ପ୍ରମୁଖ ଖବର

ନାମାଙ୍କନର ପରଦିନ ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ସୁପ୍ରିମକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକାଥରେ ୫ କିସ୍ତି
ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ
ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ, ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା
ଗୁରୁଗ୍ରାମରେ ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ, ୩ ପୋଲିସ କର୍ମଚାରୀ ଆହତ
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର

ବିଏସ୍‌ଏଫଙ୍କ ଗୁଳିରେ ଖସିଲା ପାକିସ୍ତାନ ଡ୍ରୋନ୍

0
  • ବିଫଳ ହେଲା ଭାରତ ବିରୋଧୀ ଷଡ଼ଯନ୍ତ୍ର
  • ପାକିସ୍ତାନ ଡ୍ରୋନକୁ ଗୁଳି କଲେ ବିଏସ୍‌ଏଫ
  • ଭାରତରେ ଅନୁପ୍ରବେଶ ଚେଷ୍ଟା କରିଥିଲା ଡ୍ରୋନ୍

ଅମୃତସର: ପାକିସ୍ତାନକୁ ଲାଗିଲା ବଡ଼ ଝଟକା । ପଣ୍ଡ ହୋଇଛି ପାକିସ୍ତାନର ଭାରତ ବିରୋଧୀ ଷଡ଼ଯନ୍ତ୍ର । ଅମୃତସର ସ୍ଥିତ ଭାରତ-ପାକିସ୍ତାନ ସୀମା ନିକଟରେ ଉଡ଼ୁଥିବା ପାକିସ୍ତାନର ଏକ ଡ୍ରୋନକୁ ଗୁଳି କରି ଖସାଇ ଦେଇଛନ୍ତି ବିଏସ୍‌ଏଫ ଯବାନମାନେ ।

ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ପାକିସ୍ତାନ ଡ୍ରୋନ ଶାହପୁର ବର୍ଡର ଆଉଟ ପୋଷ୍ଟ ନିକଟ ଭାରତୀୟ ସୀମାରେ ବୁଲୁଥିବାର ବିଏସ୍‌ଏଫ ଯବାନମାନେ ଦେଖିଥିଲା । ଏହାପରେ ଜଣେ ବିଏସ୍‌ଏଫ ଯବାନ ଡ୍ରୋନଟିକୁ ଗୁଳି କରି ଖସାଇ ଦେଇଥିଲେ । ଏହି ଡ୍ରୋନଟି ପାକିସ୍ତାନ ପଟୁ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା ।

ଏହାକୁ ପାକିସ୍ତାନ ରେଞ୍ଜର୍ସ ବର୍ଡର ପୋଷ୍ଟ ର ଦେଓରି ଫରୱାର୍ଡରୁ ଭାରତକୁ ପଠା ଯାଇଥିଲା । ଡ୍ରୋନକୁ ଗୁଳି କରି ଖସାଇବା ପରେ ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି । ହେଲେ ଏଯାଏ ସୀମାରେ କୌଣସି ସନ୍ଦିଗ୍ଧ ଗତିବିଧି କିମ୍ବା ଅସ୍ତ୍ରଶସ୍ତ୍ର ନେଇ ତଥ୍ୟ ମିଳିନାହିଁ ।

Leave A Reply

Your email address will not be published.