ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ସମୁଦ୍ରରେ ବୁଡ଼ିଲା ମାଛଧରା ଡଙ୍ଗା

0

ଅଳ୍ପକେ ବଞ୍ଚିଲେ ୮ ମତ୍ସ୍ୟଜୀବୀ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ସାତଭାୟା ନିକଟ ସମୁଦ୍ରରେ ଗତକାଲି ବିଳମ୍ବିତ ରାତିରେ ଏକ ମାଛ ଧରା ଡଙ୍ଗା ବୁଡ଼ିଯିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୮ ଜଣ ମତ୍ସ୍ୟଜୀବୀ। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ବେଆଇନ ଭାବରେ ମାଛ ଧରିବାକୁ ଆସିଥିବା ଭଦ୍ରକ ଅଞ୍ଚଳର ଟ୍ରଲରଟି ବାଟବଣା ହୋଇ ଗଭୀର ସମୁଦ୍ରର ଚଢ଼ାରେ ଧକ୍କା ଖାଇବା ପରେ ଭାଙ୍ଗି ଯାଇଛି। ଏଥିରେ ଥିବା ୮ ମତ୍ସ୍ୟଜୀବୀ ପ୍ରାଣ ବିକଳରେ କୂଳରେ ଲାଗି ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି।

ଗଭୀର ସମୁଦ୍ରରୁ ମାଛ ଧରି ଫେରିବା ସମୟରେ ଷ୍ଟିଅରମ୍ୟାନ୍ ‘ତାରିଣୀ-୨’ ନାମକ ଡଙ୍ଗାରେ ଏକ ଯାନ୍ତ୍ରିକ ସମସ୍ୟା ଚିହ୍ନଟ କରିଥିଲେ ଏବଂ ଶୀଘ୍ର ଜାହାଜକୁ କୂଳକୁ ନେଇଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପରେ ଡଙ୍ଗାର ଏକ ଅଂଶ ଭାଙ୍ଗି ଯାଇଥିଲା ଯାହା ଫଳରେ ପାଣି ଦ୍ରୁତ ଗତିରେ ଏହା ମଧ୍ୟକୁ ପ୍ରବେଶ କରିଥିଲା। ତେବେ ଘଟଣାଟି କୂଳ ନିକଟରେ ଘଟିଥିବାରୁ ମତ୍ସ୍ୟଜୀବୀମାନେ ସୁରକ୍ଷିତ ସ୍ଥାନକୁ ପହଁରି ଯାଇପାରିଥିଲେ। ଅପରପକ୍ଷରେ ଏହି ଡଙ୍ଗାଟି ସମସ୍ତ ଉପକରଣ ଏବଂ ଧରା ଯାଇଥିବା ମାଛ ସହିତ ସମ୍ପୂର୍ଣ୍ଣ ଭାବେ ସମୁଦ୍ରରେ ବୁଡ଼ି ଯାଇଥିଲା।ଜୁଆର ଛାଡ଼ିବା ପରେ ଡଙ୍ଗାଟି ସାତଭାୟା ନିକଟସ୍ଥ ସମୁଦ୍ର କୂଳରେ ଭଗ୍ନ ଅବସ୍ଥାରେ ଲାଗିଛି। ଖବର ପାଇ ରାଜନଗର ଡିଏଫ୍‌ଓ ଭରଦ୍ୱାଜ ଗାଓଁକରଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟର କପିଳେନ୍ଦ୍ର ପ୍ରଧାନ, ରତନ ପାଣି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଟ୍ରଲରଟିକୁ ଜବତ କରିଛନ୍ତି।

Leave A Reply

Your email address will not be published.