ପ୍ରମୁଖ ଖବର

ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବ-ମୁଖ୍ୟମନ୍ତ୍ରୀ
ମହିଳାଙ୍କୁ ସରାକରଙ୍କ ରାକ୍ଷୀ ଭେଟି, ଆସିଲା ସୁଭଦ୍ରାର ୩ୟ କିସ୍ତି ଟଙ୍କା
ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲରେ ଶୁକ୍ରବାର ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ
କୋରାପୁଟରେ ସ୍କୁଲ ଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ମୁଖ୍ୟମନ୍ତ୍ରୀ
ଆତଙ୍କବାଦୀଙ୍କ ଗୁଳିବିନିମୟରେ ୨ ଯବାନ ଶହିଦ, ୧୦ ଆହତ
ରାଜଧାନୀରେ ଅଘଟଣ: ୧୦୦ ଫୁଟ ଲମ୍ବା କାନ୍ଥ ଭୁଶୁଡ଼ି, ୭ ମୃତ
କ୍ରୀଡ଼ାର ପ୍ରସାର ପାଇଁ ଜିନ୍ଦଲ ଫାଉଣ୍ଡେସନକୁ ଫିକି ପକ୍ଷରୁ ସ୍ପେଶାଲ ଆପ୍ରିସିଏସନ ଆଓ୍ୱାର୍ଡ

ଭାଇକୁ ହତ୍ୟା କଲା ଭାଇ

0

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନଏସିର ୧୦ ନମ୍ବର ୱାର୍ଡର କାଉନସିଲର ନଳିନୀ ନାୟକଙ୍କ ସ୍ୱାମୀ ସଞ୍ଜୀବ କୁମାର ଗୁରୁଙ୍କ ହତ୍ୟା ଘଟଣାରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଉଛି ସଞ୍ଜୀବଙ୍କ ନିଜ କକା ପୁଅ ଭାଇ। ତା’ ନାଁ ଶ୍ରୀତମ ଭୂଷଣ ଗୁରୁ। ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୁବର୍ଣ୍ଣପୁର ଏସ୍‌ପି ଅମରେଶ ପଣ୍ଡା କହିଛନ୍ତି।

ଏସ୍‌ପି କହିଛନ୍ତି, ତଦନ୍ତ ବେଳେ ଜଣାପଡ଼ିଲା ଯେ ଘଟଣା ଦିନ ରାତିରେ ସଞ୍ଜୀବ କୁମାର ଗୁରୁ ଆଉ କିଛି ଯୁବକଙ୍କ ସହିତ ମିଶି ତାଙ୍କ ଆଉଟ୍ ହାଉସ୍‌ରେ ମଦ ପିଇଥିଲେ। ସେମାନଙ୍କ ସହିତ ଅଭିଯୁକ୍ତ ଶ୍ରୀତମ ଭୂଷଣ ଗୁରୁ ମଧ୍ୟ ଥିଲେ। ମଦ ପିଇବା ପରେ ଅନ୍ୟ ଦୁଇ ଯୁବକଙ୍କୁ ଶ୍ରୀତମ ସେମାନଙ୍କ ଘରେ ନେଇ ଛାଡ଼ି ଦେଇଥିଲେ। ତା’ପରେ ସେ ପୁଣି ସେହି ଆଉଟ୍ ହାଉସ୍‌କୁ ଆସିଥିଲେ। ସେଠାରେ ରାତି ପ୍ରାୟ ଅଢ଼େଇଟା ବେଳେ ସଞ୍ଜୀବ ଓ ଶ୍ରୀତମଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପାଟିତୁଣ୍ଡ ବେଳେ ସଞ୍ଜୀବଙ୍କୁ ଶ୍ରୀତମ ଠେଲି ଦେଇଥିଲା। ଏହା ପରେ ଶ୍ରୀତମ ଏକ ଲୁହା ପାଇପ୍‌ରେ ସଞ୍ଜୀବଙ୍କ ମୁଣ୍ଡକୁ ୫-୬ ଥର ପିଟି ଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସଞ୍ଜୀବଙ୍କ ମୃତ୍ୟୁ ଘଟିଥିଲା। ଏସ୍‌ପି ଶ୍ରୀ ପଣ୍ଡା ଆହୁରି କହିଛନ୍ତି, ଅଭିଯୁକ୍ତ ଶ୍ରୀତମ ଭୂଷଣ ଗୁରୁ ତା’ ଦୋଷ ସ୍ୱୀକାର କରିଛି। ଯେଉଁ ଲୁହା ପାଇପରେ ସେ ସଞ୍ଜୀବଙ୍କୁ ପିଟି ମାରିଥିଲା, ତାକୁ ଜବତ କରାଯାଇଛି। ଏହା ସହିତ ହତ୍ୟାକାଣ୍ଡ ଦିନ ସେ ଯେଉଁ ପୋଷାକ ପିନ୍ଧିଥିଲା ତାକୁ ପୁଲିସ୍ ଜବତ କରିଛି।

Leave A Reply

Your email address will not be published.