ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ପ୍ରତିଶୋଧ ପାଇଁ ସଜବାଜ !

0

ଭୁବନେଶ୍ୱର: ଗୋଟିଏ ପରେ ଗୋଟିଏ ବିଲ୍‍ରେ ପାଇଁ ଆଖିବୁଜା ସମର୍ଥନ ଦେଇଚାଲିିଥିଲା ବିଜେଡି । ସର୍ତ ନଥିଲା କି ଓଡ଼ିଶାର ସ୍ୱାର୍ଥ ଚିନ୍ତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ବୋଲି ଗୋଟିଏ ରାଜ୍ୟସଭା ଆସନ ଛାଡି ଦିଆଗଲା । ଶୀର୍ଷ ନେତୃତ୍ୱର କେନ୍ଦ୍ର ସଂପର୍କ ଦେଖି ଦଳୀୟ ନେତା ଏମିତି ଦ୍ୱନ୍ଦ୍ୱରେ ପଡିଗଲେ ଯେ ପୂରା ବିଧାନସଭା ଅଧିବେଶନ ସରିଗଲା ସିନା, ବିଜେପି ବିରୋଧରେ ବିଜେଡି ନେତାଙ୍କ ମୁହଁରୁ ତୁଣ୍ଡ ଫିଟିଲାନି । କେନ୍ଦ୍ର ବିରୋଧରେ ବିଧାନସଭାରେ ବିଧାୟକ ଗର୍ଜିଲେ ନାହିଁ କି ବାହାରେ ।

ଠିକ୍‍ ସପ୍ତାହକ ପରେ ଆଜି ଖୋର୍ଧାରେ ବିଜେପି ଏମିତି ନିର୍ଘାତ ଆକ୍ରମଣ କରିଛି ଯେ ବିଜେଡି ନେତାଙ୍କ ଶୀର ଶୀରରେ ଭେଦିଗଲେଣି । ତଥାପି କେହି ପାଟି ଖୋଲୁନାହାନ୍ତି, କାରଣ ସୁପ୍ରିମୋଙ୍କ ମତିଗତି ଜାଣିପାରୁନାହାନ୍ତି । ସଙ୍କେତ ମିଳିନି, ଏଣୁ କେହି ପ୍ରତିବାଦ କରୁନାହାନ୍ତି । ବିଜେପି ଶକ୍ତି ଗୋଟାଇବା ପାଇଁ ଯେଉଁ ଉତ୍ସବ କରିଥିଲା,ସେଥିରେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରାଯାଇଛି । ଦଳର ବରିଷ୍ଠ ନେତା ଶିବରାଜ ସିଂହ ଚୌହ୍ୱାନ ମନକୁ ଯାହା ଆସିଲା, ତାହା କହିଛନ୍ତି । ସିଧା ସିଧା ଆରୋପ ଲଗାଇଛନ୍ତି ଯେ ମୁଖ୍ୟମନ୍ତ୍ରୀ ଆଉ ଶାସନ କରୁନାହାନ୍ତି । ପାଣ୍ଡିଆନ ଶାସନ କରୁଛନ୍ତି । ସେତିକିରେ ସୀମିତ ନାହାନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ କ୍ଷମତାକୁ ଆସିବା ପରେ ବି ଶିବରାଜ ସମାନ କଥା ଦୋହରାଇଛନ୍ତି ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆ କହିପାରୁନାହାନ୍ତି ।

ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ବିଜେପି ନେତା ଏଭଳି ଅଭିଯୋଗ ଆଣିଥିଲେ । ଖୋଦ୍‍ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଥିଲେ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବି । ଲୋକେ କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କଲେ ଓ ବିଜେଡି ପଞ୍ଚମ ଥର ପାଇ କ୍ଷମତାସୀନ ହେଲା । ସରକାରର ତିନି ମାସ ପୂରିନି, ସବୁ ଦାନ ଭୁଲିଯାଇ ବିଜେପି ପୁଣି ଥରେ ବିଜେଡିକୁ ଆକ୍ରମଣ କରିବା ଆରମ୍ଭ କରିଛି ଓ ଓଡ଼ିଶା ସରକାର ପରିବର୍ତନ ପାଇଁ ଏବେଠାରୁ ଡାକରା ଦିଆଯାଇଛି ।

ଓଡ଼ିଶାରେ ଆଜି ଦିନରେ ବିଜେପି ସେଭଳି ସ୍ଥିତିରେ ନାହିିଁ, ଯିଏ ରାତାରାତି ସରକାର ପରିବର୍ତନ କରିଦେଇପାରେ । ଏବେ ବିଧାନସଭାରେ ଦଳର ଯାହା ପ୍ରଦର୍ଶନ, ତାହା ବି ଉଲ୍ଲେଖନୀୟ ନୁହେଁ । ଏପରିସ୍ଥଳେ କାହା ବଳରେ ବିଜେପି ନେତାମାନେ ପୁଣି ସରକାର ଗଠନ ପାଇଁ ସ୍ୱପ୍ନ ଦେଖିଲେଣି, ତାହା ଏବେ ରାଜ୍ୟ ରାଜନୀତି ପାଇଁ ଚର୍ଚ୍ଚାର ବିଷୟ ହେଲାଣି । ବିଜେପିର ଏଭଳି ଅଭିଯୋଗର ଜବାବ ବିଜେଡି କେମିତି ଦେଉଛି ଓ ତାହା କେତେ ସଶକ୍ତ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଗୋଟିଏ ଗୋଷ୍ଠୀ କହୁଛନ୍ତି ଯେ ମେଣ୍ଟ ଶାସନକୁ ବିଜେଡି ଯେଭଳି ପଛରୁ ଛୁରି ଭୁସିବା ଭଳି ଭାଙ୍ଗିଥିଲା, ଏବେ ବିଜେପି ସେମିତି ଢଙ୍ଗରେ ହିଁ ପ୍ରତିଶୋଧ ନେବାକୁ ଯୋଜନା କରୁଛି ।

Leave A Reply

Your email address will not be published.