ବ୍ରହ୍ମଗିରି: ପୁରୀ-ସାତପଡ଼ା ରାସ୍ତାର ହଳଦିଆ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଚାଳକ ସମେତ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏକ କାର୍ ଗଛରେ ପିଟି ହେବା ଫଳରେ ଏଭଳି ଅଘଟଣ ଘଟିଛି। ଗତକାଲି ରାତି ପ୍ରାୟ ସାଢ଼େ ତିନିଟା ବେଳେ ଘଟିଛି ଏହି ଦୁର୍ଘଟଣା। କାର୍ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା। ଏଥିରେ ଡ୍ରାଇଭର ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଡ୍ରାଇଭର ବାବୁ ଖାଁ ଓ ଧୀରେନ ପଲେଇ। ଧୀରେନଙ୍କ ଘର ବ୍ରହ୍ମଗିରି ଥାନା ସହଦେବପୁର ଗାଁରେ ଦୁର୍ଘଟଣା ସଂପର୍କରେ ଖବର ପାଇ ଦମକଳ ବାହିନୀ ସେଠାରେ ପହଞ୍ଚିଥିଲେ। ସେମାନେ କାର୍ର ସମ୍ମୁଖ ଭାଗକୁ କାଟି ଡ୍ରାଇଭରଙ୍କୁ ତା’ ଭିତରୁ ବାହାର କରିଥିଲେ। ଉଭୟଙ୍କୁ ଉଦ୍ଧାର କରି ପୁରୀ ଡାକ୍ତରଖାନା ପଠାଯାଇଥିଲା। ତେବେ ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା।
ପ୍ରମୁଖ ଖବର
ଦୁଇ ବର୍ଷ ପରେ ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନ ହେଉଥିବାରୁ ପ୍ରବଳ ଗହଳି
ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
୨୪ ଘଣ୍ଟାରେ ଦେଶରେ ୧୭,୦୭୦ ଜଣ କୋଭିଡ୍-୧୯ ଆକ୍ରାନ୍ତ; ୨୩ଜଣ ମୃତ
ଆଜି ୨୦୦ ଟପିଲା ନୂଆ ସଂକ୍ରମିତଙ୍କ ସଂଖ୍ୟା: ଗତ ୨୪ ଘଣ୍ଟା ମଧ୍ୟରେ ୨୦୪ କରୋନା ପଜିଟିଭ, ୧୮ ଜଣ ୧୮ ବର୍ଷରୁ କମ୍ ବୟସର
ଭୁବନେଶ୍ବରକୁ ଫେରିଲା କରୋନା କଟକଣା; ବଢ଼ିଲା ଶଯ୍ୟା ସଂଖ୍ୟା, ବଢ଼ିବ ନମୁନା ପରୀକ୍ଷା
କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ବିଏମ୍ସି, ପୁଣି ମାସ୍କ ବାଧ୍ୟତାମୂଳକ
ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ମୃତ୍ୟୁ
କମିଲା ଏଲ୍ପିଜି ସିଲିଣ୍ଡର ଦର
ମୁଣ୍ଡଳୀ ନିକଟରେ ମହାନଦୀକୁ ଡେଇଁଲେ ଯୁବତୀ। ଗୁରୁତର ଅବସ୍ଥାରେ ଉଦ୍ଧାର କଲେ ମତ୍ସ୍ୟଜୀବୀ
ସାରା ଦେଶରେ ଆଜିଠୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟାନ , ତିଆରି କିମ୍ବା ବିକ୍ରି କଲେ ୭ ବର୍ଷ ଜେଲ ଦଣ୍ଡ, ଲକ୍ଷେ ଟଙ୍କାର ଜରିମାନା