ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ମଦ୍ୟପ ବାପାର ଅମାନୁଷିକ କାଣ୍ଡ

0

ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନାର କୁଲାମୁଣ୍ଡା ସାହି ରେ ଘଟିଛି ଅଭାବନୀୟ ଘଟଣା। ନିଜର ତିନି ନିଷ୍ପାପ ଶିଶୁକୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଛି ବାପା।  ଗତକାଲି ପାଣ୍ଡୁ ମୁଣ୍ଡା ମଦ ପିଇ ରାତିରେ ଘରକୁ ଫେରିବା ପରେ ନିଜ ସ୍ତ୍ରୀ ଧୁବଲି ମୁଣ୍ଡାକୁ ମାରିବା ପାଇଁ ଟାଙ୍ଗିଆ ଉଠାଇଥିଲା। ହେଲେ ଜୀବନ ବିକଳରେ ସେ ଦୌଡି ପଳେଇଯାଇଥିଲେ। ସେହି ସମୟରେ ଘରେ ଥିବା ତିନି ଶିଶୁ ସୀମା ମୁଣ୍ଡା (୦୫ ) ରାଜୁ ମୁଣ୍ଡା (୨) ଓ ଦୁଇ ମାସର ଝିଅକୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଥିଲା। ପରେ ତିନି ମୃତ ଶିଶୁଙ୍କୁ କୁଅରେ ପକାଇ ଥିବା ମାଆ ଅଭିଯୋଗ କରିଛି।

ଅଭିଯୁକ୍ତ ବାପା ଫେରାର ହୋଇଯାଇଛି। କୋଇଡା ପୁଲିସ ଖବର ପାଇ ଅଭିଯୁକ୍ତ ବାପାକୁ ଧରିବା ପାଇଁ ଖୋଜୁଛି। ମୃତ୍ୟୁର କାରଣ ଅସ୍ପଟ ରହିଛି। କୋଇଡା ପୁଲିସ କୂଅ ଭିତରୁ ମୃତ ତିନି ଶିଶୁ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଏହି ହୃଦୟବିଦାରକ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Leave A Reply

Your email address will not be published.