ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଆଜି ବାଜିପାରେ ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ ବିଗୁଲ୍

0
  • ଅପରାହ୍ନରେ ନିର୍ବାଚନ କମିସନଙ୍କ ସାମ୍ବାଦିକ ସମ୍ମିଳନୀ
  • ଓଡ଼ିଶାର ପଦ୍ମପୁର ଉପନିର୍ବାଚନ ଘୋଷଣା ହେବ କି?
  • ଗୁଜରାଟରେ ଆପର ଅଭ୍ୟୁଦୟ, ସରଗରମ ରାଜନୀତି

ନୂଆଦିଲ୍ଲୀ: ଭାରତର ନିର୍ବାଚନ ଆୟୋଗ ଶୁକ୍ରବାର ଅର୍ଥାତ୍ ଆଜି ଗୁଜରାଟ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି। ଆଜି ଅପରାହ୍ନ ୩ଟାରେ ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ ଡକାଯିବା ପରିପ୍ରେକ୍ଷୀରେ ଏହାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି। ଏଥିସହିତ ଓଡ଼ିଶାର ଖାଲି ପଡ଼ିଥିବା ପଦ୍ମପୁର ବିଧାନସଭା ଆସନ ଲାଗି ଉପନିର୍ବାଚନ ତାରିଖ ଘୋଷଣା ହୋଇପାରେ ବୋଲି ମଧ୍ୟ କୁହାଯାଉଛି। ତେେବ ସାମ୍ବାଦିକ ସମ୍ମିଳନୀ ପରେ ଏ ସଂକ୍ରାନ୍ତରେ ଚିତ୍ର ସ୍ପଷ୍ଟ ହେବ।

ଗୁଜରାଟ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ବର୍ଷ ଫେବୃଆରୀ ୧୮ ତାରିଖରେ ଶେଷ ହେଉଥିବା ବେଳେ ହିମାଚଳ ପ୍ରଦେଶର ଆସନ୍ତାବର୍ଷ ଜାନୁଆରି ୮ ତାରିଖରେ ବିଧାନସଭାର ମିଆଦ ପୂରୁଛି। ଉଭୟ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପୂରା ଦେଶରେ ଏବେଠାରୁ ଜୋରଦାର ଚର୍ଚ୍ଚା ଚାଲିଛି।

ଏଠାରେ ସୂଚନାଥାଉକି, ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ନିକଟରେ ଉଭୟ ରାଜ୍ୟ ଗସ୍ତରେ ଯାଇ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ୨୦୧୭ ନଭେମ୍ବର ମାସରେ ହିମାଚଳ ପ୍ରଦେଶ ମତଦାନ ହୋଇଥିଲା। ୬୮ ସଦସ୍ୟ ବିଶିଷ୍ଟ ବିଧାନସଭା ଆସନରେ ଶାସକ ବିଜେପି ରାଜ୍ୟସଭାରେ ୪୩ଟି ଏବଂ କଂଗ୍ରେସ ହାତରେ ଏବେ ୨୨ ଟି ଆସନ ରହିଛି।

ଅନ୍ୟପକ୍ଷରେ ଗୁଜରାଟରେ ଦୁଇଟି ପର୍ଯ୍ୟାୟରେ ମତଦାନ ହୋଇଥିଲା। ୨୦୧୭ ଡିସେମ୍ବର ୯ ଏବଂ ୧୪ ରେ ନିର୍ବାଚନ ହୋଇଥିଲା। ​​୧୮୨ଟି ବିଧାନସଭା ଆସନ ବିଶିଷ୍ଟ ଏହି ବିଧାନସଭାରେ ବିଜେପି ହାତରେ ୯୯ଟି ଆସନ ଥିବା ବେଳେ କଂଗ୍ରେସ ୭୭ଟିରେ ଜିତିଥିଲା। ୧୯୯୮ ମସିହାରୁ ଏଠାରେ ବିଜେପି କ୍ଷମତାରେ ରହିଛି।

ହେଲେ ଏଥର ନିର୍ବାଚନ ରୋଚକହେବା ପଛର କାରଣ ହେଉଛି, ଆମ୍ ଆଦମୀ ପାର୍ଟି (ଆପ୍) ଏହି ନିର୍ବାଚନରେ ଭଲ ପ୍ରଦର୍ଶନ ଲାଗି କସରତ ଚଳାଇଛି। ଏହା ଉଭୟ କଂଗ୍ରେସ ଏବଂ ବିଜେପି ପାଇଁ ଚିନ୍ତାର କାରଣ ହୋଇଛି। ସ୍ଥିତି ଏମିତି ଯେ କଂଗ୍ରେସ ଏଠାରେ ତିନି ନମ୍ବର ସ୍ଥାନକୁ ଯାଇପାରେ ଓ ଆପ୍ ଦୁଇ ନମ୍ବର ସ୍ଥାନ ହାସଲ କରିବା ବିଚିତ୍ର ନୁହେଁ। ତେବେ ବିଜେପି ସ୍ଥିତି ଭଲ ରହିଥିବା କୁହାଯାଉଛି।

Leave A Reply

Your email address will not be published.