ପ୍ରମୁଖ ଖବର

ବିଶ୍ୱର ତୃତୀୟ ବୃହତ୍ତମ ଅଟୋମୋବାଇଲ୍ ବଜାର ଭାରତ: ଗଡ଼କରୀ
ଉଚ୍ଚ ସମୁଦ୍ର ମତ୍ସ୍ୟ ଆହରଣକୁ ମିଳିଲା ପ୍ରୋତ୍ସାହନ
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି, ୨୧ରେ ରାଜ୍ୟ ନିର୍ବାଚନ କମିଶନଙ୍କ ଉଚ୍ଚସ୍ତରୀୟ ବୈଠକ
ଖୋଲିଲା ହୀରାକୁଦର ୧୦ଟି ଗେଟ୍ , ମହାନଦୀକୁ ଛଡ଼ାଗଲା ବନ୍ୟାଜଳ
ଭିଡ଼ ନିୟନ୍ତ୍ରଣ ପାଇଁ ରଥଯାତ୍ରାରେ ଅଧା ହେଲା ଭିଆଇପି କର୍ଡନ୍ ପାସ୍

ଏବେ ଡରାଇଲାଣି ମଙ୍କିପକ୍ସ

0

ନୂଆଦିଲ୍ଲୀ : ଆମେରିକା ଓ ବ୍ରିଟେନ ସମେତ ଏକାଧିକ ଦେଶରେ ମଙ୍କିପକ୍ସ ଭୂତାଣୁ ବ୍ୟାପିବା ପରେ ବନ୍ଦର ଓ ବିମାନ ବନ୍ଦରଗୁଡିକୁ ଆଲର୍ଟ କରିଛନ୍ତି କେନ୍ଦ୍ର ସରକାର । ମଙ୍କିପକ୍ସ ଆକ୍ରାନ୍ତ ଦେଶରୁ ଆସୁଥିବା ଯେକୌଣସି ଅସୁସ୍ଥ ବ୍ୟକ୍ତିଙ୍କ ଉପରେ ସତର୍କ ନଜର ରଖିବାକୁ କୁହାଯାଇଛି । ଏପରିକି ତାଙ୍କୁ ସଙ୍ଗରୋଧରେ ରଖି ନମୂନା ସଂଗ୍ରହ କରିବା ସହ ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଭାଇରୋଲୋଜିକୁ ପଠାଇବା ପାଇଁ କୁହାଯାଇଛି ।

ସେହିପରି ଆଫ୍ରିକୀୟ ଦେଶଗୁଡିକରେ ଦେଖା ଦେଇଥିବା ଏହି ନୂଆ ପ୍ରକାର ଭୂତାଣୁର ଲକ୍ଷଣ ଓ ବ୍ୟବହାର ଉପରେ ନଜର ରଖିବାକୁ ଆଇସିଏମଆରକୁ କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ବ୍ରିଟେନ୍ ଓ ଆମେରିକା ପରେ ଫ୍ରାନ୍ସ, ଇଟାଲୀ, ସ୍ୱିଡେନ୍, କାନାଡା, ଅଷ୍ଟ୍ରେଲିଆ, ସ୍ପେନ୍ ଓ ପର୍ତ୍ତୁଗାଲରେ ଏହି ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ୧୩ରୁ ଅଧିକ ମାମଲା କାନାଡାରୁ ଚିହ୍ନଟ ହୋଇଛି ।

Leave A Reply

Your email address will not be published.