ପ୍ରମୁଖ ଖବର

ଭାରତୀୟ ଷ୍ଟକବଜାରରେ ଉତ୍ସାହ ଫେରିଲା, ସେନସେକ୍ସ ୬୦୦ ପଏଣ୍ଟ ବୃଦ୍ଧି
ହୀରାକୁଦ ଜଳଭଣ୍ଡାରରେ ଅଘଟଣ: ଡଙ୍ଗା ବୁଡ଼ି ୧୦ରୁ ଅଧିକ ନିଖୋଜ
ଲଖନପୁର ଡଙ୍ଗାବୁଡି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ଆତ୍ମୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି
ଭୋଟିଂ ସମୟରେ ବସ୍ତରରେ ବିସ୍ଫୋରଣ, ମଣିପୁରରେ ଗୁଳିମାଡ, ସିଆରପିଏଫ୍ ଯବାନ ଆହତ
ଜ୍ୟରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଘଟିଛି,ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ଵରର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି
ଗାନ୍ଧୀନଗର ଲୋକସଭା ଆସନରୁ ମନୋନୟନ ପତ୍ର ଦାଖଲ କଲେ ଅମିତ ଶାହା
ଗେଷ୍ଟହାଉସରୁ ମିଳିଲା ଶିଳ୍ପପତିଙ୍କ ଶବ, କର୍ପୋରେଟ୍‌ ମିଟିଂ ପାଇଁ ଭୁବନେଶ୍ବର ଆସିଥିଲେ
ମୃତକ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ, ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ଥିବା ଜଣାପଡିଛି

ଚିନ୍ତନ ବୈଠକ ପରେ ରାଜ୍ୟ କଂଗ୍ରେସର ନବକଳେବର

0

ଗଣେଶ୍ବର ବେହେରା ଓ ଚିରଞ୍ଜିବୀ ବିଶ୍ବାଳଙ୍କ ସପକ୍ଷରେ ମତ ବଢୁଛି

ସାଲୁଜା ହୋଇପାରନ୍ତି କଂଗ୍ରେସ ବିଧାୟକ ଦଳ ନେତା, ମୋକିମ୍ ସଚେତକ

ଓଡ଼ିଶାରେ ଚେହେରା ସଙ୍କଟ ନେଇ ଚେଲ୍ଲାକୁମାର ହାଇକମାଣ୍ଡଙ୍କୁ ଜଣାଇବେ

କଂଗ୍ରେସ ନେତୃତ୍ବ ପରିବର୍ତ୍ତନ ନେଇ ଦିଲ୍ଲୀରେ ଚର୍ଚ୍ଚା ବଢୁଛି, ମିଳିଲା ସଙ୍କେତ

ଭୁବନେଶ୍ବର: ଖୁବ୍ ଶୀଘ୍ର ଓଡ଼ିଶା ପ୍ରଦେଶ କଂଗ୍ରେସର ନବକଳେବର ହେବ। ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର ରାଜ୍ୟ କଂଗ୍ରେସ ଓ ଅନ୍ୟ ଦଳର କିଛି ବରିଷ୍ଠ ନେତାଙ୍କ ସହିତ ଆଲୋଚନା କରିବା ପରେ ତାଙ୍କ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଯେ କୌଣସି ମୁହୂର୍ତରେ ସେ ତାଙ୍କ ରିପୋର୍ଟ ହାଇକମାଣ୍ଡଙ୍କୁ ପ୍ରଦାନ କରିବେ। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ପ୍ରଦେଶ କଂଗ୍ରେସ ସଭାପତିଙ୍କ ସମେତ କଂଗ୍ରେସ ବିଧାୟକ ଦଳ ନେତା ଓ କଂଗ୍ରେସ ଦଳର ମୁଖ୍ୟ ସଚେତକ ସମସ୍ତେ ବଦଳିବେ। ଏ ନେଇ ଗୋଟିଏ ରୋଡ୍ ମ୍ୟାପ ପ୍ରସ୍ତୁତ ହେଉଛି।

ପୂର୍ବରୁ ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇସାରିଥିବା ବେଳେ କଂଗ୍ରେସ ବିଧାୟକ ଦଳ ପଦରୁ ନରସିଂହ ମିଶ୍ର ଏବଂ କଂଗ୍ରେସ ଦଳ ମୁଖ୍ୟ ସଚେତକ ପଦରୁ ତାରା ପ୍ରସାଦ ବାହିନୀପତିଙ୍କ ଇସ୍ତଫା ପତ୍ର ସାଙ୍ଗରେ ନେଇ ଚେଲ୍ଲାକୁମାର ନୂଆଦିଲ୍ଲୀ ଫେରିଛନ୍ତି। ଗତ ଦୁଇ ଦିନ ଧରି କଂଗ୍ରେସ ଶୀର୍ଷସ୍ତରରେ ଓଡ଼ିଶା ରାଜନୀତି ସଂପର୍କରେ ମାନସମନ୍ଥନ ଚାଲିଛି। ସବୁ ଗୋଷ୍ଠୀ ସହିତ ଭାରସାମ୍ୟ ରଖି କିଛି ଗୋଟାଏ ନିଷ୍ପତ୍ତି ନେବାକୁ ହାଇକମାଣ୍ଡ ବିଚାର କରୁଛନ୍ତି।

ମିଳୁଥିବା ସୂଚନା ଅନୁସାରେ, ଓଡ଼ିଶା ପ୍ରଦେଶ କଂଗ୍ରେସ ସଂଗଠନରେ ବଡ ଧରଣର ପରିବର୍ତ୍ତନ ପାଇଁ ଦଳର ସଭାନେତ୍ରୀ ସୋନିଆ ଗାନ୍ଧୀ ମଧ୍ୟ ସଙ୍କେତ ଦେଇସାରିଛନ୍ତି। ଚିନ୍ତନ ବୈଠକ ପରେ ଏ ସଂକ୍ରାନ୍ତରେ କିଛି ଗୋଟାଏ ନିଷ୍ପତ୍ତି ଆସିବ। ସଂଗଠନର ନବକଳେବର ଲାଗି କଂଗ୍ରେସ ଶୀର୍ଷ ନେତୃତ୍ବ ଚାହୁଁଛନ୍ତି। ଯଦିଓ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ଓ ବରିଷ୍ଠ ନେତା ଭକ୍ତ ଦାସ ନିଜ ନିଜ ସପକ୍ଷରେ ଲବି ଜୋରଦାର ଚଳାଇଛନ୍ତି, ତେବେ ମିଳୁଥିବା ସୂଚନା ମୁତାବକ ଏ କ୍ଷେତ୍ରରେ ପଟ୍ଟନାୟକ ଓ ବିଶ୍ବାଳ ପରିବାରର ଗୋଟିଏ ବଡ ମତ ଉପରେ ହାଇକମାଣ୍ଡ ମୋହର ଲଗାଇବେ।

ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା ଓ ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ବାଳ ଆଗରେ ଥିବା ସୂଚନା ମିଳୁଛି। ଗଣେଶ୍ବରଙ୍କ ଚେହେରା ଓ ଗ୍ରହଣୀୟତା ସମସ୍ତଙ୍କ ମନକୁ ଯାଉଥିଲେ ହେଁ ତାଙ୍କ ନିକଟରେ ସେମିତି ପୁଞ୍ଜି ନାହିଁ, ଯେଉଁଥିରେ ସେ କଂଗ୍ରେସକୁ ସାହାଯ୍ୟ କରିପାରିବେ। ଏ କ୍ଷେତ୍ରରେ ତାଙ୍କୁ ପଟ୍ଟନାୟକ ପରିବାରର ସମର୍ଥନ ଲୋଡ଼ା। ହେଲେ ଚିରଞ୍ଜିବୀଙ୍କୁ ଦଳ ଏଯାଏ ସଭାପତି ଚେହେରାରେ କେବେ ପରୀକ୍ଷା କରିନାହିଁ। ଏଣୁ ତାଙ୍କୁ ଥରେ ସଭାପତି ପଦ ଦେବା ସପକ୍ଷରେ ଗୋଟିଏ ମତ ସୃଷ୍ଟି ହୋଇଛି। ବିଭିନ୍ନ ଗୋଷ୍ଠୀ ସହିତ ତାଙ୍କର ସଂପର୍କ ଥିବା କାରଣରୁ ହାଇକମାଣ୍ଡ ଏକଥାକୁ ଗୁରୁତ୍ବର ସହିତ ନେଉଛନ୍ତି। ଏମିତିରେ ବି ଆର୍ଥିକ ଦୃଷ୍ଟିରୁ ଶ୍ରୀ ବିଶ୍ବାଳ ସଶକ୍ତ ଓ ଗୋଟିଏ ଖବରକାଗଜ ତାଙ୍କର ରହିଛି।

ଏହାବ୍ୟତୀତ ଦଳର ବରିଷ୍ଠ ନେତାଙ୍କୁ ନେଇ ଗୋଟିଏ କୋର୍ କମିଟି ଗଠନ ହେବ ଓ ଚାରି କାର୍ଯ୍ୟକାରୀ ସଭାପତି ରହିବେ ବୋଲି ବିଚାର ଚାଲିଛି। କୋର କମିଟିରେ ସବୁ ପୂର୍ବତନ ପିସିସି ସଭାପତି ଓ ତୁଙ୍ଗ ନେତା ରହି ପିସିସି ସଭାପତିଙ୍କୁ ସାହାଯ୍ୟ କରିବେ। କାରଣ, ଯେତେ ନେତାଙ୍କ ସହିତ କଥା ହେବା ପରେ ଚେଲ୍ଲା କୁମାର କୌଣସି ଜଣେ ନେତାଙ୍କ ସପକ୍ଷରେ ଶତ ପ୍ରତିଶତ ମତ ଗୋଟାଇ ପାରିଲେ ନାହିଁ। ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଅନୌପଚାରିକ ଆଲୋଚନା ବେଳେ ବି ଏ ନେଇ ତାଙ୍କୁ ଗୋଟିଏ ସ୍ପଷ୍ଟ ସଙ୍କେତ ମିଳିପାରିଲା ନାହିଁ। ଏହା ତାଙ୍କୁ ବ୍ୟଥିତ କରିଛି ଓ ରିପୋର୍ଟରେ ମଧ୍ୟ ଏକଥା ସ୍ଥାନ ପାଇବ। ଓଡ଼ିଶା କଂଗ୍ରେସରେ ଚେହେରା ସଙ୍କଟ ସଂପର୍କରେ ସେ ହାଇକମାଣ୍ଡଙ୍କୁ ଜଣାଇବେ। ଅଧିକ ଯୁବ ନେତା ସୃଷ୍ଟି କରାଯାଇନପାରିଲେ, ଓଡ଼ିଶାରେ କଂଗ୍ରେସର ଭାଗ୍ୟ ସେତେ ବେଶୀ ଭଲ ହେବ ନାହିଁ ବୋଲି ତାଙ୍କର ଗୋଟିଏ ଧାରଣା ରହିଛି। ଏହା ସତ୍ତ୍ବେ ବିରୋଧୀ ପକ୍ଷର ଭୋଟ ବଢୁଥିବା ଯୋଗୁଁ କଂଗ୍ରେସର ଭବିଷ୍ୟତ ନେଇ ସେ ଆଶାବାଦୀ ଥିବା କହିଛନ୍ତି।

ସେହିଭଳି କଂଗ୍ରେସ ବିଧାୟକ ଦଳ ନେତା ଭାବେ ସନ୍ତୋଷ ସିଂହ ସାଲୁଜାଙ୍କ ନାମ ଉପରେ ମୋହର ଲଗାଇବା ପାଇଁ ଗୋଟିଏ ମତ ସୃଷ୍ଟି ହୋଇଛି। ଶ୍ରୀ ସାଲୁଜା ଯଦି ଏହି ପଦ ନିିଅନ୍ତି, ତେବେ ଉପକୂଳ-ପଶ୍ଚିମ ଓଡ଼ିଶା ମଧ୍ୟରେ ଭାରସାମ୍ୟ ରହିପାରିବ। ମହମ୍ମଦ ମୋକିମଙ୍କୁ ଏ କ୍ଷେତ୍ରରେ କଂଗ୍ରେସ ଦଳ ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦିଆଯାଇପାରେ ବୋଲି କୁହାଯାଉଛି।

Leave A Reply

Your email address will not be published.