ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ଚଳିତମାସ ୨୧ତାରିଖରୁ ମାଟ୍ରିକ୍ ଖାତା ଦେଖା ଆରମ୍ଭ

0

ଭୁବନେଶ୍ୱର: ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଖାତା ଦେଖିବା ଲାଗି ରାଜ୍ୟର ୧୮ ହଜାରରୁ ଅଧିକ ମୂଲ୍ୟାୟନକାରୀଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିୟୋଜିତ କରାଯାଇଛି । ଏଥିଲାଗି ବିଭିନ୍ନ ଜିଲ୍ଲାରେ ୬୦ଟି ମୂଲ୍ୟାୟନ କେନ୍ଦ୍ର ରହିଛି । ଏଥିରେ କଟକ ଜିଲ୍ଲାରେ ସର୍ବାଧିକ ୬ଟି ମୂଲ୍ୟାୟନ କେନ୍ଦ୍ର ରହିଛି । କଟକ ପଛକୁ ଗଞ୍ଜାମ ଏବଂ ବାଲେଶ୍ୱର ଜିଲ୍ଲା ରହିଛି । ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ମୂଲ୍ୟାୟନକାରୀମାନେ ୬ଟି ଯାକ ବିଷୟରେ କେବଳ ସବଜେକ୍ଟିଭ୍‌ ଉତ୍ତରଖାତା ଦେଖିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ମାଟ୍ରିକ୍‌ର ୮୦ ନମ୍ବର ବିଶିଷ୍ଟ ଏହି ସମେଟିଭ୍‌ ଆସେସମେଣ୍ଟ-୨ ପରୀକ୍ଷାର ୩୦ ନମ୍ବର ସମ୍ବଳିତ ସବ୍‌ଜେକ୍ଟିଭ୍‌ ପ୍ରଶ୍ନର ଉତ୍ତରଖାତା ଦେଖା କାର୍ଯ୍ୟ ଚଳିତ ମାସ ୨୧ରୁ ଆରମ୍ଭ ହେବ । ଅବଶିଷ୍ଟ ୫୦ ନମ୍ବର ଉତ୍ତର ଓଏମ୍‌ଆର ସିଟ୍‌ରେ ଥିବାରୁ ଏହାକୁ କମ୍ପ୍ୟୁଟର ଦ୍ୱାରା ମୂଲ୍ୟାୟନ କରାଯିବ । ନୋଡାଲ୍‌ ସେଣ୍ଟରରେ ଥିବା ଓଏମ୍‌ଆର ଉତ୍ତର ସିଟ୍‌ଗୁଡ଼ିକ ବୋର୍ଡ କାର୍ଯ୍ୟାଳୟକୁ ଅଣାଯାଉଥିବା ବେଳେ ସବ୍‌ଜେକ୍ଟିଭ୍‌ ଉତ୍ତରଖାତାଗୁଡ଼ିକୁ ଖୁବ୍‌ଶୀଘ୍ର ଜିଲ୍ଲା ସ୍ତରରେ ଚୟନ ହୋଇଥିବା ମୂଲ୍ୟାୟନ କେନ୍ଦ୍ରଗୁଡ଼ିକୁ ପଠାଯିବ ବୋଲି ସୂଚନା ମିଳିଛି ।

ମୂଲ୍ୟାୟନରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ମୂଲ୍ୟାୟନ କେନ୍ଦ୍ରର ସୁପରଭାଇଜର ଏବଂ ଡେପୁଟି ସୁପରଭାଇଜରମାନଙ୍କ ସହ ବୋର୍ଡ କର୍ତ୍ତୃପକ୍ଷଙ୍କର ଆଲୋଚନା ହୋଇଛି । ଜିଲ୍ଲା ଶିକ୍ଷାଧିକାରୀମାନେ ମଧ୍ୟ ଏହି ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି । ମୂଲ୍ୟାୟନ କିପରି କଡ଼ା ସୁରକ୍ଷା ମଧ୍ୟରେ କରାଯିବ ସେଥିଲାଗି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ୨୧ରେ ଆରମ୍ଭ ହେବାକୁ ଥିବା ଏହି ମୂଲ୍ୟାୟନ ୧୦ ଦିନ ମଧ୍ୟରେ ଶେଷ କରିବା ଲାଗି ବୋର୍ଡ ପକ୍ଷରୁ ସ୍ଥିର କରାଯାଇଛି ।

Leave A Reply

Your email address will not be published.