ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଅନେକ କଥା ପ୍ରମାଣ ରହିଗଲା

0

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଏଏସଆଇ ଓ ଏନଏମ୍ଏର ଭୂମିକା ଯେତିକି ବିବାଦୀୟ ରହିଛି, ରାଜ୍ୟ ବିଜେପିର ଆଚରଣ ମଧ୍ୟ ସେତିକି ରହସ୍ୟମୟ ହୋଇଛି। ଯେଉଁ ପ୍ରକଳ୍ପକୁ ତ୍ବରାନ୍ବିତ କରିବା ଲାଗି ରାଜ୍ୟ ସରକାରଙ୍କ ସହିତ ବିଜେପି ଆରମ୍ଭରୁ ସ୍ବର ମିଳାଇଥିଲା, ସେହି ପ୍ରକଳ୍ପକୁ ରାଜ୍ୟ ବିଜେପିର କିିଛି ନେତା ବିରୋଧ କରିବା ପଛରେ କି ରହସ୍ୟ ଥିଲା ତାହା ବୁଝାପଡ଼ିଲା ନାହିଁ। ଏହାଠାରୁ ଆହୁରି ଗୁରୁତ୍ବପୂର୍ଣ୍ଣ ହେଲା, କେନ୍ଦ୍ରୀୟ ସଂସ୍ଥା ମଧ୍ୟ ଅନୁରୂପ ଭୂମିକା ଆପଣାଇଲେ। ଆମସାର୍ ଆଇନର ବିରୋଧାଚରଣ କରୁଥିବା କଥା କହି ଏଏସଆଇ ଏଥିରେ କେଁ ପୂରାଇଥିବା ବେଳେ ମୂଳ ସଂସ୍ଥା ଏନଏମ୍ଏ କିନ୍ତୁ ସରକାରଙ୍କୁ କାମ କରିବାକୁ ଅନୁମତି ଦେଲେ। ସେମିତି ସତ୍ୟପାଠରେ ଏଏସଆଇ ଯାହା କହିଲେ, ଆଚରଣରେ ତାହା ପ୍ରଦର୍ଶନ କଲେ ନାହିଁ। ପ୍ରକଳ୍ପ ବୁଲି ଆରମ୍ଭରୁ କାମ ବନ୍ଦ କରିବା ଲାଗି ଆଦୌ ତତ୍ପରତା ଦେଖାଇଲେ ନାହିଁ। ଅବଶ୍ୟ ଏକଥା ବି ଏଡ଼ାଇ ହେବ ନାହିଁ ଯେ ପ୍ରକଳ୍ପ ସଂପର୍କରେ ଯେବେ ରାଜନୀତି ଶୀର୍ଷ ଛୁଇଁଥିଲା, ସେବେ ଶାସକ ଦଳର ସ୍ଥାନୀୟ ଗୋଟିଏ ଗୋଷ୍ଠୀର ଭୂମିକା କାହା ନଜରରୁ ହଟିନାହିଁ।

ସୋମବାର ପ୍ରକଳ୍ପଟି ଉପରେ ହାଇକୋର୍ଟ ରହିତାଦେଶ ନ ଦେବା କାରଣରୁ ରାଜ୍ୟ ସରକାରଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଆଗକୁ ମୌସୁମୀ ଓ ରଥଯାତ୍ରା ଆସୁଥିବା କାରଣରୁ ପ୍ରକଳ୍ପ କାମ ଶୀଘ୍ର ସାରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ଅତି ଲୋକପ୍ରିୟ ଏହି ପ୍ରକଳ୍ପଟିକୁ ବିବାଦ ଭିତରକୁ ଠେଲି ଦେବା ପଛରେ କାହାର ସବୁ ହାତ ରହିଛି, ସେ ନେଇ ଖୋଳତାଡ଼ ଆରମ୍ଭ ହୋଇଛି।

ବିଜେପିର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରକଳ୍ପକୁ ସମର୍ଥନ ଜଣାଇଥିଲେ। କେନ୍ଦ୍ରୀୟ ନେତାମାନେ ବି ଏହାକୁ କେହି ବିରୋଧ କରିନାହାନ୍ତି। ହେଲେ ଗୋଟିଏ ରାଜନୈତିକ ଘଟଣା କ୍ରମରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ପ୍ରକଳ୍ପ ପାଇଁ ସାମ୍ନାକୁ ଆସିବା ପରେ ପ୍ରସଙ୍ଗଟି ଭିନ୍ନ ମୋଡ଼ ନେଲା। କିନ୍ତୁ କୌତୂହଳର କଥା ହେଲା, ପୁରୀ ଗସ୍ତ କରି ଫେରିବା ପରେ ଶ୍ରୀମତୀ ଷଡ଼ଙ୍ଗୀ ମଧ୍ୟ ଏ ନେଇ ଆଉ ମୁହଁ ଖୋଲୁନାହାନ୍ତି କି ବିିବୃତି ଅଥବା କୌଣସି ମତ ମନ୍ତବ୍ୟ ଦେବାକୁ ଉଚିତ୍ ମଣିନାହାନ୍ତି। ସେପଟେ ରାଜ୍ୟ ବିଜେପିର ମୂଳ ସଂଗଠନର କର୍ମକର୍ତ୍ତା ପ୍ରସଙ୍ଗକୁ ଧରି ଦିଲ୍ଲୀ ଯାଏ ଗଲେଣି। ରାଜ୍ୟ ବିଜେପି ଏହି ପ୍ରସଙ୍ଗରେ ନେଇଥିବା ଆଭିମୁଖ୍ୟ ଏବେ ରାଜନୈତିକ ମହଲରେ ବଡ ବିତର୍କ ଲାଗି ମଞ୍ଜି ବୁଣିଛି। ସ୍ଥାନୀୟ ନେତାଙ୍କ ଭିତରେ ରହିଥିବା ବିବାଦ ରାଜ୍ୟର ବିକାଶ ଉପରେ ପଡ଼ିବା ଘଟଣାକୁ କେହି ଗ୍ରହଣ କରିପାରୁନାହାନ୍ତି।

ସେପଟେ ଦୁଇ କେନ୍ଦ୍ରୀୟ ସଂସ୍ଥାର ଆଭିମୁଖ୍ୟ ନେଇ ସୋମବାର ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ପାଇଁ ବି ଅକଳ ପରିସ୍ଥିତି ସୃଷ୍ଟି ହୋଇଛି। ଏଏସ୍ଆଇ ଓ ଏନଏମଏ ଏହି ପ୍ରକଳ୍ପରେ ଯେଭଳି ଆଚରଣ ପ୍ରଦର୍ଶନ କଲେ, ସର୍ବୋପରି ଗତକାଲି ଏଏସଆଇର ସତ୍ୟପାଠ ଓ ଯୁକ୍ତିକୁ ନେଇ ହାଇକୋର୍ଟ ଅସନ୍ତୁଷ୍ଟ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଆରମ୍ଭରୁ ପ୍ରକଳ୍ପ ନେଇ ପୂରା ନିରବ ରହିବା, ଗୋଟିଏ ଲେଖାଏଁ ଚିଠି ଲେଖି ମଝିରେ ମଝିରେ ବିବାଦ ବଢ଼ାଇଥିବା ଏଏସଆଇ ଶେଷରେ ହାଇକୋର୍ଟରେ ଅତ୍ୟନ୍ତ କଠୋର ଆଭିମୁଖ୍ୟ ନେଲେ। କିନ୍ତୁ ଏ ପ୍ରସଙ୍ଗରେ ସିଧା ରାଜ୍ୟ ସରକାରଙ୍କ ପାଖକୁ ଯାଇ ଆଲୋଚନା କରିବାକୁ ଏଏସଆଇ ମୁଖିଆଙ୍କୁ କିଏ ମନା କରିଥିଲା? କାହିଁକି ପୂର୍ତ ସଚିବଙ୍କ ସ୍ତରରେ କଥାଟିକୁ ଅଟକାଇ ବିବାଦର ନିଆଁରେ ସେମାନେ ଘିଅ ଢାଳୁଥଲେ ତାହା ଉପରୁ ରହସ୍ୟ ହଟିନାହିଁ। ଯଦି ରାଜ୍ୟ ସରକାର ଆଇନ ଭାଙ୍ଗିଥିଲେ, ତେବେ ଖୋଲା ବିରୋଧ କରିବାରେ ଅସୁବିଧା କେଉଁଠି ଥିଲା? ଏନଏମ୍ଏ ର ମୂଳ ଆଇନ।ତାହାକୁ ସେମାନେ ଯଦି ଅନୁମତି ଦେଲେ ଏଏସଆଇ ତାଙ୍କ ସହିତ ଆଲୋଚନା କରିବା ଲାଗି କାହିଁକି ଚାହିଁଲା ନାହିଁ, ଏମିତି ଅନେକ ପ୍ରଶ୍ନ ଉପରେ ତର୍ଜମା ଚାଲିଛି।

ସର୍ବୋପରି ରାଜ୍ୟ ବିଜେଡିର ଗୋଟିଏ ଗୋଷ୍ଠୀ ପ୍ରକଳ୍ପ ବିବାଦରେ ନିରବ ରହିବା ମଧ୍ୟ କିଛି କମ୍ ଗୁରୁତ୍ବପୂର୍ଣ୍ଣ କଥା ନୁହେଁ। ଯେଉଁ ପ୍ରକଳ୍ପ ସହିତ ମୁଖ୍ୟମନ୍ତ୍ରୀ ନିଜେ ଜଡ଼ିତ ଓ ସେ ଏଥିପାଇଁ ପୁରୀ ଯାଇଥିଲେ; ସେ ପ୍ରକଳ୍ପରେ ବିଜେଡିର ସ୍ଥାନୀୟ କିଛି ନେତା ନିରବ ରହିବା ଘଟଣାକୁ ରାଜନୈତିକ ମହଲ ହାଲକା ଭାବେ ନେଇପାରୁନାହାନ୍ତି। ଏହି କାର୍ଯ୍ୟ ଆରମ୍ଭ ଦିନ ଯେବେ ମୁଖ୍ୟମନ୍ତ୍ରୀଙ୍କ ଗାଡିକୁ କେହି ଦୁର୍ବୃତ୍ତ ଅଣ୍ଡାମାଡ଼ କଲେ, ସେବେ ବି ଏମାନେ ନିରବ ରହିଥିଲେ। ସରକାରଙ୍କ କାର୍ଯ୍ୟକୁ ବିରୋଧ କରି ଏମାନେ ଦଳ ସହିତ ମୂଲଚାଲ କରୁଛନ୍ତି କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳର ହାତବାରିସି ସାଜିଛନ୍ତି ଏସବୁ ଏବେ ତର୍ଜମା ଯୋଗ୍ୟ। ସମୁଦାୟ ପ୍ରସଙ୍ଗ ଉପରେ ରାଜ୍ୟ ସରକାର ଏବେ ତର୍ଜମା ଆରମ୍ଭ କରିଥିବା କୁହାଯାଉଛି।

Leave A Reply

Your email address will not be published.