ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଦୋହଲିଗଲା ବ୍ୟବସ୍ଥା; ଦରଦାମ ଆହୁରି ବଢ଼ିବ

0
  • ୧୯୯୮ ମସିହା ପରେ ସବୁଠାରୁ କଠିନ ପରିସ୍ଥିତି ସାମ୍ନା କରୁଛି ଦେଶ
  • ୨୦୨୧ ଏପ୍ରିଲରୁ ମୁଦ୍ରାସ୍ଫୀତି ଦୁଇଅଙ୍କ ଛୁଇଁଛି, ଉପରମୁହାଁ ଧରିଛି
  • ଅର୍ଥନୀତିଜ୍ଞ ଡରାଇଲେଣି, ସ୍ଥିତି ଏବେ ସୁଧୁରିବା ଆଶା କ୍ଷୀଣ
  • ବାମଦଳ ରାସ୍ତାକୁ ଓହ୍ଲାଇବ; ଦେଶବ୍ୟାପୀ ୨୫ରୁ ୩୧ ବିରୋଧ କରିବ

ନୂଆଦିଲ୍ଲୀ: ଦେଶରେ ଖାଉଟି ସାମଗ୍ରୀର ଦର ୨୪ବର୍ଷର ରେକର୍ଡ ଭାଙ୍ଗିଛି। ଦିନକୁ ଦିନ ବଢ଼ିବାରେ ଲାଗିଛି ପାଇକାରୀ ମୁଦ୍ରାସ୍ଫୀତି। କେନ୍ଦ୍ର ସରକାର ଏହାକୁ ନିୟନ୍ତ୍ରଣ କରିବାରେ ଏଯାଏ ସକ୍ଷମ ହୋଇନାହାନ୍ତି। ୧୯୯୮ ମସିହା ପରେ ପ୍ରଥମ ଥର ପାଇଁ ମୁଦ୍ରାସ୍ଫୀତି ୧୫ ପ୍ରତିଶତ ଅତିକ୍ରମ କରିଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ଏହା ସର୍ବାଧିକ ବା ସର୍ବକାଳୀନ ସ୍ଥିତି ବୋଲି କୁହାଯାଉଛି। ସେବେ ମୁଦ୍ରା ସ୍ପୀତି ୧୫.୩୨ ପ୍ରତିଶତ ଥିଲା। ୨୦୨୧ରୁପାଇକାରୀ ମୁଦ୍ରାସ୍ଫୀତି ଦୁଇ ଅଙ୍କ ଛୁଇଁଥିଲା। ଏହା ଧୀରେ ଧୀରେ ବୃଦ୍ଧି ପାଇ ଏପ୍ରିଲ ମାସରେ ୧୫.୦୮ ପ୍ରତିଶତ ଅତିକ୍ରମ କରିସାରିଛି। ପରିସ୍ଥିତିରେ ବିଶେଷ କୌଣସି ପରିବର୍ତ୍ତନ ସମ୍ଭାବନା ନଥିବାରୁ ଆଗକୁ ଦରଦାମର ମୂଲ୍ୟ ଆହୁରି ବଢ଼ିବ ବୋଲି ଅର୍ଥନୀତିଜ୍ଞ ଚେତାଇ ଦେଲେଣି।

ସେପଟେ ଏହାକୁ ନେଇ ବାମପନ୍ଥୀ ଦଳ ରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି।ଏହା ବିରୋଧରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବାକୁ ସେମାନେ ଘୋଷଣା କରିଛନ୍ତି। ମେ’ ୨୫ ରୁ ଆରମ୍ଭ ହୋଇ ମେ ୩୧ ପର୍ଯ୍ୟନ୍ତ ଚାଲିବ। ଏହା ସହିତ ସେମାନେ ବେରୋଜଗାରୀ ପ୍ରସଙ୍ଗକୁ ମଧ୍ୟ ଯୋଡ଼ିଛନ୍ତି।

ବାମଦଳ ଦାବି ରଖି କହିଛନ୍ତି ଯେ କେନ୍ଦ୍ର ସରକାର ପେଟ୍ରୋଲିୟମ ଉତ୍ପାଦ ଉପରେ ସରଚାର୍ଜ/ସେସ୍‌ ଫେରାଇ ନିଅନ୍ତୁ। ପିଡିଏସ୍‌ ମାଧ୍ୟମରେ ଗହମ ଯୋଗାଣର ପୁନରୁଦ୍ଧାର ହେଉ। ଡାଲି ଏବଂ ଖାଇବା ତେଲ ସମେତ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ ସଂପର୍କରେ ମଧ୍ୟ ସେମାନଙ୍କ ଦାବିରେ କୁହାଯାଇଛି।

ବାମଦଳ କହିଛି ଯେ ଦରଦାମ ବୃଦ୍ଧି କାରଣରୁ ଦେଶରେ ଲୋକମାନେ ଅକଥନୀୟ ଦୁର୍ଦଶା ଭିତରକୁ ଗତି କରୁଛନ୍ତି। ଦାରିଦ୍ର୍ୟ ସୀମା ଟପିଯିବା ବିଚିତ୍ର ନୁହେଁ।
ଗତ ବର୍ଷକ ମଧ୍ୟରେ ପେଟ୍ରୋଲିୟମ ଉତ୍ପାଦର ମୂଲ୍ୟ ୭୦ ପ୍ରତିଶତ, ପନିପରିବା ୨୦ ପ୍ରତିଶତ, ରନ୍ଧନ ତେଲ ୨୩ ପ୍ରତିଶତ ଏବଂ ଖାଦ୍ୟଶସ୍ୟ ୮ ପ୍ରତିଶତ ବୃଦ୍ଧି ପାଇଥିବା ସେମାନେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.