ପ୍ରମୁଖ ଖବର

ନାମାଙ୍କନର ପରଦିନ ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ସୁପ୍ରିମକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକାଥରେ ୫ କିସ୍ତି
ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ
ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ, ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା
ଗୁରୁଗ୍ରାମରେ ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ, ୩ ପୋଲିସ କର୍ମଚାରୀ ଆହତ
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର

ହିଜାବ ମାମଲାର ଶୁଣାଣି ସ୍ଥଗିତ, ନିଷ୍ପତ୍ତି ନେବେ ୟୁ ୟୁ ଲଳିତ

0

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ କର୍ଣ୍ଣାଟକ ହିଜାବ ବିବାଦକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇପାରିନାହିଁ । ଶୁଣାଣି ବେଳେ ଦୁଇ ବିଚାରପତିଙ୍କ ମଧ୍ୟରେ ଭିନ୍ନ ମତ ହେତୁ ଏହି ମାମଲା ପ୍ରଧାନ ବିଚାରପତିଙ୍କ ପାଖକୁ ଯାଇଛି। ବର୍ତ୍ତମାନ ସର୍ବସମ୍ମତି କ୍ରମେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ୟୁ ୟୁ ଲଳିତ ଏହା ଉପରେ ନିଷ୍ପତ୍ତି ନେବେ।

ସୂଚନା ଅନଯାୟୀ ହିଜାବ ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଁଚିବା ପରେ ଶୁଣାଣି କରୁଥିବା ବେଂଚର ଦୁଇ ବିଚାରପତି ହିଜାବ ପ୍ରସଙ୍ଗରେ ଭିନ୍ନ ଭିନ୍ନ ରାୟ ଦେଇଛନ୍ତି ।ଗୁରୁବାର ଦିନ ଜଷ୍ଟିସ ହେମନ୍ତ ଗୁପ୍ତା ତାଙ୍କ ରାୟ ଦେବାବେଳେ କର୍ଣ୍ଣାଟକ ସରକାରଙ୍କ ତରଫରୁ ହିଜାବ ନିଷେଧାଦେଶ ଜାରି କରି ବିରୋଧକାରୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ଏଥିସହିତ ଜଷ୍ଟିସ୍ ଧୁଲିଆ କର୍ଣ୍ଣାଟକ ସରକାରଙ୍କ ହିଜାବକୁ ନିଷିଦ୍ଧ କରିବା ନିଷ୍ପତ୍ତିକୁ ଭୁଲ ବୋଲି କହିଥିଲେ । ଏଭଳି ସ୍ଥିତିରେ ଦୁଇ ବିଚାରପତିଙ୍କ ଭିନ୍ନ ନିଷ୍ପତ୍ତି ଯୋଗୁଁ ମାମାଲାର ଶୁଣାଣି ହୋଇପାରିନି।

ସୂଚନାଥାଉ କି, ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବାକୁ ନେଇ ପ୍ରଥମେ ବିରୋଧ ଆରମ୍ଭ ହେବା ପରେ କର୍ଣ୍ଣାଟକର ବିଭିନ୍ନ ସ୍ଥାନକୁ ବ୍ୟାପୀ ଯାଇଥିଲା। ପରେ ଏହା ଜାତୀୟ ପ୍ରସଙ୍ଗ ପାଲଟିଯାଇଥିଲା। ସୁପ୍ରିମକୋର୍ଟରେ ଲଗାତର ୧୦ ଦିନ ଧରି ଏହି ମାମଲାର ଶୁଣାଣି ହୋଇଥିବା ବେଳେ ସେପ୍ଟେମ୍ବର ୨୨ରେ ରାୟ ସଂରକ୍ଷିତ ରଖାଯାଇଥିଲା। କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ ଦେଇ ହୋଇଥିବା ମୋଟ ୨୩ଟି ଆବେଦନ ଉପରେ ଖଣ୍ଡପୀଠ ଶୁଣାଣି କରିଥିଲେ ।

Leave A Reply

Your email address will not be published.