ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

୧୧ ସପ୍ତାହ ପରେ ୩୫% ବଢିଲା ଦେଶରେ ସାପ୍ତାହିକ ସଂକ୍ରମଣ

0

ନୂଆଦିଲ୍ଲୀ: ପୁଣି ଡରାଇଲା କରୋନା। ଦେଶରେ କରୋନା ସଂକ୍ରମଣ ଏବେ ବୃଦ୍ଧି ସଙ୍କେତ ମିଳିଲାଣି। ୧୧ ସପ୍ତାହ ପରେ ଦେଶରେ ସାପ୍ତାହିକ କରୋନା ସଂକ୍ରମଣ ୩୫ ପ୍ରତିଶତ ବୃଦ୍ଧି ପାଇଛି। ମୋଟ ଉପରେ ଦେଶରେ ସଂକ୍ରମଣ ହାର କମୁଥିବା ବେଳେ ଦିଲ୍ଲୀ, ହରିୟାଣା, ଉତ୍ତର ପ୍ରଦେଶରେ ସଂକ୍ରମଣ ବଢୁଥିବାରୁ ଦେଶରେ ସଂକ୍ରମଣ ହାର ବୃଦ୍ଧି ପାଇଛି।

ଏପ୍ରିଲ ୧୧ରୁ ୧୭ ତାରିଖ ମଧ୍ୟରେ ଦେଶରେ ମୋଟ ୬ ହଜାର ୬୧୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି; ଯାହା ଗତ ସପ୍ତାହରେ ୪ ହଜାର ୯୦୦ ଥିଲା। ତେବେ କରୋନା ଜନିତ ମୃତ୍ୟୁହାର ଲଗାତର କମିବାରେ ଲାଗିଛି। ଚଳିତ ସପ୍ତାହରେ କରୋନାରେ ମାତ୍ର ୨୭ ଜଣ ଆଖିବୁଜିଛନ୍ତି।

ଗତ ୧୫ ଦିନରେ ଦିଲ୍ଲୀରେ କରୋନା ସଂକ୍ରମଣ ହାର ୫ ଗୁଣା ବଢିଯାଇଛି। ଦିଲ୍ଲୀରେ ବଢୁଥିବା ସଂକ୍ରମଣକୁ ଦେଖି ଲୋକାଲ ସର୍କଲ ନାଁରେ ଏକ ସଂସ୍ଥାରେ ସର୍ଭେ ଅନୁସାରେ ଗଲା ୧୫ ଦିନ ଭିତରେ ଦିଲ୍ଲୀରେ ୫୦୦ ପ୍ରତିଶତ ସଂକ୍ରମଣ ବଢିଛି। ଏହି ସର୍ଭେରେ ୧୧ ହଜାର ୭୪୩ ଜଣ ଲୋକ ସାମିଲ ହୋଇଥିଲେ।ମହାନଗରୀରେ ଦୁଇ ସପ୍ତାହ ତଳେ ଥିବା ଶୂନ ଦଶମିକ ୫ ପ୍ରତିଶତ ପଜିଟିଭିଟି ରେଟ୍ ଏବେ ୫ ଦଶମିକ ୩୩ ପ୍ରତିଶତକୁ ବଢିଯାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୦ରେ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ଏକ ବୈଠକ ଡାକିଛି।

ତେବେ ଯଦି ଓ ଏବେ ଦୈନିକ ସଂକ୍ରମଣ ସଂଖ୍ୟା କମ ରହିଛି । କିନ୍ତୁ ଏବେଠୁ ସତର୍କ ନହେଲେ ସ୍ଥିତି ଆଗକୁ ଆହୁରି ଜଟିଳ ହୋଇପାରେ। ତେଣୁ ମାସ୍କ ପିନ୍ଧିବା ସହ ଟେଷ୍ଟିଂ ବଢାଇବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.