ପ୍ରମୁଖ ଖବର

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଟେଣ୍ଟ, ୩ ମୃତ
ଇବୋଲାକୁ ନେଇ ସତର୍କ ଭାରତ, ସମସ୍ତ ରାଜ୍ୟ ସହ କେନ୍ଦ୍ରର ସମୀକ୍ଷା ବୈଠକ
ଝାରସୁଗୁଡ଼ା ଡିଏଚଏଚରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୩ ଗିରଫ
ପଶ୍ଚିମବଙ୍ଗର ସମସ୍ତ ମଦ୍ରାସାରେ ‘ବନ୍ଦେ ମାତରମ୍’ ଗାନ ବାଧ୍ୟତାମୂଳକ
ପାକିସ୍ତାନରେ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ହମଜା ବୁରହାନ ନିହତ
ଝିଅକୁ ହତ୍ୟା କରି ଖଣ୍ଡ ଖଣ୍ଡ କଲା ବାପା, ଟ୍ରେନରେ ଛାଡିଦେଲା ମୃତଦେହ
ପେଟ୍ରୋଲ-ଡିଜେଲ ଦର ବୃଦ୍ଧିର ପ୍ରଭାବ: ମହଙ୍ଗା ହେଲା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ
ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି, ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ

୭ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ

0
  • ୨-୧ରେ ସିରିଜ୍ କବଜା କଲା ଟିମ୍ ଇଣ୍ଡିଆ
  • ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟାଇଲା ଧୱନ ବାହିନୀ
  • ବୋଲାରଙ୍କ କମାଲ ଯୋଗୁଁ ମ୍ୟାଚ୍ ହତେଇଲା ଭାରତ
  • ୭ ୱିକେଟରେ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍ ଜିତିଲା ଭାରତ। ଶେଷ ମ୍ୟାଚରେ ବୋଲରଙ୍କ କମାଲ ଯୋଗୁଁ ସିରିଜ କବଜା କରିଛି ଧୱନ ବାହିନୀ । ଶେଷ ମ୍ୟାଚରେ ୭ ଓ୍ବିକେଟରେ ୨-୧ରେ ମ୍ୟାଚ୍ ହାତେଇଛି ଭାରତୀୟ ଦଳ । ଦକ୍ଷିଣ ଆଫ୍ରିକା ୨୭.୧ ଓଭରରେ ୯୯ ରନରେ ଅଲଆଉଟ୍ ହୋଇଯାଇଥିଲା । ଭାରତ ଆଗରେ ୧୦୦ରନର ବିଜୟ ଲକ୍ଷ୍ୟ ରହିଥିଲା । ୧୯.୧ ଓଭରରେ ଭାରତ ନିଜର ୩ଟି ୱିକେଟ୍ ହରାଇ ୧୦୫ ରନ୍ କରି ଲକ୍ଷ୍ୟକୁ ହାସଲ କରି ସିରିଜ କବଜା କରିଛି ।

ତେବେ ଦମଦାର ବୋଲିଂ ଫିଗର ପାଇଁ ବାମହାତୀ ଚାଇନାମ୍ୟାନ୍ କୁଲଦୀପ ଯାଦବ ମ୍ୟାନ୍ ଅଫ ଦି ମ୍ୟାଚ୍ ହୋଇଛନ୍ତି। ବର୍ଷା ଯୋଗୁ ବିଳମ୍ବ ହୋଇଥିବା ଶେଷ ଦିନିକିଆରେ ଭାରତୀୟ ଅଧିନାୟକ ଶିଖର ଧାୱନ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ୧୦୦ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଶିଖର ଧୱନ ଓବଂ ଶୁଭମନ ଗିଲ୍ ପଡ଼ିଆକୁ ଓହ୍ଲାଇଥିଲେ । ଅଧିନାୟକ ଶିଖର ମାତ୍ର ୮ ରନ୍ କରି ଆଉଟ୍ ହୋଇଯାଇଥିଲେ । ଏହାପରେ ଶୁଭମନ୍ ଚମତ୍କାର ପ୍ରଦର୍ଶନ କରିଥିଲେ । ୫୭ ବଲ୍ ଖେଳି ୪୯ରନର ଏକ ବଡ଼ ପାଳି ଖେଳିଥିଲେ ।

ଏହାପରେ ଶ୍ରେୟସ ଆୟର ୨୮ରନ ବିଜୟୀ ପାରି ଖେଳିଥିଲେ । ମ୍ୟାଚ୍ ଜିତିବା ବେଳକୁ ଶ୍ରେୟସ ଆୟର ଏବଂ ସଞ୍ଜୁ ସାମସନ ବ୍ୟକ୍ତିଗତ ୨ ରନ୍ କରି କ୍ରୀଜରେ ଦଣ୍ଡାୟମାନ ରହିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ନିଙ୍ଗଡି ଏବଂ ଜର୍ନ ଫର୍ଟୁଇନ ଗୋଟିଏ ଲେଖାଏଁ ୱିକେଟ୍ ନେବାରେ ସକ୍ଷମ ହୋଇଥିଲେ । ତେବେ ଭାରତ ପାଇଁ ସର୍ବାଧିକ ୪ ୱିକେଟ୍ କୁଲଦୀପ ଯାଦବ ଅକ୍ତିଆର କରିଥିଲେ ।

ସେହିପରି ଶାହବାଜ ଅହମ୍ମଦ, ମହମ୍ମଦ ସିରାଜ ଏବଂ ୱାଶିଂଟନ୍ ସୁନ୍ଦର ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।ପ୍ରାୟ ୧୨ ବର୍ଷ ପରେ ନିଜ ମାଟିରେ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ଜିତିଛି । ୨୦୧୦ରେ ଶେଷ ଥର ପାଇଁ ଟିମ୍ ଇଣ୍ଡିଆ ୨-୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ଜିତିଥିଲା ।

Leave A Reply

Your email address will not be published.