ପ୍ରମୁଖ ଖବର

ସୁନ୍ଦରଗଡ଼ରେ ପ୍ରଚଣ୍ଡ ରୌଦ୍ରତାପ: ଅଂଶୁଘାତରେ ୨୮ ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି
ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା: କଟିଲା ତିନି ପୂର୍ବତନ ମନ୍ତ୍ରୀଙ୍କ ଟିକେଟ
ବାଲେଶ୍ବର ଜିଲ୍ଲା ନୀଳଗିରି ଚିକିତ୍ସାଳୟ ସମ୍ମୁଖରେ କ୍ଷୀର ଗାଡ଼ି ଧକ୍କାରେ କାର୍ଯ୍ୟରତ ହୋମଗାର୍ଡଙ୍କ ମୃତ୍ୟୁ, ମୃତକ ଛୋଟକାନପୁର ଅଞ୍ଚଳ ଲକ୍ଷ୍ମୀଧର ଜେନା ଏବଂ ତାଙ୍କର ବୟସ ୫୫ ବୋଲି ସୂଚନା ମିଳୁଛି
ମହାନଦୀ ଡଙ୍ଗାବୁଡ଼ି ଘଟଣା: ମିଳିଲା ଆଉ ୩ ଜଣଙ୍କ ମୃତଦେହ, ଏବେବି ୪ ନିଖୋଜ

ବଢ଼ିବ କରୋନା ଯୋଦ୍ଧାଙ୍କ ବୀମା ଅବଧି

0

ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ କରୋନା ଯୋଦ୍ଧାଙ୍କ ପାଇଁ ଉଦ୍ଦିଷ୍ଟ ବୀମାର ଅବଧିକୁ ଆଉ ୬ମାସ ବୃଦ୍ଧି କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏନେଇ ଆଜି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ, ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ଅବଗତ କରାଇଛି। ଏହି ବୀମା ଅବଧି ୨୦୨୨ ଏପ୍ରିଲ ୧୯ ରୁ ୧୮୦ ଦିନ ପାଇଁ ବୃଦ୍ଧି ପାଇବ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ଦୀନବନ୍ଧୁ ପଣ୍ଡା ଏନେଇ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ କୋଭିଡ୍ -୧୯ ମୁକାବିଲା କାର୍ଯ୍ୟରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀଙ୍କ ନିମନ୍ତେ ଉଦ୍ଦିଷ୍ଟ ବୀମାର ଅବଧିକୁ ଏପ୍ରିଲ ୧୯ରୁ ଆଉ ୧୮୦ଦିନ ବୃଦ୍ଧି କରାଯାଇଛି । ଏହି ବୀମା ସୁବିଧା ଉଭୟ ସ୍ୱାସ୍ଥ୍ୟ କର୍ମୀ ଓ କରୋନା ଯୋଦ୍ଧାମାନଙ୍କୁ ମିଳିବ ।

ବିଶେଷକରି କରୋନା ମୁକାବିଲାରେ ନିୟୋଜିତ ଘରୋଇ ହସ୍ପିଟାଲର କର୍ମଚାରୀ, ଅବସରପ୍ରାପ୍ତ, ସ୍ୱେଚ୍ଛାସେବୀ, ସ୍ଥାନୀୟ ସହରାଂଚଳ ସ୍ୱାୟତ୍ତ ସଂସ୍ଥା, ଠିକା, ଆଡହକ୍‌, ଆଉଟସୋର୍ସିଂ ଓ ଦୈନିକ ପାରିଶ୍ରମିକ ନେଉଥିବା କର୍ମଚାରୀଙ୍କ ପାଇଁ ଏହି ବୀମା ଉପଲବ୍ଧ ହେବ । ଦେଶର ବିଭିନ୍ନ ଭାଗରେ ଏବେବି କରୋନା ଯୋଦ୍ଧାଙ୍କ ମୃତ୍ୟୁ ହେଉଥିବାରୁ ଏହି ବୀମା ଅବଧି ବୃଦ୍ଧି କରାଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.