ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଏକନାଥଙ୍କ ପାର୍ଟିକୁ ମିଳିଲା ୨ଟି ଖଣ୍ଡା ଓ ଢ଼ାଲ ଚିହ୍ନ

0
  • ସିନ୍ଧେଙ୍କ ପାର୍ଟିକୁ ମିଳିଲା ଖଣ୍ଡା ଓ ଢ଼ାଲ ଚିହ୍ନ
  • ସିନ୍ଧେ ଗୋଷ୍ଠୀ ପଠାଇଥିଲେ ନିଜ ପସନ୍ଦର ୩ଟି ନିର୍ବାଚନ ଚିହ୍ନ

ମୁମ୍ବାଇ: ଗତକାଲି ଉଦ୍ଧବ ଠାକରେଙ୍କ ପାର୍ଟିକୁ ମିଳିଥିଲା ମଶାଲ ଚିହ୍ନ, ଆଜି ନିର୍ବାଚନୀ ଚିହ୍ନ ଭାବେ ସିନ୍ଧେ ଗୋଷ୍ଠୀ ପାଇଲେ ୨ଟି ଖଣ୍ଡା ଓ ଢ଼ାଲ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱଧୀନ ଦଳ ବାଲାସାହେବ କି ଶିବସେନାଙ୍କୁ ମିଳିଲା ନିର୍ବାଚନୀ ଚିହ୍ନ। ସିନ୍ଦେଙ୍କ ପାର୍ଟିକୁ ନିର୍ବାଚନୀ ଚିହ୍ନ ଭାବେ ୨ଟି ଖଣ୍ଡା ଓ ଢ଼ାଲ ଦେଲେ ନିର୍ବାଚନ କମିସନ। ଏହାପୂର୍ବରୁ ସିନ୍ଦେ ଗୋଷ୍ଠୀ ମଙ୍ଗଳବାର ଦିନ ନିର୍ବାଚନ ଆୟୋଗ (ଇସି)ଙ୍କୁ ତାଙ୍କ ପସନ୍ଦର ତିନୋଟି ନିର୍ବାଚନ ଚିହ୍ନ ପଠାଇଥିଲେ। ନିର୍ବାଚନୀ ଚିହ୍ନ ପାଇଁ ଦଳ ପ୍ରଥମେ ଦାଖଲ କରିଥିବା ବିକଳ୍ପ ଆୟୋଗ ପ୍ରତ୍ୟାଖ୍ୟାନ କରିବା ପରେ ଆଜି ନିର୍ବାଚନ ଆୟୋଗ ବାଲାସାହେବ କି ଶିବସେନାକୁ ୨ଟି ଖଣ୍ଡା ଓ ଢ଼ାଲ ଚିହ୍ନ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଶନିବାର ନିର୍ବାଚନ ଆୟୋଗ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଦଳ ଏବଂ ସିନ୍ଦେଙ୍କ ନେତୃତ୍ୱାଧୀନ ଦଳକୁ ନଭେମ୍ବର ୩ରେ ଅନ୍ଧେରୀ ଇଷ୍ଟରେ ହେବାକୁ ଥିବା ଉପ-ନିର୍ବାଚନରେ ​​ଶିବସେନାର ନାଁ ଏବଂ ଚିହ୍ନ ବ୍ୟବହାର କରିବାକୁ ମନା କରିଥିଲେ। ‌ଏହା ସହ ଦଳୀୟ ଚିହ୍ନ ପାଇଁ ୩ଟି ବିକଳ୍ପ ଦାଖଲ କରିବାକୁ କମିସନ ଉଭୟ ଦଳକୁ ନିର୍ଦ୍ଦେଶ ଦେଇଥିଲେ। ସୋମବାର ଉଦ୍ଧବଙ୍କ ନେତୃତ୍ୱାଧୀନ ଦଳକୁ ମଶାଲ ଚିହ୍ନ ମିଳିଥିବା ବେଳେ ଆଜି ସିନ୍ଦେଙ୍କ ନେତୃତ୍ୱାଧୀନ ଦଳକୁ ୨ଟି ଖଣ୍ଡା ଓ ଢ଼ାଲ ଚିହ୍ନ ମିଳିଛି।

Leave A Reply

Your email address will not be published.