ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଆଗକୁ ବଢ଼ିପାରେ କରୋନା ସଂକ୍ରମଣ

0

ଆସନ୍ତା ୩ ରୁ ୪ ସପ୍ତାହ ପରେ ରାଜ୍ୟରେ କରୋନା ସଂକ୍ରମଣ ବଢିବାର ଆଶଙ୍କା ରହିଛି। ସତର୍କ କରାଇଲେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ବିଜୟ ମହାପାତ୍ର। ସେ କହିଛନ୍ତି ଯେ, ରାଜ୍ୟ ସରକାର କରୋନା ଲଢେଇ ପାଇଁ ପ୍ରସ୍ତୁତ ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି ସ୍ଵାସ୍ଥ୍ୟ ଭିତ୍ତିଭୂମିକୁ ପ୍ରସ୍ତୁତ ରଖାଯାଇଛି। ହସ୍ପିଟାଲ ମଧ୍ୟ ପ୍ରସ୍ତୁତ ଅଛି। ଯଦି ସଂକ୍ରମଣ ବଢେ ତାହେଲେ ହସ୍ପିଟାଲକୁ ତୁରନ୍ତ ଖୋଲି ଦିଆଯିବ। ସବୁ ଜିଲ୍ଲା ଗୁଡ଼ିକୁ ମଧ୍ୟ କଡ଼ା ନଜର ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଏପଟେ, ରାଜ୍ୟରେ ଏବେ ସଂକ୍ରମଣ ୧୦ ରୁ ୨୦ ଭିତରେ ରହୁଛି। କେହି ଜଣେ ମଧ୍ୟ ଡାକ୍ତରଖାନାରେ ନାହାଁନ୍ତି। ତେଣୁ ରାଜ୍ୟ ସରକାର କୋଭିଡ୍‌କୁ ଜଗିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ଆପଣେଇଛନ୍ତି। ରାଜ୍ୟରେ ଟିକାକରଣ ବୃଦ୍ଧି କରାଯାଇଛି। ହେଲେ ସମସ୍ତଙ୍କୁ କରୋନା କଟକଣା ମାନିବାକୁ ପଡ଼ିବ ବୋଲି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Leave A Reply

Your email address will not be published.