ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଜିତୁଙ୍କ ୧୩୪ କୋଟିର ସଂପତ୍ତି ଇଡି ହାତରେ

0

ଭୁବନେଶ୍ୱର: ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କୁ ଇଡି ବା ପ୍ରବର୍ତ୍ତନ ନିର୍ଦେଶାଳୟ ଘେରିଛି। ବୁଧବାର ତାଙ୍କ ଘର ଉପରେ ଚଢାଉ କରି ଇଡି ଅଧିକାରୀମାନେ ୧୩୩ କୋଟି ଟଙ୍କାର ସ୍ଥାୟୀ ଜମା ଓ ୬୯ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ଜବତ କରିଛନ୍ତି। ବେଆଇନ ଖଣି କାରବାର ଓ ମନି ଲଣ୍ଡ୍ରିଂ ଏବଂ ଆର୍ଥିକ ଅନିୟମିତତା ଅଭିଯୋଗରେ ଏହି ଚଢଉ କରାଯାଇଥିବା ଖବର ମିଳିଛି। ଇଡି ଆହୁରି ତାଙ୍କ ଆକାଉଣ୍ଟ ଯାଞ୍ଚ କରିବା ସହିତ କାଗଜପତ୍ର ଓ କମ୍ପ୍ୟୁଟର ହାର୍ଡଡିସ୍କ ଯାଞ୍ଚ କରୁଛି।

ଗତକାଲି ସକାଳେ ଶ୍ରୀ ପଟ୍ଟନାୟକଙ୍କ ଭୁବନେଶ୍ବର ସୂର୍ଯ୍ୟନଗର ଓ ଯୋଡାର ସାଇମନ୍ଦିର ସନ୍ନିକଟ ଘର ସମେତ ମୋଟ ୪ଟି ସ୍ଥାନରେ ଇଡି ଚଢାଉ କରିଥିଲା। ୨୦୦୯ ମସିହାରେ ଚମ୍ପୁଆରୁ ଶ୍ରୀ ପଟ୍ଟନାୟକ ନିର୍ବାଚିତ ହୋଇଥିଲେ। ତାଙ୍କ ନାମରେ ଇଡି ନିଜ ଆଡୁ ମାମଲା ରୁଜୁ କରିଥିଲା।

Leave A Reply

Your email address will not be published.