ପ୍ରମୁଖ ଖବର

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ, କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ୱାଙ୍ଗଚୁକଙ୍କ ଅନଶନକୁ ନେଇ ହାଇକୋର୍ଟରେ ପିଆଇଏଲ୍, ଜରୁରୀ ଚିକିତ୍ସା ସେବା ଦାବି
ନୋଏଡାରେ ଇ-ସ୍କୁଟରରେ ନିଆଁ, ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶାକୁ ରେଳର ଡବଲ୍ ଉପହାର, ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ
ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା
ଶୁଦ୍ଧ ପେଟ୍ରୋଲ ଚାହୁଁଥିଲେ ଅଧିକ ଦାମ ଦିଅନ୍ତୁ: ଗଡ଼କରୀ
ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ, ଘରେ ବସି ଦାନ କରିପାରିବେ ଭକ୍ତ

ନିଜ ସ୍ତ୍ରୀକୁ ମାରି ସ୍ବାମୀ ବିଷ ପିଇ ହାରିଲା ଜୀବନ

0

ପାଟଣାଗଡ଼: ପାରିବାରିକ କଳହରୁ କରୁଣ ପରିଣତି। ସାମାନ୍ୟ କଳହରୁ ମଦ ନିଶାରେ ମାତାଲ ସ୍ୱାମୀ ନିଜ ପତ୍ନୀର ଜୀବନ ନେଇଗଲା।ସ୍ତ୍ରୀକୁ କାଠ ଫାଳିଆରେ ପିଟି ପିଟି ମାରିଲା। ସ୍ତ୍ରୀକୁ ମାରିବା ଅନୁତାପରେ ଛଟପଟ ହେଉଥିବା ସ୍ୱାମୀ ଶେଷରେ ନିଜେ ବି ବିଷ ପିଇ ଜୀବନ ହାରିଲା।  ଏପରି ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ଲରମ୍ଭ ଥାନା ଅନ୍ତର୍ଗତ ଖୁଟସମଲେଇ ଗାଁରେ ଘଟିଛି।  ଯାହାକୁ ନେଇ ସେଠାରେ ଦୁଃଖର ବାତାବରଣ ଦେଖିବାକୁ ମିଳିଛି। ଏସମ୍ପର୍କରେ ଲରମ୍ଭା ପୋଲିସ ଖବର ପାଇ ଘଟଣାସ୍ଥଳ​‌​‌ରେ ପହଞ୍ଚିଛି। ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ସୂଚନାନୁସାରେ, ଗତକାଲି ରାତିରେ ଘାସି ମଦ ପିଇ ଘରକୁ ଫେରିବା ପରେ ସ୍ତ୍ରୀ କୁନ୍ତି ତଅଲାଙ୍କ ସହିତ ତାଙ୍କର କଳହ ହୋଇଥିଲା। ଏହାପରେ  ଘାସି ଏକ ମାରଣାସ୍ତ୍ରରେ ସ୍ତ୍ରୀ ମୁଣ୍ଡକୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା।  ପତ୍ନୀଙ୍କୁ ହତ୍ୟା କରି ଘାସି  ଘରୁ ଫେରାର ହୋଇଯାଇଥିଲା। ସ୍ତ୍ରୀକୁ ମାରିବା ପରେ ନିଜେ ବିଷ ପିଇ ଜୀବନ ହାରିଛି । ଘର ପଛପଟ କିଆ ବାଡିରୁ ସ୍ୱାମୀଙ୍କ ମୃତଦେବ ଠାବ ହୋଇଛି । ମୃତକ ପତ୍ନୀ ହେଲେ କୁନ୍ତୀ ଟଲା ଓ ସ୍ୱାମୀ ଘାସି ଟଲା ବୋଲି ଜଣାପଡିଛି। । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.