କୁ ହଇରାଣ ହେବାକୁ ପଡୁଛି। ଏହାକୁ ନେଇ ଏବେ ଗାଁ ଗାଁରେ ଯେଉଁ ଅସନ୍ତୋଷ ଦେଖାଦେଲାଣି, ତାହା ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କ ସରକାର ବିରୋଧରେ ଯାଉଛି। ଦ୍ବିତୀୟତଃ ଫନି ପରେ ଯେଭଳି ପୁନରୁଦ୍ଧାର ପ୍ରକ୍ରିୟାର ଡଙ୍ଗ ମୋଡ଼ି ଦିଆଗଲା ଏବଂ ଆଜି ଯାଏ ବି ସରକାର ଗାଁ ଗଣ୍ଡାରେ ଗୋଟିଏ ବି ଘର ନିର୍ମାଣ ଅର୍ଥ ଦେଲେ ନାହିଁ, ତାହା ଲୋକଙ୍କୁ ଅସନ୍ତୁଷ୍ଟ କରିଛି। ଏଥିପାଇଁ ନେତାଙ୍କୁ ଲୋକେ ଦାୟୀ କରୁନାହାନ୍ତି ବରଂ ସ୍ଥାନୀୟ ପ୍ରଶାସନର ଆଚରଣ ଏ କ୍ଷେତ୍ରରେ ଗୋଟିଏ ବଡ ଭୂମିକା ନେଇଛି।

ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ସଂପର୍କରେ ପୁରୀ ଜିଲ୍ଲାରେ ନକାରାତ୍ମକ ଧାରଣା ସୃଷ୍ଟି ହେବା ପଛରେ ପୁରୀ ଜିଲ୍ଲା ପ୍ରଶାସନର ଗୋଟିଏ ଭୂମିକାକୁ ଆଦୌ ଏଡାଇ ଦେଇ ହେବନାହିଁ। ପୁରୀରେ ପ୍ରଶାସକ ଲୋକପ୍ରିୟ ହେବେ କି ସରକାରଙ୍କୁ ଲୋକପ୍ରିୟ କରାଇବେ ତାହାକୁ ନେଇ ସେମାନଙ୍କ ମଧ୍ୟରେ ଗୋଟିଏ ଦ୍ବନ୍ଦ୍ବ ରହିଛି। ସେହିଭଳି ଶ୍ରୀମନ୍ଦିର ଗୋଟିଏ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବା ସତ୍ତ୍ବେ ସରକାର ଏହା ସହିତ ଯୋଡି ହୋଇଥିବା ଅନେକ ପ୍ରସଙ୍ଗକୁ ଅଣଦେଖା କରିବା ଏବେ ଏହି ବିବାଦକୁ ଭୀଷଣ ରୂପ ଦେବାକୁ ଯାଉଛି। ବିଜେପି ବୁଝିଯାଇଛି ଯେ ଏହି ଗୋଟିଏ ପ୍ରସଙ୍ଗକୁ ଧରି ଓଡ଼ିଶାର ଘରେ ଘରେ ପହଞ୍ଚି ହେବ। କାରଣ ଏହି ପ୍ରକଳ୍ପ ସପକ୍ଷରେ ଯେଉଁ ଜନମତ ଥିଲା, ତାକୁ ଇତିମଧ୍ୟରେ ଅନେକ ଲାଗିପଡି ନଷ୍ଟ କରିସାରିଛନ୍ତି। ବରଂ ଗୋଟିଏ ନକାରାତ୍ମକ ଭାବନା ଆରମ୍ଭ ହୋଇସାରିଲେଣି। ଏଣୁ ଏହାକୁ ଗୋଟି କରି ଦଳ ଆଗକୁ ବଢ଼ିବାକୁ ଯୋଜନା କରୁଛି, ଏକଥା ଆଉ ଅଛପା ହୋଇ ରହିନାହିଁ।

କେବଳ ବିଜେପି ନୁହେଁ, ଅନ୍ୟ ରାଜନୈତିକ ଦଳ ମଧ୍ୟ ଏହାକୁ ଦେଖାଦେଖି ଏବେ ଶ୍ରୀମନ୍ଦିର ବିକାଶକୁ ପ୍ରସଙ୍ଗ କରି ସରକାରଙ୍କୁ ଅକଳରେ ପକାଇବାକୁ ଯୋଜନା ଚଳାଇଛନ୍ତି। ହେଲେ ଏହାକୁ ପ୍ରତିହତ କରିବା ଲାଗି ସରକାରୀ ମନ୍ତ୍ର ନିଷ୍ପ୍ରଭ ମନେହୁଏ।

Leave A Reply

Your email address will not be published.