ପ୍ରମୁଖ ଖବର

ଡିସେମ୍ବର ୧ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ
ପୀତବାସଙ୍କ ପରିବାରକୁ ୨୪ ଘଣ୍ଟିଆ ସୁରକ୍ଷା

ସମୁଦ୍ରରେ ବୁଡ଼ିଲା ମାଛଧରା ଡଙ୍ଗା

0

ଅଳ୍ପକେ ବଞ୍ଚିଲେ ୮ ମତ୍ସ୍ୟଜୀବୀ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ସାତଭାୟା ନିକଟ ସମୁଦ୍ରରେ ଗତକାଲି ବିଳମ୍ବିତ ରାତିରେ ଏକ ମାଛ ଧରା ଡଙ୍ଗା ବୁଡ଼ିଯିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୮ ଜଣ ମତ୍ସ୍ୟଜୀବୀ। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ବେଆଇନ ଭାବରେ ମାଛ ଧରିବାକୁ ଆସିଥିବା ଭଦ୍ରକ ଅଞ୍ଚଳର ଟ୍ରଲରଟି ବାଟବଣା ହୋଇ ଗଭୀର ସମୁଦ୍ରର ଚଢ଼ାରେ ଧକ୍କା ଖାଇବା ପରେ ଭାଙ୍ଗି ଯାଇଛି। ଏଥିରେ ଥିବା ୮ ମତ୍ସ୍ୟଜୀବୀ ପ୍ରାଣ ବିକଳରେ କୂଳରେ ଲାଗି ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି।

ଗଭୀର ସମୁଦ୍ରରୁ ମାଛ ଧରି ଫେରିବା ସମୟରେ ଷ୍ଟିଅରମ୍ୟାନ୍ ‘ତାରିଣୀ-୨’ ନାମକ ଡଙ୍ଗାରେ ଏକ ଯାନ୍ତ୍ରିକ ସମସ୍ୟା ଚିହ୍ନଟ କରିଥିଲେ ଏବଂ ଶୀଘ୍ର ଜାହାଜକୁ କୂଳକୁ ନେଇଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପରେ ଡଙ୍ଗାର ଏକ ଅଂଶ ଭାଙ୍ଗି ଯାଇଥିଲା ଯାହା ଫଳରେ ପାଣି ଦ୍ରୁତ ଗତିରେ ଏହା ମଧ୍ୟକୁ ପ୍ରବେଶ କରିଥିଲା। ତେବେ ଘଟଣାଟି କୂଳ ନିକଟରେ ଘଟିଥିବାରୁ ମତ୍ସ୍ୟଜୀବୀମାନେ ସୁରକ୍ଷିତ ସ୍ଥାନକୁ ପହଁରି ଯାଇପାରିଥିଲେ। ଅପରପକ୍ଷରେ ଏହି ଡଙ୍ଗାଟି ସମସ୍ତ ଉପକରଣ ଏବଂ ଧରା ଯାଇଥିବା ମାଛ ସହିତ ସମ୍ପୂର୍ଣ୍ଣ ଭାବେ ସମୁଦ୍ରରେ ବୁଡ଼ି ଯାଇଥିଲା।ଜୁଆର ଛାଡ଼ିବା ପରେ ଡଙ୍ଗାଟି ସାତଭାୟା ନିକଟସ୍ଥ ସମୁଦ୍ର କୂଳରେ ଭଗ୍ନ ଅବସ୍ଥାରେ ଲାଗିଛି। ଖବର ପାଇ ରାଜନଗର ଡିଏଫ୍‌ଓ ଭରଦ୍ୱାଜ ଗାଓଁକରଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟର କପିଳେନ୍ଦ୍ର ପ୍ରଧାନ, ରତନ ପାଣି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଟ୍ରଲରଟିକୁ ଜବତ କରିଛନ୍ତି।

Leave A Reply

Your email address will not be published.