ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ବାଘୁଆ ମହୁମାଛିଙ୍କ ଆକ୍ରମଣରେ ଛାତ୍ରଙ୍କ ସମେତ ସ୍କୁଲ କର୍ମଚାରୀ ଆହତ

0

ବାଘୁଆ ମହୁମାଛି ଆକ୍ରମଣରେ ୮ ରୁ ୧୦ ଜଣ ଛାତ୍ରଙ୍କ ସମେତ, ସ୍କୁଲ ରୋଷେୟା, ୨ ଜଣ ଅଭିଭାବକ ଓ ଶିକ୍ଷକ ଆହତ ହୋଇଛନ୍ତି।। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ପଞ୍ଚାୟତର ଜୁବିଲୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି।

ସୂଚନାନୁସାରେ, ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ପଞ୍ଚାୟତର ଜୁବିଲୀ ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ଥିବା ଏକ ବରଗଛରେ ବସା ବାନ୍ଧିଥିବା ବାଘୁଆ ମହୁମାଛି ହଠାତ୍ ସ୍କୁଲ ଭିତରକୁ ଦଳବାନ୍ଧି ପ୍ରବେଶ କରି ଆକ୍ରମଣ କରିଥିଲେ। ସ୍କୁଲରେ ପାଠ ପଢୁଥିବା ୮ ରୁ ୧୦ ଜଣ ଛାତ୍ର, ୩ ଜଣ ସ୍କୁଲ ରୋଷେଇୟା, ଜଣେ ଅଭିଭାବକ ଓ ଜଣେ ଶିକ୍ଷକ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ଖୁବ୍ ଶୀଘ୍ର ବନ ବିଭାଗ ସ୍କୁଲ୍ ପରିସରରୁ ଏହି ମହୁମାଛି ବସା ହଟାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Leave A Reply

Your email address will not be published.