ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପ୍ରବଳ ବର୍ଷାରେ ୩ ରାଜ୍ୟ ପ୍ରଭାବିତ

0

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ହେଉଥିବା ପ୍ରବଳ ବର୍ଷା ଓ ଭୂସ୍ଖଳନ ହେତୁ ଆସାମରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରିପୋର୍ଟ ଅନୁଯାୟୀ, ନଗାଓଁ, ହଜୋଇ ଏବଂ କାଛରରେ ପରିସ୍ଥିତି ଅତ୍ୟନ୍ତ ଜଟିଳ ହୋଇଛି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଅନୁଯାୟୀ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି ଏବଂ ରାଜ୍ୟର ୨୯ ଟି ଜିଲ୍ଲାରେ ୭ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।

ଆସାମ ପରେ ବର୍ତ୍ତମାନ ବିହାରରେ ତାଣ୍ଡବ ରଚିଛି ବର୍ଷା। ବିହାରରେ ବଜ୍ରପାତ ଏବଂ କାଳବୈଶାଖୀ ପାଇଁ ୩୩ ଜଣଙ୍କର ମୃତ୍ୟୁ ଘଟିଛି। ୩୩ଜଣଙ୍କ ମୃତ୍ୟୁ ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନିତିଶ କୁମାର। ଆସାମ ଏବଂ ବିହାର ସହିତ କର୍ଣ୍ଣାଟକର କେତେକ ସ୍ଥାନରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ଉପୁଜିଛି। ବିହାର, ଆସାମ ଏବଂ କର୍ଣ୍ଣାଟକରେ ବର୍ଷା, ବନ୍ୟା ଏବଂ ବଜ୍ରପାତ ଯୋଗୁଁ ଏପର୍ଯ୍ୟନ୍ତ ୫୭ଜଣଙ୍କର ମୃତ୍ୟୁ ହୋଇଛି।

ବର୍ଷା ହେତୁ କେରଳର ଅବସ୍ଥା ଆହୁରି ଖରାପ ହେବାରେ ଲାଗିଛି। ରାଜ୍ୟର ୧୦ଟି ଜିଲ୍ଲା ପାଇଁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଅନ୍ୟପକ୍ଷରେ, ଲଗାଣ ବର୍ଷା ପାଇଁ ଜଳସ୍ତର ବଢ଼ୁଥିବାରୁ ଇଡୁକି ଜିଲ୍ଲା ପ୍ରଶାସନ କଲାରକଟ୍ଟି ଏବଂ ପମ୍ବଲା ଡ୍ୟାମର ଗେଟ୍ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.