ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ଭାଇକୁ ହତ୍ୟା କଲା ଭାଇ

0

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନଏସିର ୧୦ ନମ୍ବର ୱାର୍ଡର କାଉନସିଲର ନଳିନୀ ନାୟକଙ୍କ ସ୍ୱାମୀ ସଞ୍ଜୀବ କୁମାର ଗୁରୁଙ୍କ ହତ୍ୟା ଘଟଣାରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଉଛି ସଞ୍ଜୀବଙ୍କ ନିଜ କକା ପୁଅ ଭାଇ। ତା’ ନାଁ ଶ୍ରୀତମ ଭୂଷଣ ଗୁରୁ। ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୁବର୍ଣ୍ଣପୁର ଏସ୍‌ପି ଅମରେଶ ପଣ୍ଡା କହିଛନ୍ତି।

ଏସ୍‌ପି କହିଛନ୍ତି, ତଦନ୍ତ ବେଳେ ଜଣାପଡ଼ିଲା ଯେ ଘଟଣା ଦିନ ରାତିରେ ସଞ୍ଜୀବ କୁମାର ଗୁରୁ ଆଉ କିଛି ଯୁବକଙ୍କ ସହିତ ମିଶି ତାଙ୍କ ଆଉଟ୍ ହାଉସ୍‌ରେ ମଦ ପିଇଥିଲେ। ସେମାନଙ୍କ ସହିତ ଅଭିଯୁକ୍ତ ଶ୍ରୀତମ ଭୂଷଣ ଗୁରୁ ମଧ୍ୟ ଥିଲେ। ମଦ ପିଇବା ପରେ ଅନ୍ୟ ଦୁଇ ଯୁବକଙ୍କୁ ଶ୍ରୀତମ ସେମାନଙ୍କ ଘରେ ନେଇ ଛାଡ଼ି ଦେଇଥିଲେ। ତା’ପରେ ସେ ପୁଣି ସେହି ଆଉଟ୍ ହାଉସ୍‌କୁ ଆସିଥିଲେ। ସେଠାରେ ରାତି ପ୍ରାୟ ଅଢ଼େଇଟା ବେଳେ ସଞ୍ଜୀବ ଓ ଶ୍ରୀତମଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପାଟିତୁଣ୍ଡ ବେଳେ ସଞ୍ଜୀବଙ୍କୁ ଶ୍ରୀତମ ଠେଲି ଦେଇଥିଲା। ଏହା ପରେ ଶ୍ରୀତମ ଏକ ଲୁହା ପାଇପ୍‌ରେ ସଞ୍ଜୀବଙ୍କ ମୁଣ୍ଡକୁ ୫-୬ ଥର ପିଟି ଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସଞ୍ଜୀବଙ୍କ ମୃତ୍ୟୁ ଘଟିଥିଲା। ଏସ୍‌ପି ଶ୍ରୀ ପଣ୍ଡା ଆହୁରି କହିଛନ୍ତି, ଅଭିଯୁକ୍ତ ଶ୍ରୀତମ ଭୂଷଣ ଗୁରୁ ତା’ ଦୋଷ ସ୍ୱୀକାର କରିଛି। ଯେଉଁ ଲୁହା ପାଇପରେ ସେ ସଞ୍ଜୀବଙ୍କୁ ପିଟି ମାରିଥିଲା, ତାକୁ ଜବତ କରାଯାଇଛି। ଏହା ସହିତ ହତ୍ୟାକାଣ୍ଡ ଦିନ ସେ ଯେଉଁ ପୋଷାକ ପିନ୍ଧିଥିଲା ତାକୁ ପୁଲିସ୍ ଜବତ କରିଛି।

Leave A Reply

Your email address will not be published.