ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଯୁଦ୍ଧ ପାଇଁ ଯୋଦ୍ଧା ପ୍ରସ୍ତୁତ

0

ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନ ପ୍ରଚାର ପାଇଁ ବିଜେଡି ପକ୍ଷରୁ ଆଗ ଧାଡ଼ିର ଯୋଦ୍ଧାଙ୍କ ନାମ ଘୋଷଣା ହୋଇଛି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୪୦ଜଣିଆ ଟିମ୍ ତାଲିକା ପ୍ରକାଶ କରିଛି ଦଳ। ନିର୍ବାଚନ ମଇଦାନରେ ପ୍ରତିପକ୍ଷଙ୍କ ସହ ଲଢ଼ିବେ ଆଉ ଜିତିବାର ନଷ୍ପତ୍ତି ନେଇ ଆଗକୁ ବଢ଼ିଛି ବିଜେଡି ଦଳ। ମୁଖ୍ୟମନ୍ତ୍ରୀଙ୍କ ବାଦ ପ୍ରଣବ ପ୍ରକାଶ ଦାସ,ପ୍ରତାପ ଦେବ,ସଞ୍ଜୟ ଦାସ ବର୍ମା, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ନିରଞ୍ଜନ ପୂଜାରୀ, ପ୍ରମିଳା ମଲ୍ଲିକ, ସମୀର ଦାଶ, ସ୍ନେହାଙ୍ଗିନି ଛୁରିଆ, ସୁବାସ ସିଂ, ସୁଶାନ୍ତ ସିଂ ପ୍ରମୁଖଙ୍କ ନାଁ ମଧ୍ୟ ପ୍ରଚାରକ ତାଲିକାରେ  ସାମିଲ ହୋଇଛି।

ସୂଚନାଯୋଗ୍ୟ ଆସନ୍ତା ୩୧ ତାରିଖରେ ହେବ ବ୍ରଜରାଜନଗର ଉପନିର୍ବାଚନ। ଏଥିନିମନ୍ତେ ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ।  ଏହାପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ବିଜେଡିରୁ ସ୍ବର୍ଗତ ବିଧାୟକ କିଶୋର ମହାନ୍ତିଙ୍କ ସ୍ତ୍ରୀ ଅଳକା ମହାନ୍ତି ଲଢୁଛନ୍ତି। ବିଜେପିରୁ ରାଧାରାଣୀ ପଣ୍ଡା ଓ  କଂଗ୍ରେସ ପକ୍ଷରୁ କିଶୋର ପଟେଲ ନାମାଙ୍କନ ଦାଖଲ କରିଛନ୍ତି।  ଏହି ତିନି ପ୍ରମୁଖ ପ୍ରାର୍ଥୀଙ୍କ ବ୍ୟତିତ ମୋଟ ୧୪ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଉପନିର୍ବାଚନ ଜିତିବା ପାଇଁ ବିଜେଡି ବିଶାଳ ରଣନୀତି କରିଛି।ଗାଁ ଗାଁ ରେ ନେତାମାନେ ଏବେଠୁ ଜଗି ରହିଲେଣି।

ସେହିପରି କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ପ୍ରଚାର ମଇଦାନକୁ ଓହ୍ଲାଇ ସାରିଛନ୍ତି। କିଶୋରଙ୍କ ପାଇଁ ବି ବଛା ବଛା ନେତା ପ୍ରଚାର କରିବାର ଯୋଜନା ରହିଛି।ବେଲପାହାଡ଼ରେ ଦଳର ସ୍ଥିତି ଭଲ ଥିବାରୁ ଅଧିକ ଭୋଟ୍ ମିଳିବ ବୋଲି କଂଗ୍ରେସ ଆଶାବାଦୀ ରହିଛି । ବ୍ରଜରାଜନଗର ଓ ଲଖନପୁର ବ୍ଲକରେ ମଧ୍ୟ ଭଲ ଭୋଟ କଂଗ୍ରେସ ସପକ୍ଷରେ ଯିବ ବୋଲି କୁହାଯାଉଛି। କଂଗ୍ରେସର ଷ୍ଟାର କ୍ୟାମ୍ପେନରମାନେ ଆସନ୍ତା ୧୯ରୁ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ସୂଚନା ମିଳିଛି।

ସେପଟେ ବିଜେପି ପୂର୍ବତନ ବିଧାୟକ ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି। ଓଡ଼ିଶାର ତିନି କେନ୍ଦ୍ର ମନ୍ତ୍ରୀଙ୍କ ସହ ଟାଣୁଆ ନେତାଙ୍କୁ ନେଇ ବିଜେପି ପ୍ରଚାର କରିବ।ଛତିଶଗଡ଼ ପୂର୍ବ ମୁଖ୍ୟମନ୍ତ୍ରୀ ରମଣ ସିଂହ ବି ପ୍ରଚାରକୁ ଆସିବେ। ଏସବୁକୁ ନେଇ ବ୍ରଜରାଜନଗରରେ ନିର୍ବାଚନ ପ୍ରଚାର ବେଶ ଉଷ୍ମ ହେବ ବୋଲି ରାଜନୈତିକ ମହଲ ମତ ରଖୁଛନ୍ତି।



Leave A Reply

Your email address will not be published.