ପ୍ରମୁଖ ଖବର

ମେସି ଇଭେଣ୍ଟ ଅବ୍ୟବସ୍ଥା: ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ଘୋଷଣା
କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ
ପାଲଲହଡ଼ାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ, ୨ ଦିନରେ ୧୯ ପଜିଟିଭ୍‌, ଜଣେ ମୃତ
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଚାଷୀଙ୍କୁ ଆଶ୍ୱସ୍ତି: ଧାନ ପଞ୍ଜୀକରଣ ଅବଧି ବଢ଼ିଲା ଆଉ ୭ ଦିନ
‘ମନ୍ କୀ ବାତ୍‌’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍‌ ବଦଳାଇଲା ଜୀବିକା
ନେପାଳକୁ ସହାୟତା , ୬୮.୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

ମଦ୍ୟପ ବାପାର ଅମାନୁଷିକ କାଣ୍ଡ

0

ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନାର କୁଲାମୁଣ୍ଡା ସାହି ରେ ଘଟିଛି ଅଭାବନୀୟ ଘଟଣା। ନିଜର ତିନି ନିଷ୍ପାପ ଶିଶୁକୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଛି ବାପା।  ଗତକାଲି ପାଣ୍ଡୁ ମୁଣ୍ଡା ମଦ ପିଇ ରାତିରେ ଘରକୁ ଫେରିବା ପରେ ନିଜ ସ୍ତ୍ରୀ ଧୁବଲି ମୁଣ୍ଡାକୁ ମାରିବା ପାଇଁ ଟାଙ୍ଗିଆ ଉଠାଇଥିଲା। ହେଲେ ଜୀବନ ବିକଳରେ ସେ ଦୌଡି ପଳେଇଯାଇଥିଲେ। ସେହି ସମୟରେ ଘରେ ଥିବା ତିନି ଶିଶୁ ସୀମା ମୁଣ୍ଡା (୦୫ ) ରାଜୁ ମୁଣ୍ଡା (୨) ଓ ଦୁଇ ମାସର ଝିଅକୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଥିଲା। ପରେ ତିନି ମୃତ ଶିଶୁଙ୍କୁ କୁଅରେ ପକାଇ ଥିବା ମାଆ ଅଭିଯୋଗ କରିଛି।

ଅଭିଯୁକ୍ତ ବାପା ଫେରାର ହୋଇଯାଇଛି। କୋଇଡା ପୁଲିସ ଖବର ପାଇ ଅଭିଯୁକ୍ତ ବାପାକୁ ଧରିବା ପାଇଁ ଖୋଜୁଛି। ମୃତ୍ୟୁର କାରଣ ଅସ୍ପଟ ରହିଛି। କୋଇଡା ପୁଲିସ କୂଅ ଭିତରୁ ମୃତ ତିନି ଶିଶୁ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଏହି ହୃଦୟବିଦାରକ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Leave A Reply

Your email address will not be published.