ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଓଡିଶା ଗସ୍ତରେ ସାଂସଦ ମଲ୍ଲିକାର୍ଜୁନ

0

ଭୁବନେଶ୍ବର: ଆଜି ଓଡ଼ିଶା ଆସୁଛନ୍ତି ଏଆଇସିସି ସଭାପତି ଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିବା ସାଂସଦ ମଲ୍ଲିକାର୍ଜୁନ ଖଡଗେ । ସେ ଓଡ଼ିଶାରେ ପହଞ୍ଚି ଅପରାହ୍ଣ ୨ଟାରେ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ । ଏହି ସମୟରେ ସେ ପିସିସି ସଭ୍ୟମାନଙ୍କୁ ଭେଟିବା ସହିତ ତାଙ୍କୁ ଭୋଟ ଦେବା ଲାଗି ଅନୁରୋଧ କରିବେ। ତେବେ ଖଡଗେ ସଂଧ୍ୟାରେ ଦିଲ୍ଲୀ ଫେରିଯିବର କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ, ଜାତୀୟ କଂଗ୍ରେସର ସଭାପତି ପ୍ରାର୍ଥୀଭାବେ ଶ୍ରୀ ଖଡ଼ଗେ ଓ ଶଶି ଥରୁରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି। ଓଡ଼ିଶାରେ ସମୁଦାୟ ୪୨୮ଜଣ ପିସିସି ସଭ୍ୟ ଏଥିରେ ମତଦାନ କରିବେ। ଜଣେ ଅଭିଜ୍ଞ ଓ ନିର୍ବିବାଦୀୟ ବ୍ୟକ୍ତି କାରଣରୁ ଓଡ଼ିଶାରୁ ତାଙ୍କୁ ଅଧିକ ଭୋଟ ମିଳିବାର ବୋଲି ଅନୁମାନ କରାଯାଉଛି। ଆସନ୍ତା ୧୬ରେ ପ୍ରଚାର ଅଭିଯାନ ଶେଷ ହେବା ପରେ ୧୭ରେ ସମସ୍ତ ରାଜ୍ୟରେ ଭୋଟ ହେବ। ୧୯ରେ ଫଳାଫଳ ଆସିବା ନେଇ ସୂଚନା ରହିଛି ।

Leave A Reply

Your email address will not be published.