ବ୍ରହ୍ମଗିରି: ପୁରୀ-ସାତପଡ଼ା ରାସ୍ତାର ହଳଦିଆ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଚାଳକ ସମେତ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏକ କାର୍ ଗଛରେ ପିଟି ହେବା ଫଳରେ ଏଭଳି ଅଘଟଣ ଘଟିଛି। ଗତକାଲି ରାତି ପ୍ରାୟ ସାଢ଼େ ତିନିଟା ବେଳେ ଘଟିଛି ଏହି ଦୁର୍ଘଟଣା। କାର୍ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା। ଏଥିରେ ଡ୍ରାଇଭର ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଡ୍ରାଇଭର ବାବୁ ଖାଁ ଓ ଧୀରେନ ପଲେଇ। ଧୀରେନଙ୍କ ଘର ବ୍ରହ୍ମଗିରି ଥାନା ସହଦେବପୁର ଗାଁରେ ଦୁର୍ଘଟଣା ସଂପର୍କରେ ଖବର ପାଇ ଦମକଳ ବାହିନୀ ସେଠାରେ ପହଞ୍ଚିଥିଲେ। ସେମାନେ କାର୍ର ସମ୍ମୁଖ ଭାଗକୁ କାଟି ଡ୍ରାଇଭରଙ୍କୁ ତା’ ଭିତରୁ ବାହାର କରିଥିଲେ। ଉଭୟଙ୍କୁ ଉଦ୍ଧାର କରି ପୁରୀ ଡାକ୍ତରଖାନା ପଠାଯାଇଥିଲା। ତେବେ ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା।
ପ୍ରମୁଖ ଖବର
ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଅନଲାଇନ ଗେମ୍ ଖେଳିବାକୁ ମନା କରିବାରୁ ଜୀବନ ହାରିଲେ ନାବାଳକ
ରାକ୍ଷୀରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ପିଉସା ସମେତ ୫ ଅଟକ
ସ୍ୱାଧୀନତା ଦିବସ ପାଇଁ ଜାରି ହେଲା ଟ୍ରାଫିକ୍ କଟକଣା
ଭୁବନେଶ୍ୱରର ଘରୋଇ କଲେଜ ପରିସରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ
ସବୁ ସରକାରୀ କାର୍ଯ୍ୟାଳୟରେ ଲାଗିବ ଏଆଇ କ୍ୟାମେରା
ବିଧାନସଭା ଆଗରେ ୭ ବର୍ଷୀୟ ଝିଅ ସହ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ