ପ୍ରମୁଖ ଖବର

ଏସ୍‌ଆଇ ପରୀକ୍ଷା ଘୋଟାଲା: ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ
ଆଇପିଏସ୍‍ ଅଧିକାରୀ ଆତ୍ମହତ୍ୟା ମାମଲା, ଘରୁ ମିଳିଲା ୮ ପୃଷ୍ଠାର ସୁଇସାଇଡ୍ ନୋଟ
ରସାୟନ ବିଜ୍ଞାନରେ ନୋବେଲ ପାଇଁ ୩ ବୈଜ୍ଞାନିକଙ୍କ ନାମ ଘୋଷଣା
ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ, ୩ ଶ୍ରମିକ ମୃତ
ଭିଜିଲାନ୍ସ ଜାଲରେ ଓଏଏସ୍‌ ଅଧିକାରୀ

ଆଇଏଏସ ପୂଜା ସିଙ୍ଘଲ ସସପେଣ୍ଡ୍

0

ଝାରଖଣ୍ଡ: ଝାରଖଣ୍ଡର ବିବାଦୀୟ ଆଇଏଏସ ପୂଜା ସିଙ୍ଘଲ ସସପେଣ୍ଡ ହୋଇଛନ୍ତି । ସରକାର ତାଙ୍କୁ ନିଲମ୍ବନ କରିଥିବା କାର୍ମିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମନରେଗା ସହ ବିଭିନ୍ନ ଦୁର୍ନୀତି ଅଭିଯୋଗରେ ବୁଧବାର ପୂଜାଙ୍କୁ ଇଡି ଗିରଫ କରିଥିଲା । ଖଣି ସହ ଉଦ୍ଦ୍ୟୋଗ ବିଭାଗର ସଚିବ ଥିବା ପୂଜାଙ୍କ ଘରୁ ବ୍ୟାପକ ଟଙ୍କା ଜବତ କରାଯାଇଥିଲା । ଏହା ପରେ ଇଡି ତାଙ୍କୁ ଏବଂ ତାଙ୍କର ସିଏଙ୍କୁ ଗିରଫ କରିଛି ।

ବୁଧବାର ସନ୍ଧ୍ୟାରେ ଗିରଫ ପରେ ପୂଜାଙ୍କୁ ରାଞ୍ଚିର ବିର୍ସାମୁଣ୍ଡା ଜେଲକୁ ପଠାଇଦିଆଯାଇଛି । ଇଡି ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ଅଧିକ ପଚରା ଉଚରା କରିବ ବୋଲି ସୂଚନା ମିଳିଛି । ତେବେ ପଚରାଉଚରା ବେଳେ ତାଙ୍କ ରକ୍ତ ଚାପ ବଢିବା ପରେ ଡାକ୍ତର ତାଙ୍କର ପରୀକ୍ଷା କରିଛନ୍ତି।

Leave A Reply

Your email address will not be published.