ପ୍ରମୁଖ ଖବର

ମେସି ଇଭେଣ୍ଟ ଅବ୍ୟବସ୍ଥା: ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ଘୋଷଣା
କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ
ପାଲଲହଡ଼ାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ, ୨ ଦିନରେ ୧୯ ପଜିଟିଭ୍‌, ଜଣେ ମୃତ
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଚାଷୀଙ୍କୁ ଆଶ୍ୱସ୍ତି: ଧାନ ପଞ୍ଜୀକରଣ ଅବଧି ବଢ଼ିଲା ଆଉ ୭ ଦିନ
‘ମନ୍ କୀ ବାତ୍‌’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍‌ ବଦଳାଇଲା ଜୀବିକା
ନେପାଳକୁ ସହାୟତା , ୬୮.୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

ଫେରିବ କି କରୋନା ?

0
  • ପୁଣି ଚିନ୍ତା ବଢ଼ାଇଲାଣି ମହାମାରୀ କରୋନା
  • ଚୀନରେ ଓମିକ୍ରନ ଦୁଇ ନୂଆ ସବ୍‌-ଭାରିଆଣ୍ଟ ଚିହ୍ନଟ
  • ଏହା ଅଧିକ ସଂକ୍ରାମକ ଏବଂ ଦ୍ରୁତ ଗତିରେ ବ୍ୟାପୁଛି

ଚୀନ: ବିଶ୍ୱରେ କରୋନା ଭାଇରସ ମାମଲା ହ୍ରାସ ପାଉଥିବା ବେଳେ ଚୀନରେ କିନ୍ତୁ ଫେଲ୍ ମାରୁଛି । ପୁଣି ଚୀନରେ ଓମିକ୍ରନର ଦୁଇ ନୂଆ ସବ୍‌-ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହି ଦୁଇ ନୂଆ ଭାରିଆଣ୍ଟ ହେଉଛି BF-7 ଏବଂ BA 5.1.7 । ଓମିକ୍ରନ୍ ଏହି ଦୁଇ ନୂଆ ସବ୍‌-ଭାରିଆଣ୍ଟ ଅଧିକ ସଂକ୍ରାମକ ଏବଂ ଦ୍ରୁତ ଗତିରେ ବ୍ୟାପୁଛି । ଚୀନର ସାଓଗୁଆଁ ସହରରେ BA 5.1.7 ଭାରିଆଣ୍ଟ ଚିହ୍ନଟ ହୋଇଛି ।

ଚୀନ୍ ୱେବସାଇଟ୍ ଗ୍ଲୋବାଲ ଟାଇମ୍ସ ଅନୁସାରେ ଏଠାରେ ଓମିକ୍ରନର ଏକ ଉପ ଭାରିଆଣ୍ଟ ସାମ୍ନାକୁ ଆସିଛି। କରୋନା ଭାଇରସ ସମ୍ପର୍କିତ ଭାରିଆଣ୍ଟରେ ଓମିକ୍ରନକୁ ବିପଦଜନକ ମନେ କରାଯାଉଛି। ତେବେ BA 5.1.7କୁ ପ୍ରଥମ ଥର ଚୀନ୍‌ର ମୁଖ୍ୟ ଅଞ୍ଚଳରୁ ଚିହ୍ନଟ କରାଯାଇଥିବା ସୂଚିତ କରିଛନ୍ତି।
ସେହିପରି ସାଓଗୁଆଁ ଏବଂ ୟାନ୍ତାଇ ସହରରେ BF-7 ଭାରିଆଣ୍ଟ ଚିହ୍ନଟ ହୋଇଛି । ଓମିକ୍ରନର ମାରାତ୍ମକ ସବ୍‌ଭାରିଆଣ୍ଟ BF-7 କୁ ପୂର୍ବରୁ ଅତ୍ୟଧିକ ସଂକ୍ରାମକ ବୋଲି ଘୋଷଣା କରିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।

ଏବେ ଏହାକୁ ନେଇ ଚେତାବନୀ ଜାରି କରିଛି ବିଶ୍ବ ସ୍ୱାସ୍ଥ୍ୟ ସଙ୍ଗଠନ। କରୋନାକୁ ନେଇ ଚୀନ୍‌ କଡ଼ା ନୀତି ଅବଲମ୍ବନ କରୁଛି। ଚୀନ୍‌ରେ ଅଗଷ୍ଟ ପରେ ନୂଆ କରୋନା ମାମଲା ଉଚ୍ଚତମ ସ୍ତରକୁ ପହଞ୍ଚିଛି। ସମ୍ପୂର୍ଣ୍ଣ ଚୀନ୍‌ରେ ଅକ୍ଟୋବର ୯ ତାରିଖ ସୁଦ୍ଧା ୧ହଜାର ୯୩୯ ନୂଆ ମାମଲା ଚିହ୍ନଟ ହୋଇଛି। ଯାହା ୨୦ ଅଗଷ୍ଟ ପରେ ଦିନିକିଆ ସଂକ୍ରମଣରେ ସର୍ବାଧିକ ବୋଲି କୁହାଯାଇଛି।

Leave A Reply

Your email address will not be published.