ପ୍ରମୁଖ ଖବର

ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଅନଲାଇନ ଗେମ୍ ଖେଳିବାକୁ ମନା କରିବାରୁ ଜୀବନ ହାରିଲେ ନାବାଳକ
ରାକ୍ଷୀରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ପିଉସା ସମେତ ୫ ଅଟକ
ସ୍ୱାଧୀନତା ଦିବସ ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା
ଭୁବନେଶ୍ୱରର ଘରୋଇ କଲେଜ ପରିସରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ
ସବୁ ସରକାରୀ କାର୍ଯ୍ୟାଳୟରେ ଲାଗିବ ଏଆଇ କ୍ୟାମେରା
ବିଧାନସଭା ଆଗରେ ୭ ବର୍ଷୀୟ ଝିଅ ସହ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ପୁଣି ବଢ଼ିଲା ଗ୍ୟାସ ଦର

0

ମାସ ଆରମ୍ଭରୁ ଗ୍ରାହକଙ୍କୁ ମହଙ୍ଗା ମାଡ। ପୁଣି ବଢ଼ିଲା ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ଦର୍‌। ପ୍ରତି ସିଲିଣ୍ଡର ପିଛା ୧୦୪ ଟଙ୍କା ଯାଏଁ ବଢ଼ିଛି। ତେବେ ଏହି ଦର ବୃଦ୍ଧି ଘରୋଇ ଗ୍ୟାସ୍‌ ସିଲିଣ୍ଡର ଉପରେ ନୁହେଁ କମର୍ସିଆଲ ଏଲପିଜି ସିଲିଣ୍ଡର ଉପରେ ଘଟିଛି। ଘରୋଇ ସିଲିଣ୍ଡର ଦାମ୍‌ ଉପରେ କୌଣସି ବର୍ଦ୍ଧିତ ଦର ଲାଗୁ ହୋଇନାହିଁ।

କମର୍ସିଆଲ ଗ୍ୟାସ ସିଲିଣ୍ଡର ଉପରେ ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ନୂଆଦିଲ୍ଲୀରେ ୧୯ କେଜି ଗ୍ୟାସ୍‌ ସିଲିଣ୍ଡର ପିଛା ୨,୩୩୫ଟଙ୍କାରେ ପହଞ୍ଚିଛି। ସେହିପରି କୋଲକାତାରେ ୧୯ କେଜି ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ୨,୪୫୫ ଟଙ୍କାରେ ପହଞ୍ଚିଛି। ସେପଟେ ମୁମ୍ବାଇରେ ମଧ୍ୟ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ରେ ବୃଦ୍ଧି ପାଇଛି। ଏଠାରେ ୧୯ କେଜି ସିଲିଣ୍ଡର ପିଛା ୨,୩୦୭ଟଙ୍କା ଦେବାକୁ ପଡିବ। ସେହିପରି ଚେନ୍ନାଇରେ କମର୍ସିଆଲ ସିଲିଣ୍ଡର ଦାମ ୨,୫୦୮ଟଙ୍କାରେ ପହଞ୍ଚିଛି।

ଉଲ୍ଲେଖ ଯୋଗ୍ୟ ଯେ, ଗତ ମାସରେ ଅର୍ଥାତ୍ ଏପ୍ରିଲ ୧ରେ, କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୬୮ ଟଙ୍କା ଯାଏଁ ବୃଦ୍ଧି ପାଇଥିଲା। ତେବେ ଘରୋଇ ଗ୍ୟାସ ସିଲିଣ୍ଡର ଦର ବଢ଼ି ନାହିଁ।

Leave A Reply

Your email address will not be published.