ପ୍ରମୁଖ ଖବର

ଜେଲ୍ ଯିବା ପରେ ବିଗିଡିଲା ଚକ୍‌ମାଙ୍କ ସ୍ୱାସ୍ଥ୍ୟାବସ୍ଥା,ଡାକ୍ତରଖାନାରେ ଭର୍ତ୍ତି
ରାଜ୍ୟର ୧୨ ଜିଲ୍ଲାକୁ ମାଡ଼ିଲାଣି କରୋନା, ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮୧୫କୁ ବୃଦ୍ଧି
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଗଲେ କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ
ନକ୍ସଲଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ସପ୍ଲାୟର ଗିରଫ

ଦିଗପହଣ୍ଡିରେ ଡବଲ୍ ମର୍ଡର

0

ବ୍ରହ୍ମପୁର: ଦିନକ ତଳେ ବିଳମ୍ବିତ ରାତିରେ ଜଣେ ସିମେଣ୍ଟ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଥିଲା। ଏହାର ୨୪ ଘଣ୍ଟା ପୂରିନି, ଶନିବାର ବିଳମ୍ବିତ ରାତିରେ ପୁଣି ଦୁଇଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚଷାନିମଖଣ୍ଡି ଗ୍ରାମରେ ଘଟିଛି। ରାଜନୈତିକ ଶତ୍ରୁତାରୁ କେହି ହତ୍ୟା କରିଥିବା ପୁଲିସ ପ୍ରାରମ୍ଭିକ ଅନୁସନ୍ଧାନରୁ ସୂଚନା ପାଇଛି। ମୃତ ଯୁବକଙ୍କ ନାମ ଯଥାକ୍ରମେ ସୁଦର୍ଶନ ସୁଆର ଓ ସରୋଜ ପାତ୍ର ବୋଲି ପୁଲିସ ଗଣମାଧ୍ୟମକୁ କହିଛି।

ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। ଉଭୟ ସୁଦର୍ଶନ ଓ ସରୋଜ କୌଣସି ଏକ କାମରେ ସ୍ଥାନୀୟ ଭୀଷ୍ମଗିରି ଯାଇଥିଲେ। ସେଠାରୁ କାମ ସାରି ବାଇକରେ ଘରକୁ ଫେରୁଥିବା ବେଳେ ଚଷାନିମଖଣ୍ଡି ଅଞ୍ଚଳରେ ପୂର୍ବରୁ ଯୋଜନାବଦ୍ଧ ଭାବେ ଲୁଚି ରହିଥିବା କିଛି ଦୁର୍ବୃତ୍ତ ସେମାନଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ସେମାନେ ଘଟଣାସ୍ଥଳରୁ ଦୌଡି ଦୌଡି ଯିବାକୁ ଉଦ୍ୟମ କରିଥିବା ବେଳେ ଦୁର୍ବୃତ୍ତମାନେ କିନ୍ତୁ ସେମାନଙ୍କୁ ପିଛା କରି ଗୋଡାଇ ଗୋଡାଇ ହାଣିଥିଲେ। ଘଟଣାସ୍ଥଳରେ ହିଁ ସୁଦର୍ଶନଙ୍କର ମୃତ୍ୟୁ ହୋଇଥିବା ପୁଲିସ କହିଛି।

ତେବେ ପରେ ଲୋକମାନେ ପହଞ୍ଚି ସରୋଜଙ୍କୁ ଡାକ୍ତରଖାନା ନେଇଥିଲେ ହେଁ ତାଙ୍କୁ ସେଠାରେ ମୃତ ଘୋଷଣା କରାଯାଇଥିଲା। ଏହି ଘଟଣାରେ ପୁଲିସ କାହାକୁ ଏଯାବତ୍ ଗିରଫ କରିନଥିଲେ ହେଁ ତନାଘନା ଜାରି ରହିଛି। ଘଟଣାକୁ ନେଇ ପୂରା ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଛି।

Leave A Reply

Your email address will not be published.