ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଗାଙ୍ଗୁଲିଙ୍କ ସ୍ଥାନ ନେବେ ରୋଜର ବିନ୍ନି !

0
  • ବିସିସିଆଇ ଅଧ୍ୟକ୍ଷ ପଦ ଛାଡ଼ିବେ ସୌରଭ ଗାଙ୍ଗୁଲି !
  • ଗାଙ୍ଗୁଲିଙ୍କ ସ୍ଥାନ ନେଇପାରନ୍ତି ରୋଜର ବିନ୍ନି
  • ଅକ୍ଟୋବର ୧୧ ରେ ନାମାଙ୍କନ ଦାଖଲ କରିବେ ବିନ୍ନି

ମୁମ୍ବାଇ: ବିସିସିଆଇ ଅଧ୍ୟକ୍ଷ ପଦ ନେଇ ଚାଲିଛି କଳ୍ପନାଜଳ୍ପନା । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଅଧ୍ୟକ୍ଷ ପାଇଁ ସାମ୍ନାକୁ ଆସୁଛି ନୂଆଁ ନାଁ । କୁହାଯାଉଛି କି ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେଇପାରନ୍ତି ୧୯୮୩ ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟ ତଥା ପୂର୍ବତନ ଅଲରାଉଣ୍ଡର ରୋଜର ବିନ୍ନି । ଏନେଇ ଚର୍ଚ୍ଚା ଜୋର ଧରିଛି । ଏବେ ଜୟ ଶାହା କ୍ରିକେଟ ବୋର୍ଡର ସମ୍ପାଦକ ଥିବା ବେଳେ ସେ ସେହି ପଦରେ ଆଗକୁ କାର୍ଯ୍ୟ କରିବେ ବୋଲି ଚର୍ଚ୍ଚା ହେଉଛି ।

ହେଲେ ରୋଜର ବିନ୍ନିଙ୍କ ନାଁ ସାମ୍ନାକୁ ଆସିବା ପରେ ଏକ ନୂଆ ସମୀକରଣ ସୃଷ୍ଟି ହୋଇଛି । ତେବେ ଅକ୍ଟୋବର୧୮ ରେ ହେବାକୁ ଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ସୋମବାର ମୁମ୍ବାଇରେ ହୋଇଥିବା ଏକ ଆଭ୍ୟନ୍ତରୀଣ ବୈଠକରେ ଆଲୋଚନା ହୋଇଥିବା ଏକ ସୂତ୍ରରୁ ଜଣାପଡିଛି । ବିସିସିଆଇ ଅଧ୍ୟକ୍ଷ ପଦ ପାଇଁ ଅକ୍ଟୋବର ୧୮ରେ ନିର୍ବାଚନ ହେବାକୁ ଥିବା ବେଳେ ୧୧ ଓ ୧୨ ତାରିଖରେ ପ୍ରାର୍ଥୀମାନେ ନାମାଙ୍କନ ଭରିପାରିବେ । ଅକ୍ଟୋବର ୧୪ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାରର ସମୟ ରହିଛି ।

ରୋଜର ବିନ୍ନି ୧୯୮୩ ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟ ଥିଲେ । ଏହାସହ ସେ ପୂର୍ବରୁ ବିସିସିଆଇର ସିଲେକସନ୍ କମିଟିର ସଦସ୍ୟ ଥିଲେ । ଅତୀତରେ ରୋଜର ବିନି ବରିଷ୍ଠ ଜାତୀୟ ପୁରୁଷ ଦଳ ଚୟନକର୍ତ୍ତା ଭାବରେ କାର୍ଯ୍ୟ କରିଛନ୍ତି । ୨୦୧୫ ବିଶ୍ୱକପ୍ ପାଇଁ ଦଳ ଚୟନ କରାଯିବାବେଳେ ବିନି ଚୟନ ପ୍ୟାନେଲରେ ଥିଲେ । ଉଲ୍ଲେଖଯୋଗ୍ୟ, ବିସିସିଆଇ ନିର୍ବାଚନ ପାଇଁ ବିନ୍ନିଙ୍କ ନାମ ମାସକ ପୂର୍ବରୁ ନିର୍ବାଚନ ତାଲିକାରେ ସ୍ଥାନ ପାଇଥିଲା ଏବଂ ତାଙ୍କୁ ବିସିସିଆଇ ଏଜିଏମ୍ ପାଇଁ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ଆସୋସିଏସନର ପ୍ରତିନିଧୀ ଭାବରେ ମଧ୍ୟ ନାମିତ କରାଯାଇଥିଲା । ୧୯୮୩ ମସିହାରେ ଭାରତର ପ୍ରଥମ ବିଶ୍ୱକପ ବିଜୟରେ ଏକ ଅବିଚ୍ଛେଦ୍ୟ ଭୂମିକା ଗ୍ରହଣ କରିଥିବା ରୋଜର ବିନି ୧୯୭୯ ରୁ ୧୯୮୭ ମଧ୍ୟରେ ଭାରତ ପାଇଁ ୨୭ ଟି ଟେଷ୍ଟ ଏବଂ ୭୨ ଟି ଓଡିଆଇ ଖେଳିଥିଲେ।

Leave A Reply

Your email address will not be published.