ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଛୁଆକୁ ମାରି ବାପା- ମାଆ କଲେ ଆତ୍ମହତ୍ୟା

0

ମାତ୍ର ଦେଢ଼ମାସର ଶିଶୁକୁ ହତ୍ୟା କରିବା ପରେ ବାପା-ମାଆଙ୍କ ଆତ୍ମହତ୍ୟା। ଭୁବନେଶ୍ଵର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ଵର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ତୁଷାର ରାଜେନ୍ଦ୍ର ଜଗତପ, ପତ୍ନୀ ନିଲା ତୁଷାର ଜଗତପ ଓ ସେମାନଙ୍କର ୧୫ ମାସର ଶିଶୁ।ସମ୍ପତ୍ତି ବିବାଦକୁ ନେଇ ଆତ୍ମହତ୍ୟା କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସମସ୍ତ ମୃତକଙ୍କ ଘର ମହାରାଷ୍ଟ୍ରରେ ହୋଇଥବାର ସୂଚନା ମିଳୁଛି।

ସୂଚନାନୁସାରେ, ମହାରାଷ୍ଟ୍ରର ବାସିନ୍ଦା ହେଉଛନ୍ତି ତୁଷାର ରାଜେନ୍ଦ୍ର ଜଗତପ। ସେ ଅଶୋକ ନଗରର ଏକ ହୋଟେଲରେ କାମ କରୁଥିଲେ। ତୁଷାରଙ୍କ ବାପା, ସାବତ ମାଙ୍କ ନାଁରେ ମହାରାଷ୍ଟ୍ରରେ ଥିବା ସବୁ ଜମିବାଡି କରାଇଦେଇଥିବାରୁ ତୁଷାର ଏଭଳି ଚରମ ନିଷ୍ପତ୍ତି ନେଇଥିବା ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ପୋଲିସ ମୃତଦେହ ଉଦ୍ଧାର କରି ଅଧିକ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.