ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତ

0

ଉତ୍ତରପ୍ରଦେଶ: ମୁଲାୟମ ସିଂହ ଯାଦବ ଆଉ ନାହାନ୍ତି। ୮୨ ,ବର୍ଷ ବୟସରେ ପରଲୋକ। ଉତ୍ତରପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ଥିଲେ। ଅସୁସ୍ଥ ହେବା ପରେ ଗୁରୁଗାଁଓ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଉତ୍ତରପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ବୋହୂ ଡିମ୍ପଲ ହସ୍ପିଟାଲରେ ମୃତ୍ୟୁ ଶଯ୍ୟା ନିକଟରେ ଥିଲେ। ମୂତ୍ରାଶୟରେ ସଂକ୍ରମଣ କାରଣରୁ ଅସୁସ୍ଥ ହୋଇଥିଲେ ମୁଲାୟମ। ପରେ ତାଙ୍କ ସ୍ୱାସ୍ଥ୍ୟ ଗମ୍ଭୀର ହୋଇଥିଲା ଓ ଡାକ୍ତର ଦଳ ତାଙ୍କୁ ଆଇସିୟୁକୁ ନେଇଥିଲେ। ରବିବାର ଅର୍ଥାତ ଅକ୍ଟୋବର ୯ ତାରିଖରେ ତାଙ୍କ ଅବସ୍ଥା ସଙ୍ଗିନ ଥିବା ନେଇ ହସ୍ପିଟାଲ ପକ୍ଷରୁ ବୁଲେଟିନ ଜାରି ହୋଇଥିଲା।

Leave A Reply

Your email address will not be published.