ପ୍ରମୁଖ ଖବର

କେନ୍ଦୁପତ୍ର ତୋଳାଳିଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଉପହାର; ବୋନସ ଓ ମୂଲ୍ୟବୃଦ୍ଧିକୁ ମଞ୍ଜୁରି
ଜୁଲାଇ ୧୭ରେ ଗଡ଼ିବ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍, ଶୁଭାରମ୍ଭ କରିବେ ମୋଦୀ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଆନ୍ଧ୍ରରେ ୨ କୋଭିଡ୍ ମୃତ୍ୟୁ ପରେ ଓଡ଼ିଶା ସୀମାରେ ହାଇଆଲର୍ଟ
ରୋଡ୍ ରୋଲର ଚଳାଇ ୪୭୨ କୋଟି ଟଙ୍କାର ନିଶାଦ୍ରବ୍ୟ ନଷ୍ଟ କଲେ ହିମନ୍ତ ବିଶ୍ୱ ସର୍ମା

ଛୁଆକୁ ମାରି ବାପା- ମାଆ କଲେ ଆତ୍ମହତ୍ୟା

0

ମାତ୍ର ଦେଢ଼ମାସର ଶିଶୁକୁ ହତ୍ୟା କରିବା ପରେ ବାପା-ମାଆଙ୍କ ଆତ୍ମହତ୍ୟା। ଭୁବନେଶ୍ଵର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ଵର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ତୁଷାର ରାଜେନ୍ଦ୍ର ଜଗତପ, ପତ୍ନୀ ନିଲା ତୁଷାର ଜଗତପ ଓ ସେମାନଙ୍କର ୧୫ ମାସର ଶିଶୁ।ସମ୍ପତ୍ତି ବିବାଦକୁ ନେଇ ଆତ୍ମହତ୍ୟା କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସମସ୍ତ ମୃତକଙ୍କ ଘର ମହାରାଷ୍ଟ୍ରରେ ହୋଇଥବାର ସୂଚନା ମିଳୁଛି।

ସୂଚନାନୁସାରେ, ମହାରାଷ୍ଟ୍ରର ବାସିନ୍ଦା ହେଉଛନ୍ତି ତୁଷାର ରାଜେନ୍ଦ୍ର ଜଗତପ। ସେ ଅଶୋକ ନଗରର ଏକ ହୋଟେଲରେ କାମ କରୁଥିଲେ। ତୁଷାରଙ୍କ ବାପା, ସାବତ ମାଙ୍କ ନାଁରେ ମହାରାଷ୍ଟ୍ରରେ ଥିବା ସବୁ ଜମିବାଡି କରାଇଦେଇଥିବାରୁ ତୁଷାର ଏଭଳି ଚରମ ନିଷ୍ପତ୍ତି ନେଇଥିବା ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ପୋଲିସ ମୃତଦେହ ଉଦ୍ଧାର କରି ଅଧିକ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.