ପ୍ରମୁଖ ଖବର

ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବ-ମୁଖ୍ୟମନ୍ତ୍ରୀ
ମହିଳାଙ୍କୁ ସରାକରଙ୍କ ରାକ୍ଷୀ ଭେଟି, ଆସିଲା ସୁଭଦ୍ରାର ୩ୟ କିସ୍ତି ଟଙ୍କା
ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲରେ ଶୁକ୍ରବାର ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ
କୋରାପୁଟରେ ସ୍କୁଲ ଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ମୁଖ୍ୟମନ୍ତ୍ରୀ
ଆତଙ୍କବାଦୀଙ୍କ ଗୁଳିବିନିମୟରେ ୨ ଯବାନ ଶହିଦ, ୧୦ ଆହତ
ରାଜଧାନୀରେ ଅଘଟଣ: ୧୦୦ ଫୁଟ ଲମ୍ବା କାନ୍ଥ ଭୁଶୁଡ଼ି, ୭ ମୃତ
କ୍ରୀଡ଼ାର ପ୍ରସାର ପାଇଁ ଜିନ୍ଦଲ ଫାଉଣ୍ଡେସନକୁ ଫିକି ପକ୍ଷରୁ ସ୍ପେଶାଲ ଆପ୍ରିସିଏସନ ଆଓ୍ୱାର୍ଡ

ନଭେମ୍ବର ୩ ତାରିଖରେ ଧାମନଗର ଭୋଟ

0

ଭୁବନେଶ୍ବର: ଧାମନଗର ବିଧାନସଭା ଆସନରେ ଉପ ନିର୍ବାଚନ ଲାଗି ଭାରତର ନିର୍ବାଚନ କମିସନ ଆଜି ତାରିଖ ଘୋଷଣା କରିଛନ୍ତି। ନଭେମ୍ବର ୩ ତାରିଖରେ ଏହି ଗୁରୁତ୍ବପୂର୍ଣ୍ଣ ଆସନ ଲାଗି ଉପନିର୍ବାଚନ ଅନୁଷ୍ଠିତ ହେବ। ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଏହି ଆସନ ଖାଲି ପଡ଼ିଛନ୍ତି। ଏଥିସହିତ ମହାରାଷ୍ଟ୍ରର ଗୋଟିଏ, ବିହାରର ଦୁଇଟି, ହରିୟାଣା, ତେଲେଙ୍ଗାନା ଏବଂ ଉତ୍ତର ପ୍ରଦେଶର ଗୋଟିଏ ଲେଖାଏଁ ଆସନ ଲାଗି ଉପନିର୍ବାଚନ ହେବ।

କମିସନଙ୍କ ବିଜ୍ଞପ୍ତି ଅନୁସାରେ, ଅକ୍ଟୋବର ୭ ତାରିଖରେ ଉପନିର୍ବାଚନ ଲାଗି ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ। ୧୪ ତାରିଖ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହେବ। ୧୫ ତାରିଖରେ ଯାଞ୍ଚ ଓ ୧୭ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ଲାଗି ଦିନ ଧାର୍ଯ୍ୟ ହୋଇଛି। ନଭେମ୍ବର ୩ ତାରିଖରେ ଭୋଟ୍ ଗ୍ରହଣ ହେବ ଏବଂ ୬ ତାରିଖରେ ଭୋଟ ଫଳାଫଳ ପ୍ରକାଶ ପାଇବ। ୮ ତାରିଖ ସୁଦ୍ଧା ଉପ ନିର୍ବାଚନ ପ୍ରକ୍ରିୟା ସାରିବା ଲାଗି କମିସନ ଦିନ ଧାର୍ଯ୍ୟ କରିଛନ୍ତି। ଏଠାରେ ଉଲ୍ଲେଖଥାଉକି, ସୋମବାର ଦିନ ବିଜେଡିର ପୁଣି ଜଣେ ବିଧାୟକ ବିଜୟ ରଂଜନ ବରିହାଙ୍କର ପରଲୋକ ଘଟିଛି। ଏଣୁ ପଦ୍ମପୁର ଆସନ ଲାଗି ମଧ୍ୟ ଏହା ପରେ ପରେ ଉପନିର୍ବାଚନ ଅନୁଷ୍ଠିତ ହେବ।

Leave A Reply

Your email address will not be published.