ପ୍ରମୁଖ ଖବର

୨୦୨୭ରେ ହେବାକୁ ଥିବା ୩୯ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ହୋଷ୍ଟ ଷ୍ଟେଟ୍ ଏଗ୍ରିମେଣ୍ଟ (HSA) ସ୍ୱାକ୍ଷରିତ
ଓଡ଼ିଶାର ୧୧ ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ
ଲାଲୁ-ରାବ୍ରୀଙ୍କୁ ବଙ୍ଗଳା ଖାଲି ନୋଟିସ, ରାବ୍ରୀଙ୍କ ଦୃଢ଼ ଜବାବ- ‘ଆମେ ଛାଡ଼ିବୁ ନାହିଁ’
ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କଲେ ସିଦ୍ଧରମେୟା
‘ଶନିବାରଠାରୁ ଆରମ୍ଭ ହେବ ଏସ୍‌ଆଇଆର୍ କାର୍ଯ୍ୟକ୍ରମ
ସିଦ୍ଧରମେୟାଙ୍କ ଇସ୍ତଫା ଗ୍ରହଣ, ଡିକେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

ପୁଣି ବଢ଼ିଲା ଗ୍ୟାସ ଦର

0

ମାସ ଆରମ୍ଭରୁ ଗ୍ରାହକଙ୍କୁ ମହଙ୍ଗା ମାଡ। ପୁଣି ବଢ଼ିଲା ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ଦର୍‌। ପ୍ରତି ସିଲିଣ୍ଡର ପିଛା ୧୦୪ ଟଙ୍କା ଯାଏଁ ବଢ଼ିଛି। ତେବେ ଏହି ଦର ବୃଦ୍ଧି ଘରୋଇ ଗ୍ୟାସ୍‌ ସିଲିଣ୍ଡର ଉପରେ ନୁହେଁ କମର୍ସିଆଲ ଏଲପିଜି ସିଲିଣ୍ଡର ଉପରେ ଘଟିଛି। ଘରୋଇ ସିଲିଣ୍ଡର ଦାମ୍‌ ଉପରେ କୌଣସି ବର୍ଦ୍ଧିତ ଦର ଲାଗୁ ହୋଇନାହିଁ।

କମର୍ସିଆଲ ଗ୍ୟାସ ସିଲିଣ୍ଡର ଉପରେ ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ନୂଆଦିଲ୍ଲୀରେ ୧୯ କେଜି ଗ୍ୟାସ୍‌ ସିଲିଣ୍ଡର ପିଛା ୨,୩୩୫ଟଙ୍କାରେ ପହଞ୍ଚିଛି। ସେହିପରି କୋଲକାତାରେ ୧୯ କେଜି ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ୨,୪୫୫ ଟଙ୍କାରେ ପହଞ୍ଚିଛି। ସେପଟେ ମୁମ୍ବାଇରେ ମଧ୍ୟ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ରେ ବୃଦ୍ଧି ପାଇଛି। ଏଠାରେ ୧୯ କେଜି ସିଲିଣ୍ଡର ପିଛା ୨,୩୦୭ଟଙ୍କା ଦେବାକୁ ପଡିବ। ସେହିପରି ଚେନ୍ନାଇରେ କମର୍ସିଆଲ ସିଲିଣ୍ଡର ଦାମ ୨,୫୦୮ଟଙ୍କାରେ ପହଞ୍ଚିଛି।

ଉଲ୍ଲେଖ ଯୋଗ୍ୟ ଯେ, ଗତ ମାସରେ ଅର୍ଥାତ୍ ଏପ୍ରିଲ ୧ରେ, କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୬୮ ଟଙ୍କା ଯାଏଁ ବୃଦ୍ଧି ପାଇଥିଲା। ତେବେ ଘରୋଇ ଗ୍ୟାସ ସିଲିଣ୍ଡର ଦର ବଢ଼ି ନାହିଁ।

Leave A Reply

Your email address will not be published.