ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଗାଙ୍ଗୁଲିଙ୍କ ସ୍ଥାନ ନେବେ ରୋଜର ବିନ୍ନି !

0
  • ବିସିସିଆଇ ଅଧ୍ୟକ୍ଷ ପଦ ଛାଡ଼ିବେ ସୌରଭ ଗାଙ୍ଗୁଲି !
  • ଗାଙ୍ଗୁଲିଙ୍କ ସ୍ଥାନ ନେଇପାରନ୍ତି ରୋଜର ବିନ୍ନି
  • ଅକ୍ଟୋବର ୧୧ ରେ ନାମାଙ୍କନ ଦାଖଲ କରିବେ ବିନ୍ନି

ମୁମ୍ବାଇ: ବିସିସିଆଇ ଅଧ୍ୟକ୍ଷ ପଦ ନେଇ ଚାଲିଛି କଳ୍ପନାଜଳ୍ପନା । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଅଧ୍ୟକ୍ଷ ପାଇଁ ସାମ୍ନାକୁ ଆସୁଛି ନୂଆଁ ନାଁ । କୁହାଯାଉଛି କି ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେଇପାରନ୍ତି ୧୯୮୩ ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟ ତଥା ପୂର୍ବତନ ଅଲରାଉଣ୍ଡର ରୋଜର ବିନ୍ନି । ଏନେଇ ଚର୍ଚ୍ଚା ଜୋର ଧରିଛି । ଏବେ ଜୟ ଶାହା କ୍ରିକେଟ ବୋର୍ଡର ସମ୍ପାଦକ ଥିବା ବେଳେ ସେ ସେହି ପଦରେ ଆଗକୁ କାର୍ଯ୍ୟ କରିବେ ବୋଲି ଚର୍ଚ୍ଚା ହେଉଛି ।

ହେଲେ ରୋଜର ବିନ୍ନିଙ୍କ ନାଁ ସାମ୍ନାକୁ ଆସିବା ପରେ ଏକ ନୂଆ ସମୀକରଣ ସୃଷ୍ଟି ହୋଇଛି । ତେବେ ଅକ୍ଟୋବର୧୮ ରେ ହେବାକୁ ଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ସୋମବାର ମୁମ୍ବାଇରେ ହୋଇଥିବା ଏକ ଆଭ୍ୟନ୍ତରୀଣ ବୈଠକରେ ଆଲୋଚନା ହୋଇଥିବା ଏକ ସୂତ୍ରରୁ ଜଣାପଡିଛି । ବିସିସିଆଇ ଅଧ୍ୟକ୍ଷ ପଦ ପାଇଁ ଅକ୍ଟୋବର ୧୮ରେ ନିର୍ବାଚନ ହେବାକୁ ଥିବା ବେଳେ ୧୧ ଓ ୧୨ ତାରିଖରେ ପ୍ରାର୍ଥୀମାନେ ନାମାଙ୍କନ ଭରିପାରିବେ । ଅକ୍ଟୋବର ୧୪ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାରର ସମୟ ରହିଛି ।

ରୋଜର ବିନ୍ନି ୧୯୮୩ ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟ ଥିଲେ । ଏହାସହ ସେ ପୂର୍ବରୁ ବିସିସିଆଇର ସିଲେକସନ୍ କମିଟିର ସଦସ୍ୟ ଥିଲେ । ଅତୀତରେ ରୋଜର ବିନି ବରିଷ୍ଠ ଜାତୀୟ ପୁରୁଷ ଦଳ ଚୟନକର୍ତ୍ତା ଭାବରେ କାର୍ଯ୍ୟ କରିଛନ୍ତି । ୨୦୧୫ ବିଶ୍ୱକପ୍ ପାଇଁ ଦଳ ଚୟନ କରାଯିବାବେଳେ ବିନି ଚୟନ ପ୍ୟାନେଲରେ ଥିଲେ । ଉଲ୍ଲେଖଯୋଗ୍ୟ, ବିସିସିଆଇ ନିର୍ବାଚନ ପାଇଁ ବିନ୍ନିଙ୍କ ନାମ ମାସକ ପୂର୍ବରୁ ନିର୍ବାଚନ ତାଲିକାରେ ସ୍ଥାନ ପାଇଥିଲା ଏବଂ ତାଙ୍କୁ ବିସିସିଆଇ ଏଜିଏମ୍ ପାଇଁ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ଆସୋସିଏସନର ପ୍ରତିନିଧୀ ଭାବରେ ମଧ୍ୟ ନାମିତ କରାଯାଇଥିଲା । ୧୯୮୩ ମସିହାରେ ଭାରତର ପ୍ରଥମ ବିଶ୍ୱକପ ବିଜୟରେ ଏକ ଅବିଚ୍ଛେଦ୍ୟ ଭୂମିକା ଗ୍ରହଣ କରିଥିବା ରୋଜର ବିନି ୧୯୭୯ ରୁ ୧୯୮୭ ମଧ୍ୟରେ ଭାରତ ପାଇଁ ୨୭ ଟି ଟେଷ୍ଟ ଏବଂ ୭୨ ଟି ଓଡିଆଇ ଖେଳିଥିଲେ।

Leave A Reply

Your email address will not be published.