ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ଆଜି ଠାରୁ ବିଦେଶ ଗସ୍ତରେ ନବୀନ

0

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ବିଦେଶ ଗସ୍ତରେ ଯାଉଛନ୍ତି । ଆଜି ଦିଲ୍ଲୀରେ ପହଞ୍ଚି ସେଠାରେ ଦୁଇଦିନ ରହଣୀ କରିବେ । ୨୦ରେ ଦିଲ୍ଲୀରୁ ବିଦେଶ ଯାତ୍ରା କରିବେ । ରୋମ ଓ ଦୁବାଇ ଗସ୍ତ ସାରି ଆସନ୍ତା ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବା କାର୍ଯ୍ୟକ୍ରମ ରହିଛି । ଦୁବାଇରେ ନିବେଶକ ସମ୍ମିଳନୀରେ ନବୀନ ଯୋଗ ଦେବେ । ତେବେ ଜୁଲାଇ ୨ରୁ ବିଧାନସଭା ଅଧିବେଶନ ଥିବାରୁ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତ ସାରି ଓଡ଼ିଶା ଫେରି ଆସିବା କାର୍ଯ୍ୟକ୍ରମ ରହିଛି ।ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଲାପରେ ଶ୍ରୀ ପଟ୍ଟନାୟକଙ୍କର ଏହା ଦ୍ବିତୀୟ ବିଦେଶ ଗସ୍ତ ହେବ।

ମିଳିଥିବା ସୂଚନା ଅନୁସାରେ ଶନିବାର ୧୮ ଜୁନ୍‌ ଅପରାହ୍ଣ ୧ଟା ୧୫ ମିନିଟରେ ବିମାନ ଯୋଗେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାତ୍ରା କରିବେ । ସେଠାରେ ଦୁଇଦିନ ରହିବେ । ୨୦ ତାରିଖ ଅପରାହ୍ନ ୪ଟା ୧୫ ମିନିଟରେ ଦିଲ୍ଲୀରୁ ରୋମ ଅଭିମୁଖେ ଗସ୍ତ କରିବେ । ରୋମରେ ଜାତିସଂଘ ଖାଦ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଓଡ଼ିଶାର ଖାଦ୍ୟ ନିରାପତ୍ତା କାର୍ଯ୍ୟକ୍ରମର ସଫଳତା କାହାଣୀ ଉପସ୍ଥାପନ କରିବେ । କୃଷି କ୍ଷେତ୍ରରେ ଓଡ଼ିଶାରେ ଆସିଥିବା ବୈପ୍ଳବିକ ପରିବର୍ତ୍ତନର ସଫଳତା ସହ ରାଜ୍ୟରେ ମିଶନ ଶକ୍ତିର ସଫଳ କାର୍ଯ୍ୟକ୍ରମ ବାବଦରେ ମୁଖ୍ୟମନ୍ତ୍ରୀ ତଥ୍ୟ ପ୍ରଦାନ କରିବେ । ଏହାବାଦ ଆଉ କିଛି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ବୋଲି ଜଣାପଡ଼ିଛି ।

ରୋମ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ସେଠାରୁ ଦୁବାଇ ଗସ୍ତ କରିବେ । ଓଡ଼ିଶା ସରକାର ଓ ଫିକି ଦ୍ୱାରା ଆସନ୍ତା ୨୯ ତାରିଖରେ ଦୁବାଇରେ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ନିବେଶକଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ କରିବେ । ଦୁଇ ଘଣ୍ଟା ଧରି ନିବେଶକଙ୍କ ସହ ଆଲୋଚନା କରିବେ ନବୀନ । ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଦୁବାଇରୁ ଫେରିବେ । ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି କେ ପାଣ୍ଡିଆନ୍‌ ଓ ଦୁଇ ଜଣ ବ୍ୟକ୍ତିଗତ କର୍ମଚାରୀ ମଧ୍ୟ ବିଦେଶ ଯିବେ ।

Leave A Reply

Your email address will not be published.