ପ୍ରମୁଖ ଖବର

ମେସି ଇଭେଣ୍ଟ ଅବ୍ୟବସ୍ଥା: ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ଘୋଷଣା
କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ
ପାଲଲହଡ଼ାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ, ୨ ଦିନରେ ୧୯ ପଜିଟିଭ୍‌, ଜଣେ ମୃତ
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଚାଷୀଙ୍କୁ ଆଶ୍ୱସ୍ତି: ଧାନ ପଞ୍ଜୀକରଣ ଅବଧି ବଢ଼ିଲା ଆଉ ୭ ଦିନ
‘ମନ୍ କୀ ବାତ୍‌’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍‌ ବଦଳାଇଲା ଜୀବିକା
ନେପାଳକୁ ସହାୟତା , ୬୮.୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

ନିଯୁକ୍ତି ପାଇଲେ ବିଭିନ୍ନ ବୋର୍ଡର ଅଧ୍ୟକ୍ଷ ଓ ପରାମର୍ଶଦାତା

0

ଭୁବନେଶ୍ୱର:  ଆଜି ରାଜ୍ୟ ସରକାର ବିଭିନ୍ନ ବୋର୍ଡର ଅଧ୍ୟକ୍ଷ ଓ ପରାମର୍ଶଦାତା ନିଯୁକ୍ତ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଲେନିନ ମହାନ୍ତି ହୋଇଛନ୍ତି ଓଟିଡିସି ଅଧ୍ୟକ୍ଷ। କଳିକେଶ ସିଂଦେଓ ହେଲେ ଓଡ଼ିଶା ହାଉସିଂ ବୋର୍ଡ ଅଧ୍ୟକ୍ଷ,  ପ୍ରଭାତ ମିଶ୍ର ହେଲେ ଏପିକଲ୍‌ର ଅଧ୍ୟକ୍ଷ, ଡି. ବିଶ୍ବନାଥ ହେଲେ ଓଆରଏଚ୍‌ଡିସି ଅଧ୍ୟକ୍ଷ ହୋଇଛନ୍ତି।

ପୂର୍ବରୁ ଓଟିଡିସି ଅଧ୍ୟକ୍ଷା ଥିବା ଶ୍ରୀମୟୀ ମିଶ୍ରଙ୍କୁ ଏଥର ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। କସ୍ତୁରୀ ମହାପାତ୍ରଙ୍କୁ ଲେନିନ ମହାନ୍ତିଙ୍କ ସ୍ଥାନରେ ଉତ୍କଳ ପ୍ରସଙ୍ଗ,ଓଡ଼ିଶା ରିଭ୍ୟୁ ସମ୍ପାଦକ ପଦବୀ ମିଳିଛି। 

ପୂର୍ବପରି କୁନା ତ୍ରିପାଠୀ  ଓଏଫଡିସି ଅଧ୍ୟକ୍ଷ ପଦ ବଜାୟ ରଖିଚନ୍ତି  । ଅନ୍ୟପକ୍ଷରେ ଦେବାଶିଷ ମହାନ୍ତିଙ୍କୁ ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ ଅଧ୍ୟକ୍ଷ, ଚିନ୍ମୟ ସାହୁ ହେଲେ ଓଏସଆଇସି ଅଧ୍ୟକ୍ଷ ହୋଇଛନ୍ତି।  ଦେବାଶିଷ ମହାନ୍ତିଙ୍କୁ ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ, ମିନତି ବେହେରାଙ୍କୁ ମହିଳା କମିଶନ ଅଧ୍ୟକ୍ଷା, ପ୍ରଦୀପ ମାଝିଙ୍କୁ ଏସଡିସି ପରାମର୍ଶଦାତା କରିଛନ୍ତି ରାଜ୍ୟ ସରକାର  । ସେହିପରି ସଂଗ୍ରାମ ପାଇକରାୟଙ୍କୁ ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ  ।ସେପଟେ ଷ୍ଟେଟ ଏଗ୍ରିକଲଚର ମାର୍କେଟିଂ ବୋର୍ଡ ଉପଦେଷ୍ଠା ହୋଇଛନ୍ତି ସୁରେନ୍ଦ୍ର ପ୍ରଧାନ। କୁନା ବିହାରି ଦାସଙ୍କୁ ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିବା ବେଳେ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ ନିଗମର ଉପାଧ୍ୟକ୍ଷ ହୋଇଛନ୍ତି ସନ୍ତୋଷ ବେଜ୍।

ସେପଟେ ଯୋଜନା ବୋର୍ଡ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି ଦଳର ଦୁଇ ବରିଷ୍ଠ ରାଜନେତା। ସେମାନେ ହେଲେ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ଉଭୟଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ମିଳିଛି। ଅନ୍ୟପଟେ ଯୋଜନା ବୋର୍ଡର ଅନ୍ୟତମ ସଦସ୍ୟ ହୋଇଛନ୍ତି ସାଧୁ ନେପାକ। ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି।

Leave A Reply

Your email address will not be published.