ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଆଜି ବାଜିପାରେ ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ ବିଗୁଲ୍

0
  • ଅପରାହ୍ନରେ ନିର୍ବାଚନ କମିସନଙ୍କ ସାମ୍ବାଦିକ ସମ୍ମିଳନୀ
  • ଓଡ଼ିଶାର ପଦ୍ମପୁର ଉପନିର୍ବାଚନ ଘୋଷଣା ହେବ କି?
  • ଗୁଜରାଟରେ ଆପର ଅଭ୍ୟୁଦୟ, ସରଗରମ ରାଜନୀତି

ନୂଆଦିଲ୍ଲୀ: ଭାରତର ନିର୍ବାଚନ ଆୟୋଗ ଶୁକ୍ରବାର ଅର୍ଥାତ୍ ଆଜି ଗୁଜରାଟ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି। ଆଜି ଅପରାହ୍ନ ୩ଟାରେ ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ ଡକାଯିବା ପରିପ୍ରେକ୍ଷୀରେ ଏହାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି। ଏଥିସହିତ ଓଡ଼ିଶାର ଖାଲି ପଡ଼ିଥିବା ପଦ୍ମପୁର ବିଧାନସଭା ଆସନ ଲାଗି ଉପନିର୍ବାଚନ ତାରିଖ ଘୋଷଣା ହୋଇପାରେ ବୋଲି ମଧ୍ୟ କୁହାଯାଉଛି। ତେେବ ସାମ୍ବାଦିକ ସମ୍ମିଳନୀ ପରେ ଏ ସଂକ୍ରାନ୍ତରେ ଚିତ୍ର ସ୍ପଷ୍ଟ ହେବ।

ଗୁଜରାଟ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ବର୍ଷ ଫେବୃଆରୀ ୧୮ ତାରିଖରେ ଶେଷ ହେଉଥିବା ବେଳେ ହିମାଚଳ ପ୍ରଦେଶର ଆସନ୍ତାବର୍ଷ ଜାନୁଆରି ୮ ତାରିଖରେ ବିଧାନସଭାର ମିଆଦ ପୂରୁଛି। ଉଭୟ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପୂରା ଦେଶରେ ଏବେଠାରୁ ଜୋରଦାର ଚର୍ଚ୍ଚା ଚାଲିଛି।

ଏଠାରେ ସୂଚନାଥାଉକି, ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ନିକଟରେ ଉଭୟ ରାଜ୍ୟ ଗସ୍ତରେ ଯାଇ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ୨୦୧୭ ନଭେମ୍ବର ମାସରେ ହିମାଚଳ ପ୍ରଦେଶ ମତଦାନ ହୋଇଥିଲା। ୬୮ ସଦସ୍ୟ ବିଶିଷ୍ଟ ବିଧାନସଭା ଆସନରେ ଶାସକ ବିଜେପି ରାଜ୍ୟସଭାରେ ୪୩ଟି ଏବଂ କଂଗ୍ରେସ ହାତରେ ଏବେ ୨୨ ଟି ଆସନ ରହିଛି।

ଅନ୍ୟପକ୍ଷରେ ଗୁଜରାଟରେ ଦୁଇଟି ପର୍ଯ୍ୟାୟରେ ମତଦାନ ହୋଇଥିଲା। ୨୦୧୭ ଡିସେମ୍ବର ୯ ଏବଂ ୧୪ ରେ ନିର୍ବାଚନ ହୋଇଥିଲା। ​​୧୮୨ଟି ବିଧାନସଭା ଆସନ ବିଶିଷ୍ଟ ଏହି ବିଧାନସଭାରେ ବିଜେପି ହାତରେ ୯୯ଟି ଆସନ ଥିବା ବେଳେ କଂଗ୍ରେସ ୭୭ଟିରେ ଜିତିଥିଲା। ୧୯୯୮ ମସିହାରୁ ଏଠାରେ ବିଜେପି କ୍ଷମତାରେ ରହିଛି।

ହେଲେ ଏଥର ନିର୍ବାଚନ ରୋଚକହେବା ପଛର କାରଣ ହେଉଛି, ଆମ୍ ଆଦମୀ ପାର୍ଟି (ଆପ୍) ଏହି ନିର୍ବାଚନରେ ଭଲ ପ୍ରଦର୍ଶନ ଲାଗି କସରତ ଚଳାଇଛି। ଏହା ଉଭୟ କଂଗ୍ରେସ ଏବଂ ବିଜେପି ପାଇଁ ଚିନ୍ତାର କାରଣ ହୋଇଛି। ସ୍ଥିତି ଏମିତି ଯେ କଂଗ୍ରେସ ଏଠାରେ ତିନି ନମ୍ବର ସ୍ଥାନକୁ ଯାଇପାରେ ଓ ଆପ୍ ଦୁଇ ନମ୍ବର ସ୍ଥାନ ହାସଲ କରିବା ବିଚିତ୍ର ନୁହେଁ। ତେବେ ବିଜେପି ସ୍ଥିତି ଭଲ ରହିଥିବା କୁହାଯାଉଛି।

Leave A Reply

Your email address will not be published.